ରାଜସ୍ଥାନରେ ବସ୍‌ ଜଳି ୨୦ ଜୀବନ୍ତ ଦଗ୍ଧ

ଜୟପୁର, ୧୫ /୧୦: ରାଜସ୍ଥାନରେ ଜୈସଲମୀରରେ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରଶାସନିକ ଅଧିକାରୀମାନେ ଡିଏନଏ ପରୀକ୍ଷା ମାଧ୍ୟମରେ ମୃତବ୍ୟକ୍ତି ମାନଙ୍କ ଚିହ୍ନଟ କରିବା ଉପରେ ଧ୍ୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟ୍ୱିଟ୍‌ କରି କହିଛନ୍ତି, “ରାଜସ୍ଥାନର ଜୈସଲମେରରେ ଏକ ଦୁର୍ଘଟଣା ରେ ଜୀବନହାନି ହୋଇଥିବାରୁ ମୁଁ ମର୍ମାହତ। ଏହି କଷ୍ଟକର ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ: ଗଣ ଦୁଷ୍କର୍ମ ନୁହେ

ଦୁର୍ଗାପୁର, ୧୫ /୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି।ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି। କେବଳ ଜଣେ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇ ଦମଦାର ବିଜୟ ହାସଲ କରିଛି ଭାରତ

ଅହମ୍ମଦାବାଦ, ୧୪/୧୦: ଦୁଇ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍‍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଏକ ଧୂଳି ଚଟାଇ ଦମଦାର ବିଜୟ ହାସଲ କରିଛି । ଗିଲ୍‍ ବାହିନୀ ଅହମ୍ମଦାବାଦରେ ପ୍ରଥମ ମାଚ୍‍ ଅଢେଇ ଦିନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ପଞ୍ଚମ ଦିନରେ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ୍‍ କୁ ୨-୦ରେ ପରାସ୍ତ କରିବା ପରେ, ଟିମ୍‍ ଇଣ୍ଡିଆ ବିଜୟ ପ୍ରତିଶତ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପହଞ୍ଚିଛି । ଟେଷ୍ଟ ର‌୍ୟାଙ୍କରେ ଭାରତ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍‍ ରିକ୍ରିଏସନ୍‍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍ କରୁଛି ପୁଲିସ ଟିମ୍‍ । ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।ଗଣଦୁଷ୍କର୍ମ ମାମଲାରେ […]

ସଂପୂର୍ଣ୍ଣ ପଢନ୍ତୁ

ସବୁଜ ହାଇଡ୍ରୋଜେନ୍ ହବ୍ ହେବ ପାରାଦ୍ଵୀପ

ଭୁବନେଶ୍ୱର, ୧୪/୧୦:କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି। ଏନଜିଏଚଏମ ଭାରତକୁ ସବୁଜ ହାଇଡ୍ରୋଜେନ ଏବଂ ଏହାର ଡେରିଭେଟିଭ୍ସର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନିରେ ବିଶ୍ୱର ଏକ ସ୍ବତନ୍ତ୍ର ହାସଲ କରାଇବାକୁ ଚାହୁଁଛି। ଏହି ମିଶନ ଉତ୍ପାଦନ ଏବଂ ବ୍ୟବହାର ପାଇଁ ଗୁରୁତ୍ବପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଆଇପିଏସ୍‍ ଆତ୍ମହତ୍ୟା ମାମଲା: ଛୁଟିରେ ଗଲେ ହରିୟାଣା ଡିଜିପି

ହରିୟାଣାରେ, ୧୪/୧୦: ହରିୟାଣାରେ ଆଇପିଏସ୍‍ ପୁରନ କୁମାର ଆତ୍ମହତ୍ୟା ମାମଲାରେ ଡିଜିପିଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଯାଇଥିବା ସୂଚନା ମିଳିଛି । ଗତ ୭ତାରିଖ ଦିନ ଚଣ୍ଡିଗଡ ସ୍ଥିତ ବାସଭବନରେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ ଆଇପିଏସ ୱାଇ.ପୁରନ କୁମାର । ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ ପୁରନ । ଯେଉଁଥିରେ ସେ ଡିଜିପିଙ୍କ ସମେତ ୭ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟୀ […]

ସଂପୂର୍ଣ୍ଣ ପଢନ୍ତୁ

ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନର ପ୍ରତ୍ୟାଖ୍ୟାନ

କାବୁଲ, ୧୪/୧୦: ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ଦୁଇ ପଡୋଶୀ ରାଷ୍ଟ୍ର ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ଉପନୀତ ହୋଇଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟପକ୍ଷରୁ ଏକାଧିକ ସୈନ୍ୟ ନିପାତ ହୋଇସାରିଥିବାବେଳେ ଦୁଇ ଦେଶର ଆନ୍ତର୍ଜାତିକ ସୀମାକୁ ସିଲ୍‌ କରାଯାଇଛି। କାତାର ଓ ସାଉଦି ଆରବର ମଧ୍ୟସ୍ଥତା ଯୋଗୁଁ ଏହି ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରହିଥିଲେ ସୁଦ୍ଧା ଉତ୍ତେଜନା ପ୍ରଶମିତ ହୋଇନାହିଁ।ଏହି ପରିପ୍ରେକ୍ଷୀରେ ପାକିସ୍ତାନ ପକ୍ଷରୁ ଆଗତ ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନରେ କ୍ଷମତାସୀନ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷା ପ୍ରତିଶ୍ରୁତି ଦେଲା ଦୁର୍ଗାପୁର ପୁଲିସ

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।ସେପଟେ ପୀଡିତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ ସାମ୍ନାରେ ଭାରତ ଓ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ

ଇଜିପ୍ଟ, ୧୪/୧୦: ବିଶ୍ଵ ମଞ୍ଚରେ ଭାରତକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟର ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନ ସମ୍ମୁଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ଭଲ ବନ୍ଧୁ ବୋଲି କହିଛନ୍ତି ।ସୋମବାର ଇଜିପ୍ଟର ଶର୍ମ ଏଲ୍‍- ଶେଖରେ ଗାଜା ଶାନ୍ତି ସମ୍ମିଳନୀ ସମୟରେ ସେ ଏହି ମନ୍ତବ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

୧.୫୪%କୁ ଖସିଲା ମୁଦ୍ରାସ୍ଫୀତି, ୮ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୧୩/୧୦: ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୫ରେ ୧.୫୪%କୁ ଖସିଛି, ଯାହା ଜୁନ ୨୦୧୭ ପରେ ସର୍ବନିମ୍ନ। ଅଗଷ୍ଟରେ ଏହା ୨.୦୭% ଥିଲା। ଖାଦ୍ୟ ଜିନିଷ ଯେମିତି ପରିବା, ତେଲ, ଫଳ, ଡାଲି, ଶସ୍ୟ, ଅଣ୍ଡା ଓ ଇନ୍ଧନର ମୂଲ୍ୟ କମିବା ହେତୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି।ଖାଦ୍ୟ ମୁଦ୍ରାସ୍ଫୀତି ଲଗାତାର ଚତୁର୍ଥ ମାସ ପାଇଁ ବିଯୁକ୍ତ ରହିଛି, ଯେଉଁଥିରେ ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ଗତ ବର୍ଷ ତୁଳନାରେ ୨.୨୮% ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୧.୬୯%ରୁ […]

ସଂପୂର୍ଣ୍ଣ ପଢନ୍ତୁ