ସୋପିଆନରେ ୩ ଲଶ୍କର ଆତଙ୍କୀଙ୍କୁ ନିପାତ କଲା ସେନା
ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସେନାକୁ ବଡ଼ ସଫଳତା ମିଳିଛି। ଗୁଳିବିନିମୟ ସମୟରେ ଭାରତୀୟ ଯବାନମାନେ ଲଶ୍କର-ଏ-ତଇବା ସଂଗଠନତ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି। ସୋପିଆନର ଜମ୍ପାଥରି ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଛି। ପହଲଗାଓଁ ଆକ୍ରମଣ ପରେ ସେନା ପକ୍ଷରୁ ଅପରେସନ ‘ସିନ୍ଦୂର’ ଜରିଆରେ ପାକିସ୍ତାନର ଆତଙ୍କୀ ଶିବିରଗୁଡ଼ିକ ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ଏହି ଅପରେସନରେ ସୀମା ପାର ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯିବା ପରେ ଏବେ ସେନା ସୀମା ଭିତରେ ଛପିଥିବା ଆତଙ୍କୀଙ୍କୁ […]
ସଂପୂର୍ଣ୍ଣ ପଢନ୍ତୁ