ଏଲଓସିରେ ପ୍ରବଳ ଗୁଳିବର୍ଷା, ୧୪ଟି ଟେରିଟୋରିଆଲ ଆର୍ମୀଙ୍କୁ ସକ୍ରିୟ କଲା ଭାରତ

ନୂଆଦିଲ୍ଲୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପାକିସ୍ତାନର ମିସାଇଲ ଓ ଡ୍ରୋନ ଆକ୍ରମଣକୁ ବିଫଳ କରିଛି। ଏହା ସହିତ ଭାରତ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଇନ୍ଫାଣ୍ଟ୍ରୀ ବାଟାଲିୟନ ଏବଂ ଟେରିଟୋରିଆଲ ଆର୍ମୀକୁ ସକ୍ରିୟ କରିଛି। ଏହି ଘଟଣା ଏପ୍ରିଲ ୨୨, ୨୦୨୫ରେ ଜାମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଆରମ୍ଭ ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ
0xnfb3fqdklzob5sra5q

ପାକିସ୍ତାନକୁ ବଡ଼ ଝଟକା: ସିନ୍ଧୁ ଜଳ ଚୁକ୍ତି ମାମଲାରେ ଦୂରେଇ ରହିଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ପାକିସ୍ତାନ ଏହି ମାମଲାରେ ବହୁତ ଖପ୍ପା ହୋଇଥିଲା ଏବଂ ପାକିସ୍ତାନର ଅନେକ ବଡ଼ ନେତା ମଧ୍ୟ ଜଳ ଚୁକ୍ତିନାମା ସମ୍ପର୍କରେ ଧମକ ଦେଇଥିଲେ। ଏହି ସମୟରେ, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ଏଥିରେ ବିଶ୍ୱ ବ୍ୟାଙ୍କର କ’ଣ ଭୂମିକା […]

ସଂପୂର୍ଣ୍ଣ ପଢନ୍ତୁ

ଷ୍ଟକବଜାର ଉପରେ ଯୁଦ୍ଧ ପ୍ରଭାବ : ୨ ଦିନରେ ସେନସେକ୍ସ କମିଲା ୧୨୦୦ ପଏଣ୍ଟ

ମୁମ୍ବାଇ : ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବର ଷ୍ଟକ ବଜାର ଉପରେ ପଡ଼ିଛି । ଶୁକ୍ରବାର ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫଟି ୫୦ ପ୍ରାରମ୍ଭିକ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା। ସନ୍ଧ୍ୟାରେ କାରବାର ବନ୍ଦ ହେବା ବେଳକୁ, ସେନସେକ୍ସ ୮୮୦.୩୪ ପଏଣ୍ଟ ହ୍ରାସ ପାଇ ୭୯,୪୫୪.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ଯେତେବେଳେ ନିଫ୍ଟି ୫୦ ମଧ୍ୟ ୨୬୫.୮୦ ପଏଣ୍ଟ ହ୍ରାସ ପାଇ ୨୪,୦୦୮ ପଏଣ୍ଟରେ ବନ୍ଦ ହୋଇଥିଲା। ଏହା ନିବେଶକମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି। […]

ସଂପୂର୍ଣ୍ଣ ପଢନ୍ତୁ
Jp Nadda

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ମଧ୍ୟରେ ହେଉଛି ଘନ ଘନ ବୈଠକ । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକ ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଜେପି ନଡ୍ଡା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ ଔଷଧ ନିର୍ମାତା କମ୍ପାନୀ ଓ ବିତରକମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଏଥିରେ […]

ସଂପୂର୍ଣ୍ଣ ପଢନ୍ତୁ
Zzzzz

ରଜୌରୀରେ ପାକ୍ ମିସାଇଲରେ ଭାଙ୍ଗିଲା ଘର

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଭାରତର ଜବରଦସ୍ତ ପ୍ରହାରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି । ଭାରତୀୟ ସେନା ପାକିସ୍ତାନର ୨ ଜେଏଫ୍-୧୭ ଓ ଗୋଟିଏ ଏଫ-୧୬ ଫାଇଟର ଜେଟ୍ ମାରି ଖସାଇଛି । ଏହା ସହିତ ପାକିସ୍ତାନ ଏୟାରଫୋର୍ସର ଏଡବ୍ଲୁଏସିଏସ୍ ବିମାନ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଧ୍ବସଂ କରିଦେଇଛି । ପ୍ରାୟ ୪୮ ଘଣ୍ଟାରେ ପାକିସ୍ତାନକୁ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ରଜୌରୀରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ସବୁ ସେନାଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଓ ୩ ସେନା ପ୍ରମୁଖଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଆସିଛି। ବାତିଲ ହୋଇଛି ସବୁ ସେନାଧିକାରୀଙ୍କ ଛୁଟି । କୌଣସି କାରଣରୁ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ମଧ୍ୟ ପ୍ରସ୍ତୁତ ରହିବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍‌ ପ୍ରଧାନମନ୍ତ୍ରୀ ଶୃଗାଳ

ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା ଦେଇ ଜଣେ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପାକିସ୍ତାନର ରାଜନୀତି ଓ ସାମରିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପାକିସ୍ତାନ ସଂସଦରେ ଏମପି ଜଣକ କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କାଟଜୁ

ନୂଆଦିଲ୍ଲୀ,୯।୫: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆମେ ଖୁବ ଶୀଘ୍ର ଲାହୋରରେ ଜଳଖିଆରେ ବେକନ ଏବଂ ଅଣ୍ଡା ଖାଇବୁ, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନିର ମଜା ନେବୁ, ପେଶାୱରରେ ଚା’ ସହିତ ଡୋନଟ୍ସ ଖାଇବୁ ଏବଂ କରାଚୀରେ ରାତ୍ରୀ ଭୋଜନରେ ସାମୁଦ୍ରିକ ଖାଦ୍ୟ ବା […]

ସଂପୂର୍ଣ୍ଣ ପଢନ୍ତୁ

ଏହା ଆବଶ୍ୟକତା ଥିଲା, ସେନାକୁ ଅଭିନନ୍ଦନ: ମୋହନ ଭାଗବତ

ନାଗପୁର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏହି ପରିସ୍ଥିତିରେ ସେ ସରକାର ଏବଂ ସଶସ୍ତ୍ର ବାହିନୀ ସହିତ ଠିଆ ହେବେ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ମୋହନ ଭାଗବତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, “ଅପରେସନ ସିନ୍ଦୂର ପାଇଁ ଭାରତ ସରକାର ଏବଂ ସଶସ୍ତ୍ର ବାହିନୀର ନେତୃତ୍ୱକୁ ହାର୍ଦ୍ଦିକ ଅଭିନନ୍ଦନ। ହିନ୍ଦୁ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟାକାଣ୍ଡରେ ପୀଡିତ […]

ସଂପୂର୍ଣ୍ଣ ପଢନ୍ତୁ
Ipl

ଆଇପିଏଲ ଏକ ସପ୍ତାହ ଲାଗି ସ୍ଥଗିତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଦେଶରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ କୁ ୧ ସପ୍ତାହ ଲାଗି ସ୍ଥଗିତ ରଖିଛି ବିସିସିଆଇ | ବିସିସିଆଇ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ପରିସ୍ଥିତିରେ ଆମେ ସରକାର ଓ ସେନାଙ୍କ ସହିତ ରହିଛୁ | ସୂଚନାଯୋଗ୍ୟ ଗୁରୁବାର ରାତିରେ, ମେ ୮ ରାତିରେ, ଆଇପିଏଲ ୨୦୨୫ର ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ବାତିଲ କରିବାକୁ […]

ସଂପୂର୍ଣ୍ଣ ପଢନ୍ତୁ