Mamata Banerjee At West Bengals

ଧାମ ବିବାଦ : ଫଳକ ହଟାଇଲେ, ହେଲେ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ ମମତା

ଭୁବନେଶ୍ଵର: ଧାମ ବିବାଦରେ ମୁହଁ ଖୋଲିଲେ, ହେଲେ ଭୁଲ ମାନିବେ କ’ଣ, ଓଲଟା ବିତଣ୍ଡା ଯୁକ୍ତି କଲେ। ଖାଲି ଯୁକ୍ତି କଲେନି, ମୂଳ ପୀଠ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ। ଦୀଘାର ‘ଜଗନ୍ନାଥ ଧାମ’ ବିବାଦ ଉପରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରୀ, ଦୀଘା ମନ୍ଦିରର ଗୁରୁତ୍ୱକୁ ସମାନ କରି, ଦୀଘା ମନ୍ଦିରକୁ ‘ଧାମ’ ବୋଲି କହିବା ଉପରେ ଉଠିଥିବା ଆପତ୍ତି ନେଇ ବିଜେପି ଉପରେ ବର୍ଷିଛନ୍ତି। ଏନେଇ ଦିଦି କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Mahakaleswar

ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଉଜ୍ଜୈନରେ ସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ୱାରରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଇଛି । ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ୩ଟି ଗାଡି ସହ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ମନ୍ଦିର ପରିସରରେ ସିସିଟିଭି କଣ୍ଟ୍ରୋଲ୍‌ ରୁମ୍‌ର ଉପରେ ରଖାଯାଇଥିବା ବ୍ୟାରେଟରୀରୁ ନିଆଁ ଲାଗିଛି । […]

ସଂପୂର୍ଣ୍ଣ ପଢନ୍ତୁ
Pak 1 750x430

ଲଗାତର ୧୧ତମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି)ରେ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଚାଳନା କରିଆସୁଛି। ବିନା ପ୍ରରୋଚନାରେ ପାକିସ୍ତାନୀ ପୋଷ୍ଟରୁ ଏହି ଗୁଳିଚାଳନା ଗୋଟିଏ କିମ୍ବା ଦୁଇଟି ସେକ୍ଟର ମଧ୍ୟରେ ସୀମିତ ହୋଇ ରହିନାହିଁ। ବରଂ ଏକକାଳୀନ ଅନେକ ସେକ୍ଟରରେ ଗୁଳିଚାଳନା ହେଉଛି। ତେବେ ଭାରତୀୟ ଯବାନମାନେ ଗୁଳିମାଡ଼ର ମୁହଁତୋଡ଼ ଜବାବ ଦେଉଛନ୍ତି। ପହଲଗାମ ଆକ୍ରମଣ ପରେ ଗତ ରାତିରେ ପାକିସ୍ତାନ ଲଗାତର ୧୧ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେନା […]

ସଂପୂର୍ଣ୍ଣ ପଢନ୍ତୁ
Jaishankar 750x430

ଭାରତକୁ ବନ୍ଧୁ ଦରକାର, ଉପଦେଶ ଦେଉଥିବା ରାଷ୍ଟ୍ର ନୁହେଁ: ଜୟଶଙ୍କର

ଭାରତ ପାଇଁ ବନ୍ଧୁର ଆବଶ୍ୟକତା ରହିଛି। ଉପଦେଶ ଦେଉଥିବା ଦେଶର ଆବଶ୍ୟକତା ନାହିଁ। ୟୁରୋପ ଉଦ୍ଦେଶ୍ୟରେ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ରବିବାର ଆର୍କଟିକ୍‌ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ ଯୋଗଦେଇ ଜୟଶଙ୍କର କହିଛନ୍ତି, ଭାରତ ସହିତ ନିବିଡ଼ ସମ୍ପର୍କ ରଖିବାକୁ ହେଲେ ୟୁରୋପକୁ କିଛି ସମ୍ବେଦନଶୀଳତା ଏବଂ ପରସ୍ପରର ହିତ ସାଧନ ହେଲା ଭଳି ମନୋଭାବ ପ୍ରଦର୍ଶନ କରିବାକୁ ହେବ। ବର୍ତ୍ତମାନ ସମୟରେ ନୂଆଦିଲ୍ଲୀ ବନ୍ଧୁ ଖୋଜୁଛି, ଉପଦେଶ ଦେଉଥିବା […]

ସଂପୂର୍ଣ୍ଣ ପଢନ୍ତୁ
Israel 750x430

ଇସ୍ରାଏଲ ବିମାନବନ୍ଦରରେ ହୁତି ଆତଙ୍କବାଦୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ, ନେତନ୍ୟାହୁ ଡକାଇଲେ ଜରୁରୀ ବୈଠକ

ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ହୁତି ଆତଙ୍କବାଦୀମାନଙ୍କ ଦ୍ଵାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୬ ନାଗରିକ ଆହତ ହୋଇଥିବା ସୂଚନା ମିଳିନାହିଁ। ଏହି ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜରୁରୀ ବୈଠକ ଡକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିବେ। ତା’ ସହିନ୍ଦ ସନ୍ଧ୍ୟା​‌ରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ। ୟେମେନରେ ରହି ଆକ୍ରମଣ ଚଳାଇଥିବା ହୁତି ଆତଙ୍କବାଦୀଙ୍କୁ କିପରି […]

ସଂପୂର୍ଣ୍ଣ ପଢନ୍ତୁ
Sfd

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବୈଠକ ପରେ, ଅମରପ୍ରୀତ ସିଂହ ପ୍ରଧାନମନ୍ତ୍ରୀ ବାସଭବନ ଛାଡି ଚାଲିଯାଇଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମ ଆକ୍ରମଣ ପରେ, ଜାତୀୟ ସୁରକ୍ଷା ସହ ଜଡିତ ବିଷୟ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏପରି ପରିସ୍ଥିତିରେ, ଏହି ବୈଠକକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୂର୍ବରୁ ଶନିବାର ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Swami Shivananda Maharaj 750x430

୧୨୮ ବର୍ଷରେ ଯୋଗଗୁରୁ ଶିବାନନ୍ଦ ମହାରାଜଙ୍କ ପରଲୋକ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପରଲୋକ ଘଟିଛି। ରବିବାର ୧୨୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ହୃଦଘାତ ଯୋଗୁ ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ ରହୁଥିଲେ। ସ୍ଵାମୀ ଶିବାନନ୍ଦ ସରସ୍ଵତୀ ୧୮୯୭ ମସିହା ଅଗଷ୍ଟ ୮ ତାରିଖରେ ବ୍ରିଟିଶ ଇଣ୍ଡିଆର ସିଲହେଟ୍‌ ଜିଲା(ବର୍ତ୍ତମାନ ବାଂଲାଦେଶରେ)ରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୬ ବର୍ଷ ବୟସରେ ସେ ତାଙ୍କ ମା’ ଓ ବାପାଙ୍କୁ ହରାଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
X 750x430

ଇମ୍ରାନ ଖାନ ଓ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ବ୍ଲକ୍ କରାଯାଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାରଙ୍କ ‘ଏକ୍ସ’ ଆକାଉଣ୍ଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ପୂର୍ବରୁ ସେମାନେ ଦାବି କରିଥିଲେ ଯେ, ଇସଲାମାବାଦ ପାଖରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅଛି ଯେ ଏପ୍ରିଲ ୨୨ରେ […]

ସଂପୂର୍ଣ୍ଣ ପଢନ୍ତୁ
Subh

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଘିଅ ଢାଳିଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା: ବଢ଼ିଲା ପଶ୍ଚିମବଙ୍ଗ ସରକାରଙ୍କ ଅଡ଼ୁଆ। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଦିନକୁ ଦିନ ତେଜିବାରେ ଲାଗୁଛି। ଆଉ ଆଜି ଏଥିରେ ଆଉ ଟିକେ ଘିଅ ଢାଳିଛନ୍ତି, ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିବା ସହିତ ମମତା ସରକାରକୁ ଭତ୍ସନା କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରକୁ ‘ ଜଗନ୍ନାଥ ଧାମ’ କହିବା ଆଉ ମହାପ୍ରଭୁଙ୍କ   ବଳକା ନବକଳେବର ଦାରୁ ପଶ୍ଚିମବଙ୍ଗ ଯିବା ପ୍ରସଙ୍ଗ ଏବେ ଓଡ଼ିଶାରେ ଜଗନ୍ନାଥ […]

ସଂପୂର୍ଣ୍ଣ ପଢନ୍ତୁ
Spy

୨ ଗୁପ୍ତଚର ଗିରଫ, ଶତ୍ରୁପକ୍ଷକୁ ଦେଉଥିଲେ ସେନାର ଗୋପନୀୟ ସୂଚନା

ଚଣ୍ଡିଗଡ଼: ପଞ୍ଜାବ ପୁଲିସକୁ ମିଳିଛି ବଡ଼ ସଫଳତା। ଅମୃତସରରେ ଏକ ବଡ଼ ଗୁପ୍ତଚର କାଣ୍ଡର ପର୍ଦ୍ଦାଫାସ କରି ଦୁଇଜଣ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସେନାର ଗୋପନୀୟ ସୂଚନା ଲିକ୍ କରୁଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଉଭୟଙ୍କ ସମ୍ପର୍କର ପର୍ଦ୍ଦାଫାସ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ପଲକ ଶେର ମସିହ ଏବଂ ସୁରଜ ମସିହ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଅମୃତସର ଗ୍ରାମୀଣ ପୁଲିସ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଶତ୍ରୁପକ୍ଷକୁ […]

ସଂପୂର୍ଣ୍ଣ ପଢନ୍ତୁ