ଭାରତକୁ ଧମକ ଦେଇ ଅଧିକ ଶୁଳ୍କ ଲାଗୁ କରିବାକୁ କହିଲେ

ୱାଶିଂଟନ, ୨୧/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ଭାରତ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି, ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନ କରେ, ତେବେ ଭାରତକୁ ଭାରୀ ଶୁଳ୍କ ଦେବାକୁ ପଡିବ। ଗତ ଗୁରୁବାର ଦିନ କରିଥିବା ତାଙ୍କ ଦାବିକୁ ଦୋହରାଇ ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ,ଆମେ ରୁଷୀୟ ତେଲ କିଣିବା ବନ୍ଦ କରିଦେବୁ। ଯଦି ସେମାନେ ଏପରି ନ […]

ସଂପୂର୍ଣ୍ଣ ପଢନ୍ତୁ

ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଆସରାନିଙ୍କ ପରଲୋକ

ମୁମ୍ବାଇ, ୨୧/୧୦: ଆସ୍ରାନି ଭାବରେ ପରିଚିତ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ଆଜି (ସୋମବାର) ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ଚିକିତ୍ସିତ ହେଉଥିଲେ। ଆଶରାନିଙ୍କ ଭଣଜା ଅଶୋକ ଆସରାନି କହିଛନ୍ତି ଯେ ଅପରାହ୍ନ ୪ଟା ସମୟରେ ଅଭିନେତା ଗୋବର୍ଦ୍ଧନ ଆସରାନି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକା ପାଇଁ ସେ ଘରେ ଘରେ ପରିଚିତି ଲାଭ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବନାରେ ଆଲୋକିତ କରୁ।’ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ପର୍ବପର୍ବାଣୀ ସମୟରେ ସ୍ବଦେଶୀ ଉତ୍ପାଦ କିଣିବାକୁ ଲୋକଙ୍କୁ ଅନୁରୋଧ କରିଆସୁଛନ୍ତି। ମୋଦି ସରକାର ଆରମ୍ଭରୁ […]

ସଂପୂର୍ଣ୍ଣ ପଢନ୍ତୁ

ଦୀପୋତ୍ସବ ୨୦୨୫ରେ ବିଶ୍ୱ ରେକର୍ଡ: ଅଯୋଧ୍ୟାରେ ଜଳିଲା ୨୬ ଲକ୍ଷ ଦୀପ

ଅଯୋଧ୍ୟା, ୨୦/୧୦: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନବମ ଦୀପୋତ୍ସବ ଏକ ଐତିହାସିକ ମୁହୂର୍ତ୍ତରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରଜୁ ନଦୀ ତଟରେ ୨୬,୧୧,୧୦୧ ମାଟି ଦୀପ ପ୍ରଜ୍ୱଳନ ଗିନିଜ୍‌ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହାସହିତ ୨୧୨୮ ବେଦାଚାର୍ଯ୍ୟଙ୍କ ଦ୍ୱାରା ଏକକାଳୀନ ଆରତି ମାଧ୍ୟମରେ ଦ୍ୱିତୀୟ ବିଶ୍ୱ ରେକର୍ଡ ହାସଲ କରିଛି ଅଯୋଧ୍ୟା। ‘ରାମ କି ପେଡ଼ି’ ଓ ୫୬ଟି ଘାଟରେ ମିଳିତ ଭାବେ ୨୬ ଲକ୍ଷରୁ ଅଧିକ ଦୀପ […]

ସଂପୂର୍ଣ୍ଣ ପଢନ୍ତୁ

ଗାଜାରେ ଯୁଦ୍ଧବିରତି ଉଲ୍ଲଂଘନ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୧୧ ମୃତ

ଇସ୍ରାଏଲ, ୨୦/୧୦: ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ସତ୍ବେ ରବିବାର ଉଭୟଙ୍କ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ କରାଯାଇଛି। ହମାସ ପ୍ରଥମେ ଆକ୍ରମଣ କରିବା ପରେ ଇସ୍ରାଏଲ ପକ୍ଷରୁ ଏହାର ଜବାବରେ ଏୟାରଷ୍ଟ୍ରାଇକ କରାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଦକ୍ଷିଣ ଗାଜା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ହମାସ ପକ୍ଷରୁ ପ୍ରଥମେ ଯୁଦ୍ଧ ବିରତିର ଉଲ୍ଲଂଘନ କରାଯିବା ପରେ ଇସ୍ରାଏଲ ଏହି ଆକ୍ରମଣ କରିଥିବା ଆଇଡିଏଫ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଥରେ ଖେଳାଯାଇଥିବା ପ୍ରଥମ ODIରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜିତ

ନୂଆଦିଲ୍ଲୀ,୧୯/୧୦: ଦେଶସାରା ଛୋଟି ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଶଂସକମାନେ ଆଶା କରିଥିଲେ ଯେ ଟିମ ଇଣ୍ଡିଆ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ, ଦେଶକୁ ବିଜୟର ଉପହାର ଦେବ, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ପର୍ଥରେ ଖେଳାଯାଇଥିବା ପ୍ରଥମ ODIରେ ଅଷ୍ଟ୍ରେଲିଆ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଅଧିନାୟକ ମିଚେଲ ମାର୍ଶ ଅଷ୍ଟ୍ରେଲିଆ ପାଇଁ ୪୬ ରନର ନଟ ଆଉଟ ଇନିଂସ ଖେଳିଥିଲେ। ନିୟମିତ ବର୍ଷା ଯୋଗୁ ମ୍ୟାଚ ୨୬ ଓଭରକୁ ହ୍ରାସ […]

ସଂପୂର୍ଣ୍ଣ ପଢନ୍ତୁ

ଫିଲ୍ମ “ଥାମ୍ମା” ରିଲିଜ୍ ପୂର୍ବରୁ ୨୦ କୋଟି ଇନକମ୍

ମୁମ୍ବାଇ, ୧୯/୧୦: ଆଗାମୀ ଫିଲ୍ମ “ଥାମ୍ମା” ରିଲିଜ୍ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ବଡ଼ ସଫଳତା ହାସଲ କରିଛି। ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଆଳୋଡ଼ନ ସୃଷ୍ଟି କରିବାକୁ ଯାଉଛି। ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ, ଫିଲ୍ମଟି ରିଲିଜ୍ ପୂର୍ବରୁ ୫ କୋଟି ରୋଜଗାର କରିସାରିଛି। ଯାହା ଏହାର ଜବରଦସ୍ତ ପ୍ରଚାରକୁ ପ୍ରତିଫଳିତ କରିଛି। ଥିଏଟରରେ ପ୍ରବଳ ଭିଡ଼ ଆଶା କରାଯାଉଛି। ଏହି ଫିଲ୍ମର କ୍ରେଜ୍ ଦେଖି, ବକ୍ସ ଅଫିସ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଏହା […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକାରେ ଆଜି ଟ୍ରମ୍ପଙ୍କ ବିରୁଧରେ ବଡ ପ୍ରତିବାଦ ଏହାରି ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ

ନୂଆଦିଲ୍ଲୀ: “NO KING” ପ୍ରତିବାଦର ଜବାବ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେୟାର କଲେ ମୁଣ୍ଡରେ ମୁକୁଟ ପିନ୍ଧିଥିବାରୁ ଏଆଇ ଭିଡିଓ। ଆମେରିକାରୁ ୟୁରୋପ ଏବଂ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ, ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ “ନୋ କିଙ୍ଗ୍” ପ୍ରତିବାଦ ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ସତ୍ତାବାଦୀ ମନୋଭାବର ପ୍ରତିବାଦ କରିବା ପାଇଁ ହଜାର ହଜାର ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଲଣ୍ଡନ ଏବଂ ମାଡ୍ରିଡ୍‌ଠାରୁ ଆରମ୍ଭ କରି ୱାଶିଂଟନ, […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରେନରୁ ଖସି ୨ ଯାତ୍ରୀ ମୃତ

ମୁମ୍ବାଇ, ୧୯/୧୦: ମୁମ୍ବାଇର ଲୋକମାନ୍ୟ ତିଳକ ଷ୍ଟେସନରୁ ବିହାର ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ବଡ଼ ଦୁର୍ଘଟଣା ଘଟିଛି। ନାସିକ ରୋଡ ରେଳ ଷ୍ଟେସନରୁ କିଛି ଦୂରରେ ୩ ଜଣ ଯାତ୍ରୀ ଟ୍ରେନରୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୀପାବଳି ପର୍ବ ପାଇଁ ବିହାର ଟ୍ରେନରେ ଏତେ ଭିଡ଼ ରହିଥିଲା କି ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ଲୋକେ ଘରକୁ ଫେରୁଥିବାରୁ ଭିଡ଼ ହୋଇଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ହେଜେକ୍ସ ଫଣ୍ଡ ଓଡ଼ିଶା ମୁଖ୍ୟ ଗିରଫ

ଭୁବନେଶ୍ୱର, ୧୯/୧୦: ଦେଶରୁ ୧୦୦୦ କୋଟି, ରାଜ୍ୟରୁ ୧୩୯ କୋଟି ଟଙ୍କା ଠକି ନେଇଥିବା ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାର ଓଡ଼ିଶା ମୁଖ୍ୟକୁ ଅର୍ଥନୈତିକ ଅପରାଧ ଶାଖା ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କଟକ ବୟାଳିଶ ମୌଜାର ପ୍ରତାପ କୁମାର ରାଉତ। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ହେଜେକ୍ସ […]

ସଂପୂର୍ଣ୍ଣ ପଢନ୍ତୁ