ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି; ମଇଦାନରେ ୧୩୦୨ ପ୍ରାର୍ଥୀ

ଦେଶବିଦେଶ
Spread the love

ପାଟନା, ୧୧/୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନରେ ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର । ୨୦ଟି ଜିଲ୍ଲାର ୧୨୨ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରେ ୧୩୬ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମତଦାନ ୪୫ହଜାର ୩୯୯ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳୁ ସକାଳୁ ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ରାଜ୍ୟର ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଲେଶି ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଜିଙ୍କ ବୋହୂ ଦୀପା ମାଞ୍ଜି, ସ୍ୱାଧୀନ ଭାବେ ଲଢୁଥିବା ରିତୁ ଜୟସ୍ୱାଲ, ବିଜେପି ବିଧାୟିକା ତଥା ଅନ୍ତର୍ଜାତୀୟ ଶୁଟର ଶ୍ରେୟଶୀ ସିଂଙ୍କ ଭଳି ବହୁ ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟରେ, ନଭେମ୍ବର ୬ ତାରିଖରେ, ରେକର୍ଡ ୬୫.୦୮ ପ୍ରତିଶତ ମତଦାନ ହୋଇଥିଲା, ଯାହା ବିହାରର ନିର୍ବାଚନ ଇତିହାସରେ ସର୍ବାଧିକ ମତଦାନ। ନଭେମ୍ବର ୧୪ ତାରିଖରେ ରାଜ୍ୟର ସମସ୍ତ ୨୪୩ଟି ଆସନର ଫଳାଫଳ ଘୋଷଣା ହେବ ।

Leave a Reply

Your email address will not be published. Required fields are marked *