Cds 750x430

ଅପରେସନ ସିନ୍ଦୂର; ସାମରିକ ତ୍ରୁଟିକୁ ସ୍ବୀକାର କଲେ ସିଡିଏସ୍‌

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମେ’ ୭ରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ୯ ଆଡ୍ଡାସ୍ଥଳ ଧ୍ବଂସ କରାଯାଇଥିବାବେଳେ ୧୧ ବାୟୁସେନା ଘାଟି କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଅଭିଯାନରେ ଭାରତର ସଫଳତା ସମ୍ପୂର୍ଣ୍ଣ ଏକତରଫା ନଥିଲା ବୋଲି ଭାରତର ସିଡିଏସ (ଚିଫ୍‌ ହଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ଅନିଲ ଚୌହ୍ବାନ ସ୍ବୀକାର କରିଛନ୍ତିି। ଚାରିଦିନ ଧରି ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ
Thumbs B C 0c9ce2c2a9fdd5271c449e77beee3eb6

ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୨ ମୃତ

ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ ଯୋଗୁ ୩୨ ଜଣଙ୍କ ଜୀବନ ଗଲାଣି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମିଜୋରାମ ଓ ମେଘାଳୟ ଭଳି ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି। ଏଥିରେ ୧୨ ହଜାରରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଗତ ତିନିି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷାରେ ଶତାଧିକ ବାସଗୃହ ନିଶ୍ଚିହ୍ନ ହୋଇଥିବାବେଳେ ରାସ୍ତାଘାଟ ଭୁଶୁଡି ପଡିଛି। ବିରାଟକାୟ ଗଛ ଉପୁଡି କେତେକ ସ୍ଥାନରେ ବିଦ୍ୟୁତ୍‌ […]

ସଂପୂର୍ଣ୍ଣ ପଢନ୍ତୁ
Images (1)

୩ ବର୍ଷ ମଧ୍ୟରେ ରୁଷ୍‌ର ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

କିଭ୍: ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି ପରେ ପରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିବା କୁହାଯାଇଛି | ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ରୁଷ୍ ବୋଲି ଦାବି କରିଛି | ୟୁକ୍ରେନ ବାୟୁସେନାର ସୂଚନା ମୁତାବକ, ୟୁକ୍ରେନ ଉପରେ ୪୭୨ଟି ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ୍‌। ୟୁକ୍ରେନ ବାୟୁସେନା […]

ସଂପୂର୍ଣ୍ଣ ପଢନ୍ତୁ
121543065

ପାକ୍ ପ୍ରଧାନମନ୍ତ୍ରୀଙ୍କ ସିନ୍ଧୁ ଜଳ ସନ୍ଧି ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ,୧।୬: ଭାରତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି। ଭାରତର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ପାକିସ୍ତାନ ନିଜେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଏହି ସନ୍ଧିର ଉଲ୍ଲଂଘନ କରୁଛି। ତାଜିକିସ୍ତାନର ଦୁଶାନବେଠାରେ ଅନୁଷ୍ଠିତ ପ୍ରଥମ ଜାତିସଂଘ ହିମବାହ ସମ୍ମିଳନୀରେ ସିଂହ ଏହି ମନ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ଉପରେ ସିନ୍ଧୁ ଜଳ […]

ସଂପୂର୍ଣ୍ଣ ପଢନ୍ତୁ

ମେ ୨୦୨୫ ରେ GST ସଂଗ୍ରହ ୧୬.୪% ବୃଦ୍ଧି

ନୂଆଦିଲ୍ଲୀ,୧ା୬: ଭାରତର ଅର୍ଥନୀତି ମେ ୨୦୨୫ ମାସରେ ଏକ ଶକ୍ତିଶାଳୀ ପ୍ରଦର୍ଶନ ଦେଖାଇଛି, ଯେଉଁଥିରେ ସାମଗ୍ରୀ ଓ ସେବା କର (GST) ସଂଗ୍ରହ ୧୬.୪% ବୃଦ୍ଧି ପାଇ ରୁ. ୨.୦୧ ଲକ୍ଷ କୋଟିରେ ପହଞ୍ଚିଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହା ମେ ୨୦୨୪ ରେ ସଂଗୃହୀତ ରୁ. ୧.୭୨ ଲକ୍ଷ କୋଟିରୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଦେଖାଉଛି। ମେ ମାସରେ ମୋଟ GST ସଂଗ୍ରହ ରୁ. ୪.୩୭ ଲକ୍ଷ କୋଟିରେ ପହଞ୍ଚିଛି, ଯାହା […]

ସଂପୂର୍ଣ୍ଣ ପଢନ୍ତୁ
54462773

ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା

ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି, କାରଣ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଦୂତାବାସ କହିଛି ଯେ ଭାରତ ଏବଂ ନେପାଳ ଉଭୟ ସୀମାନ୍ତ ଅଞ୍ଚଳରେ ପେଟ୍ରୋଲିଂ ଏବଂ ନଜର ବୃଦ୍ଧି […]

ସଂପୂର୍ଣ୍ଣ ପଢନ୍ତୁ
Images

ଗାଜା ଉପରେ ଇସ୍ରାଏଲର ପୁଣି ଆକ୍ରମଣ: ୪୦ ମୃତ, ଶତାଧିକ ଆହତ ସୂଚନା

ନୂଆଦିଲ୍ଲୀ: ପୁଣି ଆକ୍ରମଣରେ ଥରିଲା ଗାଜା । ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି । ଗୁରୁତର ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ଗାଜାର ରାଫା ଅଞ୍ଚଳରେ ଶରଣାର୍ଥୀ ସ୍ବାସ୍ଥ୍ୟ ଶିବିର ଉପରେ ଇସ୍ରାଏଲ ଟ୍ୟାଙ୍କ ମାଧ୍ୟମରେ ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ
Sikkim Flood Tragedy 315737985 16x9 0

ଉତ୍ତର-ପୂର୍ବ ଭାରତରେ ଜଳ ପ୍ରଳୟ : ଅଧିକ ପ୍ରଭାବିତ ସିକ୍କିମ

ନୂଆଦିଲ୍ଲୀ: ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ବିଭିନ୍ନ ସ୍ଥାନରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାରେ ପାଣି, ଘରେ ପାଣି, ବାହାରେ ପାଣି । ଜଳ ପାଇଁ ଜୀବନ ଜଳବନ୍ଦୀ ହୋଇଛି । କେଉଁଠି ଭୂସ୍ଖଳନରେ ଗାଡିରେ ଯାଉଥିବା ଯାତ୍ରୀଙ୍କ ମୃତ୍ୟୁ ହେଲାଣି ତ କେଉଁ ଏନଏଚ ଉପରେ ପାଣି ଜମିଲାଣି । ପାଣିର ପ୍ରଳୟ ପାଇଁ ଏକ ପ୍ରକାର ଅଟକିଯାଇଛି ଉତ୍ତର-ପୂର୍ବ ଭାରତ । ମୌସୁମୀ ଜନିତ ୨ ଦିନର ଲଗାଣ ବର୍ଷା […]

ସଂପୂର୍ଣ୍ଣ ପଢନ୍ତୁ
33kj2jf Highres 1687398110

ରୁଷ ବିମାନଘାଟି ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୪୦ ବିମାନ ନଷ୍ଟ

କିବ୍ : ରବିବାର ଦିନ ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି କରିଛି। କୁହାଯାଉଛି ଯେ ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି ଯେ ଏହି ଆକ୍ରମଣରେ ୪୦ ରୁ ଅଧିକ ରୁଷୀୟ ବୋମା ବିସ୍ଫୋରଣକାରୀ ଜେଟ୍ କ୍ଷତିଗ୍ରସ୍ତ ହୋଇଛି।, ରବିବାର ଦିନ ହିଁ ରୁଷରେ ଦୁଇଟି ସେତୁକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ
Pete

ତାଇଓ୍ବାନ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ: ଆମେରିକା

ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀମାନଙ୍କୁ ଶନିବାର ଏ ନେଇ ସତର୍କ କରାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପେଟ୍‌ ହେଗସେଠ୍‌। ଚୀନ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ନିଜ କବଜାକୁ ନେବା ଲାଗି ପ୍ରସ୍ତୁତି ଚଳାଇଛି। ଏପରି ହେଲେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଡ଼ ଧରଣର ସାମରିକ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ପେଟ୍‌ କହିଛନ୍ତି। ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗରି-ଲା ନିରାପତ୍ତା ଆଲୋଚନା ବେଳେ ପେଟ୍‌ କହିଛନ୍ତି, ଉପରଠାଉରିଆ […]

ସଂପୂର୍ଣ୍ଣ ପଢନ୍ତୁ