ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ ପ୍ରଧାନମନ୍ତ୍ରୀ ବାର୍ତାଳାପ କରିଛନ୍ତି । ଏହି ଅବସରରେ ଓଡ଼ିଶାର ରାୟଗଡା ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ଆସି ରାୟଗଡା ସ୍ଥିତ ବିଜୁ ପଟନାୟକ ଅଡିଟୋରିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଭବନ ଲୋକଙ୍କ ନିକଟତର ହେବ: ରାଜ୍ୟପାଳ

ଭୁବନେଶ୍ୱର: ଚଳିତବର୍ଷ ଜାନୁଆରୀ ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଉଦ୍ୟାନ ପରିଦର୍ଶନ ପାଇଁ ହେଉଥିବା ଜନସମାଗମକୁ ଦେଖି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଖୁସି ବ୍ୟକ୍ତ କରିଛନ୍ତି। ଆଜି ଅପରାହ୍ନରେ ରାଜଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ଜନସମାଗମ ଦେଖିଲା ପରେ ରାଜ୍ୟପାଳ ଜନସାଧାରଣଙ୍କ ସହିତ ମିଶି ବାର୍ତ୍ତାଳାପ କରିଥିଲେ। ଶିଶୁମାନଙ୍କୁ ଦେଖି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେମାନଙ୍କୁ ଚକଲେଟ୍ ଓ କଲମ […]

ସଂପୂର୍ଣ୍ଣ ପଢନ୍ତୁ

୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆବେଦନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୯୩୩ଟି ସବ-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୨୦ରୁ ଏଥିପାଇଁ ଅନଲାଇନ ଆବେଦନ କରିହେବ। ଓଡିଶା ପୁଲିସ ୱେବସାଇଟ https://www.odishapolice.gov.in ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଟ ୯୩୩ଟି ସବ-ଇନ୍ସପେକ୍ଟର ପଦବୀ ମଧ୍ୟରୁ ୬୦୯ଟି ସବ-ଇନ୍ସପେକ୍ଟର, ୧୫୩ଟି ସବ-ଇନ୍ସପେକ୍ଟର (ସଶସ୍ତ୍ର), ୪୭ଟି ଷ୍ଟେସନ ଅଫିସର (ଫାୟାର) ଓ ୨୪ଟି ଆସିଷ୍ଟାଣ୍ଟ ଜେଲର ପଦବୀ ରହିଛି। ଆବେଦନର ଶେଷ ତାରିଖ ଫେବୃଆରୀ ୧୦ ତାରିଖ […]

ସଂପୂର୍ଣ୍ଣ ପଢନ୍ତୁ

ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ

ଭୁବନେଶ୍ୱର: ଏଣିକି ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ବୀମା ନ ଥିଲେ ସ୍ୱୟଂକ୍ରିୟା ପ୍ରଣାଳୀରେ ଗାଡ଼ି ଧରାପଡ଼ିବ। ଗାଡ଼ିର ବୀମା ନଥିଲେ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଯାଏଁ ଜେଲ ପ୍ରାବଧାନ କରାଯାଇଛି। ଏହି ନିୟମ ଫେବୃଆରୀ ପହିଲାରୁ କାର୍ଯ୍ୟକାରୀ କରାଯିବା ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ରାଜ୍ୟରେ ଥିବା ୨୨ ଟୋଲ ଗେଟରେ ଏହା […]

ସଂପୂର୍ଣ୍ଣ ପଢନ୍ତୁ

ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା: ୨ ବାଇକ୍‌କୁ ଘୋଷାଡ଼ି ନେଲା କାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇଛି। କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା। ଗୋଟିଏ ବାଇକ୍ କାର ତଳେ ରହିଥିବାବେଳେ ଅନ୍ୟ ଦୂରକୁ ବାଇକ୍‌ ଛିଟିକି ପଡିଥିଲା। ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଚାଳକଙ୍କ ସମେତ ଅନ୍ୟ ଦୁଇ ଗୁରୁତର ଆହତଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଦାଦର ଷ୍ଟେସନରେ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ଼ କରିଥିବା ଆକ୍ରମଣକାରୀ

ମୁମ୍ବାଇ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ବୁଲୁଥିବା ଦେଖାଯାଇଛି। ଦାଦରର ଏକ ଦୋକାନରୁ ହେଡଫୋନ୍ କିଣି ଆକ୍ରମଣକାରୀ ଷ୍ଟେସନ ଅଭିମୁଖେ ଯାଉଥିବା ସିସିଟିଭି ଦୃଶ୍ୟରୁ ଜଣାପଡିଛି। ଆକ୍ରମଣକାରୀ ସିସିଟିଭି ଫୁଟେଜରେ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି, ଯେଉଁଥିରୁ ଜଣାପଡୁଛି ଯେ ସେ ପୋଲିସ ଠାରୁ ବର୍ତ୍ତିବା ପାଇଁ ନିଜର ପୋଷାକ ବଦଳାଇଛନ୍ତି। ମୁମ୍ବାଇ ପୋଲିସ କହିଛି ଯେ ଆକ୍ରମଣକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ଆୟୁଷ୍ମାନ ଭାରତ: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍-ଏବିଏଚଆଇଏମ୍) ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ବିଚାରପତି ବି.ଆର ଗଭାଇ ଓ ଏ.ଜି ମସିହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଶୁଣାଣି କରି ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ

୭୦୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍

ତେଲ ଅଭିବ: ଗାଜାରେ ଶାନ୍ତି ଚୁକ୍ତି ହୋଇଛି। ଇସ୍ରାଏଲ ଓ ହାମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଇସ୍ରାଏଲ କ୍ୟାବିନେଟ୍ ଗାଜାରେ ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛି। ଏବେ ଇସ୍ରାଏଲ ହାମାସର ଲୋକଙ୍କ ତାଲିକା ଜାରି କରିଛି, ଯେଉଁମାନଙ୍କୁ ସେ ମୁକ୍ତ କରିବ। ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ୭୦୦ରୁ ଅଧିକ ପାଲେଷ୍ଟାଇନ୍ କଏଦୀଙ୍କ ତାଲିକା ଜାରି କରିଛି। ସେମାନଙ୍କୁ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ମୁକ୍ତ କରାଯିବ ଯାହା ଗାଜାରେ ହାମାସ ସହିତ ଯୁଦ୍ଧ କୁ ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ତେଜସ୍ବୀ ଯାଦବ ଆରଜେଡିର ନୂଆ ସୁପ୍ରିମୋ, ଲାଲୁ ଯୁଗର ଅବସାନ

ପାଟନା : ତେଜସ୍ୱୀ ଯାଦବ ହେବେ ବିହାରରେ ଆରଜେଡିର ନୂଆ ମୁଖ୍ୟ । ଆରଜେଡିରେ ଏବେ ଏକ ତେଜସ୍ବୀ ଯୁଗ ଆରମ୍ଭ ହୋଇଛି । ଶନିବାର ପାଟନାରେ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳୀୟ ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଜାତୀୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିଲା। ଦଳରେ ଲାଲୁ ଯାଦବଙ୍କୁ ଯେଉଁ ଅଧିକାର ମିଳିଥିଲା ତାହା ଏବେ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଦିଆଯାଇଛି। ତେଜସ୍ୱୀ ଯାଦବ ଏବେ ନିର୍ବାଚନରେ ଯାହାକୁ ଚାହିଁବେ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଜିନ୍‌ପିଙ୍ଗଙ୍କ ସହ କଥା ହେଲେ ଟ୍ରମ୍ପ

ୱାଶିଂଟନ: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଉଭୟଙ୍କ କଥାବାର୍ତ୍ତାର ସବିଶେଷ ସୂଚନା ମିଳି ନାହିଁ। ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗ ତାଙ୍କର ପ୍ରତିନିଧି ଭାବେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ପଠାଇବେ ବୋଲି ଜଣାଯାଇଛି। ଆମେରିକା ଓ ଚୀନ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ଟ୍ରମ୍ପ-ଜିନ୍‌ପିଙ୍ଗଙ୍କ ବାର୍ତ୍ତାଳପ ଚର୍ଚ୍ଚାର ବିଷୟ […]

ସଂପୂର୍ଣ୍ଣ ପଢନ୍ତୁ