Prata

ପଞ୍ଜାବରେ ଭାଙ୍ଗିବ ଆପ୍ ସରକାର: କଂଗ୍ରେସ ନେତା

ଦେଶବିଦେଶ
Spread the love

ରାଜଧାନୀ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍‌) ସରକାରର ପତନ ଘଟିଛି। ଏହା ପରେ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ସହିତ କଂଗ୍ରେସ ବି ଭଗୱନ୍ତ ମନଙ୍କ ସରକାରକୁ ଟାର୍ଗେଟ କରିବାରେ ଲାଗି ପଡ଼ିଛି।

କଂଗ୍ରେସର ବରିଷ୍ଠ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି, ଆପ୍‌ର ୩୦ ବିଧାୟକ ତାଙ୍କ ସମ୍ପର୍କରେ ରହିଛନ୍ତି। ଅନ୍ୟ ଜଣେ ନେତା ସୁଖଜିନ୍ଦର ସିଂହ ରନ୍ଧୱା ଦାବି କରିଛନ୍ତି ଯେ, ପଞ୍ଜାବରେ ଆପ୍‌ ସରକାର ଭାଙ୍ଗିବାକୁ ଯାଉଛି। ରାଜ୍ୟରେ ମଧ୍ୟବର୍ତ୍ତୀକାଳିନ ନିର୍ବାଚନ ହେବାକୁ ଯାଉଛି। ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଖେଳ ସାମ୍ନାକୁ ଆସିଯିବ।

ତେବେ ଏଭଳି ପରିସ୍ଥିତିରେ ନିଜ ବିଧାୟକମାନଙ୍କୁ ଏକଜୁଟ ରଖିବା ଆପ୍‌ ସମ୍ମୁଖରେ ଏକ ବଡ଼ ଚାଲେଞ୍ଜ ହୋଇପାରେ। ଏହା ମଧ୍ୟରେ ଦିଲ୍ଲୀର ରଜୌରୀ ଗାର୍ଡେନ ଆସନରୁ ନିର୍ବାଚନ ଜିତିଥିବା ବିଜେପି ନେତା ମନଜିନ୍ଦର ସିଂହ ସିରସା କହିଛନ୍ତି, ଦିଲ୍ଲୀ ନିର୍ବାଚନ ହାରିବା ପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ପଞ୍ଜାବ ବିଧାୟକମାନଙ୍କ ବୈଠକ ଡକାଇଛନ୍ତି। ସେ ଭଗବନ୍ତ ମନଙ୍କୁ ଅଯୋଗ୍ୟ ଦର୍ଶାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *