ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୧୮/୧୦: ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଅନେକ ସାଂସଦଙ୍କର ସେଠାରେ ଘର ରହିଥିବା ସୂଚନା। ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଆପାର୍ଟମେଣ୍ଟରେ ଅନେକ ଲୋକସଭା ଏବଂ ରାଜ୍ୟସଭା ସାଂସଦ ରୁହନ୍ତି ବୋଲି ଜଣାଯାଇଛି। ଏହି କୋଠାଟି ସଂସଦ ଭବନରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ଥିତ। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏବେ ଉଦ୍ଧାରକାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ରିଲିଜ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଫିଲ୍ମ୍ “ବାଗୀ ୪”

ମୁମ୍ୱାଇ,୧୭/୧୦:ଓଟିଟିରେ ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଥ୍ରୀଲର ଫିଲ୍ମ “ବାଗୀ ୪” । ଫିଲ୍ମଟି ଗତ ମାସରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଯଦିଓ ଏହା ବକ୍ସ ଅଫିସରେ ଏତେଟା ଭଲ ପ୍ରଦର୍ଶନ କରିନଥିଲା ହେଲେ ଫ୍ୟାନ୍ୟମାନେ ଏହାର ଓଟିଟି ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ‘ବାଗୀ ୪’ ବର୍ଷର ବହୁ ପ୍ରତୀଯିତ ଫିଲ୍ମ ଥିଲା । ଏହା ସେପ୍ଟେମ୍ବର ୫ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଥିଲା। ଫିଲ୍ମର ଟ୍ରେଲରକୁ ଏକ ଜବରଦସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ, ୧୭/୧୦: ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ପ୍ରଥମେ ଶପଥ ଗ୍ରହଣ କରିଛନ୍ତି ହର୍ଷ ସାଂଘଭି । ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ହର୍ଷଙ୍କ ସହି […]

ସଂପୂର୍ଣ୍ଣ ପଢନ୍ତୁ

୭୦୦ ବିଲିଅନ ଡଲାର ତଳକୁ ଖସିଲା ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ, ୧୭/୧୦: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ବିଲିଅନ ଡଲାର ତଳକୁ ଖସି ଆସିଛି। ଅକ୍ଟୋବର ୩ ତାରିଖରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ମୁଦ୍ରା ଭଣ୍ଡାର ୨୭୬ ମିଲିଅନ ଡଲାର ହ୍ରାସ ପାଇ ୬୯୯.୯୬ ବିଲିଅନ ଡଲାରରେ ପହଞ୍ଚିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।ଅକ୍ଟୋବର ୩ ପୂର୍ବରୁ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ୨.୩୩୪ ବିଲିଅନ ଡଲାର ହ୍ରାସ ପାଇ ୭୦୦.୨୩୬ ବିଲିଅନ ଡଲାରରେ ପହଞ୍ଚିଥିଲା। ଶୁକ୍ରବାର ପ୍ରକାଶିତ ତଥ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନମନ୍ତ୍ରୀ: ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭/୧୦: ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ଆବଟ୍ ଶୁକ୍ରବାର ୨୦୨୫ରେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ଭାରତର। ଆଗାମୀ ୪୦-୫୦ ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାଠାରୁ ‘ମୁକ୍ତ ବିଶ୍ୱର ନେତା’ର ପଦବୀ ଗ୍ରହଣ କରିପାରନ୍ତି। ସେ ଭାରତକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିଦ୍ୱନ୍ଦ୍ୱୀ ଏବଂ ଅଷ୍ଟ୍ରେଲିଆର ଏକ ଦୃଢ଼ ଓ ବିଶ୍ୱସନୀୟ ଅଂଶୀଦାର ଭାବେ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଛନ୍ତି।ଆବବଟ୍ କହିଛନ୍ତି, ୨୦୨୨ରେ ଅଷ୍ଟ୍ରେଲିଆ ଓ ଗତ ମାସରେ ବ୍ରିଟେନ ସହିତ ଭାରତର […]

ସଂପୂର୍ଣ୍ଣ ପଢନ୍ତୁ

ଗୁଜରାଟରେ ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ

ଗାନ୍ଧୀନଗର, ୧୭/୧୦: ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ପାଇଁ ପଥ ପ୍ରସ୍ତୁତ ହୋଇଛି। ଏହି ପ୍ରକ୍ରିୟାରେ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍‌ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ଏକ ପ୍ରକ୍ରିୟାଗତ ପଦକ୍ଷେପ, ଯାହା ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ପାଇଁ ରାସ୍ତା ଖୋଲିଛି। ନୂଆ ମନ୍ତ୍ରୀମାନେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଦ୍ୱାରା ଶପଥ ଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ସମର୍ଥନରେ ଆମ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ : ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ରସ୍ଲାମାବାଦ, ୧୬/୧୦: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନ୍‌ ବୁଧବାର ସକାଳେ ଭୟଙ୍କର ସଂଘର୍ଷ ହୋଇଥିଲା। କାନ୍ଦାହାର ପ୍ରଦେଶସ୍ଥିତ ସ୍ପିନ୍‌ ବୋଲ୍‌ଡାକ ଜିଲ୍ଲାରେ ପାକିସ୍ତାନୀ ସେନା ବୁଧବାର ସକାଳେ ପ୍ରଥମେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫଗାନ ସେନା ଏହାର ପାଲଟା ଜବାବ ଦେଇ ପାକିସ୍ତାନୀ ସେନା ଉପରେ ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନୀ ଓ ଆଫଗାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତୀ

ନୂଆଦିଲ୍ଲୀ, ୧୬/୧୦: ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି କି ପାକିସ୍ତାନ ଓ ଆଫଗାନିସ୍ତାନ ବୁଧବାର ସନ୍ଧ୍ୟା ୬ରୁ ୪୮ ଘଣ୍ଟାର ଅସ୍ଥାୟୀ ଯୁଦ୍ଧବିରାମରେ ସହମତି ହୋଇଛନ୍ତି। ଉଭୟ ଦେଶର ଅନେକ ଲୋକ ଓ ସୈନିକ ନିହତ ହେବା ପରେ ଏହି ଘୋଷଣା କରାଯାଇଛି। ଶତ୍ରୁତା ହ୍ରାସ କରିବା […]

ସଂପୂର୍ଣ୍ଣ ପଢନ୍ତୁ

୨ମାସ ପରେ ପୁଣି ଆମେରିକାକୁ ଡାକସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ, ୧୫/୧୦: ଆମେରିକାକୁ ଡାକସେବା ଆରମ୍ଭ କଲା ଭାରତ। ୨ମାସ ତଳେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଥିଲା। ହେଲେ ଏବେ ଭାରତୀୟ ଡାକ ବିଭାଗ ଆମେରିକାକୁ ସମସ୍ତ ବର୍ଗର ଆନ୍ତର୍ଜାତୀୟ ଡାକ ସେବା ପୁନଃଆରମ୍ଭ କରିଛି। ଭାରତ ଚଳିତ ବର୍ଷ ଅଗଷ୍ଟରେ ଆମେରିକାକୁ ଅସ୍ଥାୟୀ ଭାବରେ ଡାକ ସେବା ସ୍ଥଗିତ କରିଥିଲା। ଯେତେବେଳେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଦ୍ୱିଗୁଣିତ କରିଥିଲେ ଏବଂ କଷ୍ଟମ୍ ନିୟମ ପରିବର୍ତ୍ତନ କରିଥିଲେ, ସେତେବେଳେ ଭାରତୀୟ ଡାକ ବିଭାଗ ଏହି ପ୍ରତିବନ୍ଧକ […]

ସଂପୂର୍ଣ୍ଣ ପଢନ୍ତୁ

କେଦାନରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ଲାଗିବ ମାତ୍ର ୩୬ ମିନିଟ୍

ନୂଆଦିଲୀ, ୧୫/୧୦: କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର […]

ସଂପୂର୍ଣ୍ଣ ପଢନ୍ତୁ