କଟକ ବାର୍ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ: ମୁଖ୍ୟସ୍ରୋତରେ ସାମିଲ ହେଲେ ଗୋବର୍ଦ୍ଧନ ସ୍ୱାଇଁଙ୍କ ନେତୃତ୍ୱାଧୀନ ଟିମ୍

ରାଜ୍ୟ
Spread the love

କଟକ  : ରାଜ୍ୟର ସର୍ବପୁରାତନ ତଥା ମର୍ଯ୍ୟାଦାଜନକ କଟକ ବାର୍ ଆସୋସିଏସନ୍‌ର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ମଙ୍ଗଳବାର ଅପରାହ୍ନରେ ସଂଘର ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀମାନଙ୍କ ଏହି ପ୍ରତିଷ୍ଠିତ ସଂଗଠନର ନୂତନ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ନିଜ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିଛନ୍ତି।

ବିଦାୟୀ ସଭାପତି ଦାମୋଦର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ କ୍ଷେତ୍ର ମୋହନ ଧଳ ସଂଯୋଜନା କରିଥିଲେ। ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ରାଜ୍ୟ ମାନବାଧିକାର କମିଶନର ପୂର୍ବତନ ସଦସ୍ୟ ଅସୀମ ଅମିତାଭ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ନିର୍ବାଚନ ଅଧିକାରୀ ରାମକୃଷ୍ଣ ରଥ, ଅକ୍ଷୟ କୁମାର ପତି ଓ ବିନୋଦ କୁମାର ରାୟ ମଧ୍ୟ ଉପସ୍ଥିତ ଥିଲେ।

ଏହି ଶପଥ ଗ୍ରହଣ ଉତ୍ସବରେ ସଭାପତି ଭାବେ ଗୋବର୍ଦ୍ଧନ ସ୍ୱାଇଁ, ଉପସଭାପତି ଅନାଦି ଚରଣ ସତପଥି, ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ମହେନ୍ଦ୍ର ଲାଲ ଜେନା, କୋଷାଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ସହ-ସମ୍ପାଦିକା ଭାବେ ମମତା ସ୍ୱାଇଁ ଶପଥ ନେଇଛନ୍ତି। ଏହାସହ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଲିଜା ଭଞ୍ଜଦେଓ, ରିଙ୍କୁ ପରିଡ଼ା, ରାମଚନ୍ଦ୍ର ସାହୁ, ସତ୍ୟକାନ୍ତ ରାଉତରାୟ ଏବଂ ଗୋବିନ୍ଦ ଚନ୍ଦ୍ର ରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମ ଶେଷରେ ନିତ୍ୟାନନ୍ଦ ବେଉରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ଉତ୍ସବ ପରିଚାଳନାରେ ଜ୍ୟୋତିନ୍ଦ୍ରିୟ ମହାନ୍ତି, ଦିଲ୍ଲିପ କୁମାର ମହାରଣା, ସଂଯୁକ୍ତା ପାତ୍ର, ସନ୍ତୋଷ କୁମାର ମହାନ୍ତି, ଅମିୟ କୁମାର ସତପଥି, ସସ୍ମିତା ଦେବତା ଏବଂ ଦେବାଶିଷ ଦାସଙ୍କ ସମେତ ସଂଘର ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ସକ୍ରିୟ ସହଯୋଗ କରିଥିଲେ।

ଏହି ନୂତନ ଟିମ୍ ଆଗାମୀ ଦିନରେ ଆଇନଜୀବୀମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ସଂଘର ସୁନାମ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *