ଗାଡି କଗଜପତ୍ର ପାଇଁ ମାସେ ସମୟ-ମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨୪/୧୨: ଗାଡିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ସମୟ ଅବଧି ବଢିଛି । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଏହି ଅବଧି ମଧ୍ୟରେ ଆରସି, ଫିଟନେସ୍‌, ପିୟୁସି, ବୀମା ଆଦି କରାଇ ପାରିବେ । ଜାନୁଆରୀ ୧ପରିବର୍ତ୍ତେ ଫେବୃଆରୀ ପହିଲାରୁ କଡାକଡି ଗାଡି ଯାଞ୍ଚ ହେବ । ପୂର୍ବରୁ ଜାନୁଆରୀ ୧ରୁ ପିୟୁସି ନଥିଲେ ପେଟ୍ରୋଲ ମିଳିବନି ଓ କଡାକଡି ଯାଞ୍ଚ ହେବ ବୋଲି କୁହାଯାଇଛି । ଫେବୃଆରୀରୁ ପିୟୁସି ନଥିଲେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ ।ବିଭାଗ ପକ୍ଷରୁ କୁହାଯାଇଛି ଯେ ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *