ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪/୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ ଦେଖା ଦେଇଥିବାବେଳେ ଚର୍ଚ୍ଚଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଲୋକମାଳା ସହ କ୍ରିସ୍‌ମସ୍‌ ଟ୍ରିରେ ସଜେଇ ହୋଇଛି ଚର୍ଚ୍ଚ । ଏଥିସହ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚର୍ଚ୍ଚଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଖ୍ରୀଷ୍ଟମାସ୍‌ ଏବଂ ନୂଆବର୍ଷ ପାଇଁ ଟ୍ବିନ୍‌ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଗାଡି କଗଜପତ୍ର ପାଇଁ ମାସେ ସମୟ-ମନ୍ତ୍ରୀ

ଭୁବନେଶ୍ୱର, ୨୪/୧୨: ଗାଡିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ସମୟ ଅବଧି ବଢିଛି । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଏହି ଅବଧି ମଧ୍ୟରେ ଆରସି, ଫିଟନେସ୍‌, ପିୟୁସି, ବୀମା ଆଦି କରାଇ ପାରିବେ । ଜାନୁଆରୀ ୧ପରିବର୍ତ୍ତେ ଫେବୃଆରୀ ପହିଲାରୁ କଡାକଡି ଗାଡି ଯାଞ୍ଚ ହେବ । ପୂର୍ବରୁ ଜାନୁଆରୀ ୧ରୁ ପିୟୁସି ନଥିଲେ ପେଟ୍ରୋଲ ମିଳିବନି ଓ କଡାକଡି ଯାଞ୍ଚ ହେବ ବୋଲି କୁହାଯାଇଛି । ଫେବୃଆରୀରୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜା ଚକ୍ରର ରେଞ୍ଜ ରୋଭର୍ ଜବତ

ଭୁବନେଶ୍ୱର, ୨୪/୧୨: ବିଜେଡି ନେତା ରାଜା ଚକ୍ରଙ୍କର ରେଞ୍ଜ ରୋଭର୍ ଗାଡି ଜବତ ହୋଇଛି । ରେଞ୍ଜ ରୋଭର୍ ଗାଡି ଜବତ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ ଗାଡି । ଦୀର୍ଘ ୧୦ ମାସ ପରେ ଏହି ଦାମୀ ଗାଡି ଜବତ ହୋଇଛି ।

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା

ଭୁବନେଶ୍ୱର,୨୩/୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ‘ରାଜୀବ ଭବନ’ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।ଏହି ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଭିନ୍ନ ପ୍ରସଙ୍ଗରେ ପ୍ରାଥମିକ ସମୀକ୍ଷା କରାଯାଇଥିଲା। ମହାନଦୀ ବିବାଦର ଇତିହାସ ଏବଂ ହୀରାକୁଦ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋଚନା ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ ଅଟ୍ଟାଳିକା

ଭୁବନେଶ୍ୱର, ୨୩/୧୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସସିବି) ମେଡିକାଲ କଲେଜରେ ତିଆରି ହେବ ୧୭ ମହଲା ବିଶିଷ୍ଟ ପାର୍କିଂ ଅଟ୍ଟାଳିକା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସମୟରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏସସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ଦ୍ଧିଷ୍ଟ ସମୟ ଭିତରେ ଜିରୋନାଇଟ୍‌ ଉତ୍ସବ ସାରିବାକୁ କମିଶନରଙ୍କ ନିର୍ଦେଶ

ଭୁବନେଶ୍ଵର, ୨୩/୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଦ୍ଵେତନଗର ଭୁବନେଶ୍ଵର ଏବଂ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଦୁଇଟି ଦିନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଉଭୟ ସହରରେ ଅଧିକ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯିବ ବୋଲି କମିଶନର ଏସ. ଦେବଦତ୍ତ ସିଂହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁଲିସ ସାଦା ପୋଷାକରେ ମୁତୟନ ରହି ସମସ୍ତଙ୍କ ଉପରେ ନଜର ରଖିବେ ବୋଲି କମିଶନର କହିଛନ୍ତି।ନୂଆବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୧୨: ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ […]

ସଂପୂର୍ଣ୍ଣ ପଢନ୍ତୁ

୧୩ ଟି MoU: ୨୭ ହଜାର ୬୫୦ କୋଟି ନିବେଶ ସହ ୧୫ ହାଜର ନିଯୁକ୍ତି ସୁଯୋଗ

ଭୁବନେଶ୍ବର,୨୨/୧୨: ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ବାରା ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି । ସୂଚନା ଅନୁସାରେ, ରାଉଣ୍ଡ ଟେବୁଲରେ ୮ଟି ଫର୍ମା ଓ ଡିଫେନ୍ସର ୨୭ଟି ବୈଠକ ହୋଇଛି । ୩୮ ନିବେଶକଙ୍କ ସହ ୱାନ୍‌ ଟୁ ୱାନ୍‌ ସହ ୭୩ଟି ବୈଠକ ହୋଇଛି । ୧୩ ଟି MoU […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ

ଭୂବନେଶ୍ଵର, ୨୨/୧୨: ଜାନୁଆରୀ ପହିଲାରୁ ରାଜ୍ୟରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର। ସେ କହିଛନ୍ତି ଯେ, ଏମଭିଆଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାକୁ ରୋକିହେବ।ସେ ଆହୁରି କହିଛନ୍ତି ଯେ, ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଏବଂ ଡିଲରଙ୍କ ସହିତ ଆଲୋଚନା କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ପର୍କରେ ପେଟ୍ରୋଲ ପମ୍ପଗୁଡ଼ିକର ଆଉଟଲେଟ୍‌ରେ […]

ସଂପୂର୍ଣ୍ଣ ପଢନ୍ତୁ

କୁନି କୁସ୍ତି ଖେଳାଳିଙ୍କୁ ଅଣଦେଖା

ଭୁବନେଶ୍ଵର, ୨୨/୧୨: ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା […]

ସଂପୂର୍ଣ୍ଣ ପଢନ୍ତୁ