Supreme Court 750x430

‘ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ପାଲଟିଯାଏ’, ୭ ବର୍ଷର ଝିଅକୁ ବଳାତ୍କାର ମାମଲାରେ ପିତାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୫: ଗୁରୁବାର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ହୋଇଯାଏ। ସୁପ୍ରିମକୋର୍ଟ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ସାତ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ପାଇଁ ଦଣ୍ଡ ସ୍ଥଗିତ ରଖିବାକୁ ଦାବି କରିଥିଲେ। ବିଚାରପତି ବିଭି ନାଗରଥନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତରଙ୍କୁ ନିମ୍ନ ଅଦାଲତ ଦୋଷୀ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzzz

ଅସହ୍ୟ ହେଲା ପାଠପଢ଼ା ଚାପ, ଜୀବନ ହାରିଲେ ଛାତ୍ରୀ

ବେଙ୍ଗାଲୁରୁ : ପାଠପଢ଼ାର ଚାପ ସହି ନ ପାରି ଜୀବନ ହାରିଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ମାତ୍ର ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ୧୯ତମ ଜନ୍ମ ଦିନ ପାଳିଥିଲେ। ହେଲେ ବୁଧବାର ଅପରାହ୍ନରେ ସେ ନିଜ ରୁମରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାର କୋଡାଗୁ ଜିଲ୍ଲାରେ ଥିବା ଗୋଟିଏ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ ୧୯ ବର୍ଷୀୟ ତେଜସ୍ୱିନୀ। ସେ ପୋନ୍ନାମପେଟରେ ଥିବା ହାଲ୍ଲିଗାଟ୍ଟୁ କଲେଜ ଅଫ […]

ସଂପୂର୍ଣ୍ଣ ପଢନ୍ତୁ
Congress 1748528591

ହତ୍ୟାକାଣ୍ଡକୁ ବିରୋଧ କରି କଂଗ୍ରେସ ଛାଡ଼ିଲେ ୨୦୦ ମୁସଲିମ ନେତା

ବେଙ୍ଗାଲୁରୁ : କର୍ଣ୍ଣାଟକା କଂଗ୍ରେସରେ ବଡ଼ ବିପର୍ଯ୍ୟୟ। ଏକା ଥରେ ଦଳ ଛାଡ଼ିଲେ ୨୦୦ରୁ ଅଧିକ ମୁସଲିମ ନେତା। କର୍ଣ୍ଣାଟକାର ଦକ୍ଷିଣ କନ୍ନଡରେ ଘଟିଥିବା ଗୋଟିଏ ହତ୍ୟାକାଣ୍ତ ବିରୋଧ କରି କଂଗ୍ରେସର ମୁସଲିମ ନେତାମାନେ ଏପରି ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାରେ କଂଗ୍ରେସ ଏବେ କ୍ଷମତାରେ ରହିଛି। ତଥାପି ଅବଦୁଲ ରହିମ ଓରଫ ଇମତିୟାଜଙ୍କ ହତ୍ୟା ଘଟଣାରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ କରି ସେମାନେ ଇସ୍ତଫା ଦେଇଥିବା କହିଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର : ମମତା

କୋଲକାତା: ମୋଦୀଙ୍କ ଉପରେ ବର୍ଷିଲେ ମମତା । ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନା ପରେ ତାତିଛନ୍ତି ଦିଦି । ପ୍ରେସମିଟ୍ କରି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଆଉ ସିଧା ସିଧା ନିଶାନା କରି କହିଛନ୍ତି- ବିଜେପି ଅପରେସନ୍ ସିନ୍ଦୂର ନାଁରେ ରାଜନୈତିକ ହୋଲି ଖେଳୁଛି । ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି । ଯେତେବେଳେ ସାରା ଦେଶ ଅପରେସନ ସିନ୍ଦୂର ସପକ୍ଷରେ ଛିଡା ହେଉଛି […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzz

ଟିଏମସି ଶାସନ ସମୟରେ ହଜାର ହଜାର ଶିକ୍ଷକଙ୍କ ଭବିଷ୍ୟତ ନଷ୍ଟ ହୋଇଥିଲା: ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମମତା ବାନାର୍ଜୀ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ଆଲିପୁରଦ୍ୱାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମୁର୍ଶିଦାବାଦ ଏବଂ ମାଲଦାର କଥା ଉଠାଇ କହିଥିଲେ ଯେ ପଶ୍ଚିମବଙ୍ଗରେ ଗୁଣ୍ଡାଗିରିକୁ ସମର୍ଥନ କରାଯାଉଛି । ସେ କହିଥିଲେ ଯେ ଏଠାରେ ଯାହା ଘଟିଲା ତାହା ରାଜ୍ୟର ଟିଏମସି ସରକାରଙ୍କ ନିଷ୍ଠୁରତାର ଏକ ଉଦାହରଣ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ପଶ୍ଚିମବଙ୍ଗର ଲୋକମାନେ ଆଉ ଟିଏମସି ସରକାରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzz

ବନ୍ଦୀ ଜ୍ୟୋତିଙ୍କୁ ଭେଟିବା ପରେ କାନ୍ଦୁଛନ୍ତି ବାପା

ହିସାର: ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯିବାର ପ୍ରଥମ ଦିନରେ ବାପା ହରିଶ ମାଲହୋତ୍ରା ଝିଅକୁ ଭେଟିବାକୁ ଜେଲରେ ଯାଇ ପହଞ୍ଚିଥିଲେ। ଜ୍ୟୋତି ସେଣ୍ଟ୍ରାଲ ଜେଲର ବାରାକ ନମ୍ବର ୨ରେ ବନ୍ଦୀ ଅଛନ୍ତି।  ଝିଅକୁ ଭେଟି ବାହାରକୁ ଆସିବା ପରେ ବାପା ହରିଶ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିଲି। ଭେଟିବା ସମୟରେ ଝିଅ ବାରମ୍ବାର ମୋ‌ତେ କହୁଥିଲା କି ସେ […]

ସଂପୂର୍ଣ୍ଣ ପଢନ୍ତୁ
New Delhi Earthquake

ଭୂମିକମ୍ପରେ ପୁଣି ଥରିଲା ପାକିସ୍ତାନ, ୩ ଦିନରେ ୨ ଥର ଦୋହଲିଗଲାଣି ଦେଶ

ଇସଲାମାବାଦ: ପୁଣି ପାକିସ୍ତାନରେ ଭୂମିକମ୍ପ । ଭୂକମ୍ପ ଝଟକାରେ ପୁଣି ଥରିଲା ପାକିସ୍ତାନ । ସନ୍ଧ୍ୟା ୬ଟା ୬ ମିନିଟରେ ପାକିସ୍ତାନରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ । ଭୂମିକମ୍ପ ପରେ ଲୋକେ ଛାନିଆରେ ଘରୁ ବାହାରି ଆସିଥିବା ବେଳେ କୌଣସି କ୍ଷୟକ୍ଷତିର ଏଯାଏଁ ସୂଚନା ମିଳିନି । ତେବେ ଗତ ଦୁଇ ଦିନ ତଳେ ଅର୍ଥାତ ମଙ୍ଗଳବାର ଦିନ ବି ଭୂମିକମ୍ପରେ ଦୋହଲିଥିଲା ପାକିସ୍ତାନ । ସଂଧ୍ଯା ୭ଟା […]

ସଂପୂର୍ଣ୍ଣ ପଢନ୍ତୁ
709imkphecxije5uypvo

ଦୁଇଥର ଅସ୍ତ୍ରବିରତି ପାଇଁ ଭାରତ ସହ ସମ୍ପର୍କ କରିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଉପରେ ଶକ୍ତିଶାଳୀ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଘଂନ କରି ଚାଲିଥିଲା। ଏହାର ବି କଡ଼ା ଜବାବ ଦେଇଥିଲା ଭାରତ। ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଅନିର୍ଦ୍ଦିଷ୍ଟକାଳ ଯାଏ ଅସ୍ତ୍ରବିରତି ଜାରି ରହିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ସମ୍ପ୍ରତି ଅସ୍ତ୍ରବିରତିକୁ ନେଇ ଏକ ନୂଆ ସୂଚନା ସାମ୍ନାକୁ ଆସିଛି। ବିଶେଷ ସୂତ୍ରରୁ […]

ସଂପୂର୍ଣ୍ଣ ପଢନ୍ତୁ
N Biren Singh 104139590 16x9

ମଣିପୁରରେ ପୁଣି ବୀରେନ ସିଂ ସରକାର ସମ୍ଭାବନା !

ଇମ୍ପାଲ : ମଣିପୁର ରାଜନୀତିରେ ପୁଣି ଥରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଜେପି ବିଧାୟକମାନଙ୍କ ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ମଣିପୁରର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏନ. ବୀରେନ ସିଂଙ୍କ ଅନୁଗତ ବିଧାୟକ ରାଧେଶ୍ୟାମ ଏହି ବୈଠକ ପରେ ଘୋଷଣା କରିଛନ୍ତି ଯେ ତାଙ୍କ ପାଖରେ ୪୪ ଜଣ ବିଧାୟକଙ୍କ ସମର୍ଥନ ଅଛି, ଯେଉଁମାନେ ଏକ ଲୋକପ୍ରିୟ ଏବଂ ସ୍ଥିର ସରକାର […]

ସଂପୂର୍ଣ୍ଣ ପଢନ୍ତୁ
Paddy Msp

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୬୯ ଟଙ୍କା କୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଚାଷୀମାନଙ୍କ ଲାଭ ସରକାର ଅନେକ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ସରକାର ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଛଡ଼ା […]

ସଂପୂର୍ଣ୍ଣ ପଢନ୍ତୁ