ଦାଦର ଷ୍ଟେସନରେ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ଼ କରିଥିବା ଆକ୍ରମଣକାରୀ

ଦେଶବିଦେଶ
Spread the love

ମୁମ୍ବାଇ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ବୁଲୁଥିବା ଦେଖାଯାଇଛି। ଦାଦରର ଏକ ଦୋକାନରୁ ହେଡଫୋନ୍ କିଣି ଆକ୍ରମଣକାରୀ ଷ୍ଟେସନ ଅଭିମୁଖେ ଯାଉଥିବା ସିସିଟିଭି ଦୃଶ୍ୟରୁ ଜଣାପଡିଛି।
ଆକ୍ରମଣକାରୀ ସିସିଟିଭି ଫୁଟେଜରେ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି, ଯେଉଁଥିରୁ ଜଣାପଡୁଛି ଯେ ସେ ପୋଲିସ ଠାରୁ ବର୍ତ୍ତିବା ପାଇଁ ନିଜର ପୋଷାକ ବଦଳାଇଛନ୍ତି।
ମୁମ୍ବାଇ ପୋଲିସ କହିଛି ଯେ ଆକ୍ରମଣକାରୀ ସମ୍ଭବତଃ ବାନ୍ଦ୍ରାରୁ ମୁମ୍ବାଇ ବୁଲିବା ପାଇଁ କିମ୍ବା ଅନ୍ୟ ସ୍ଥାନକୁ ଯିବା ପାଇଁ ଏକ ଟ୍ରେନ୍ ନେଇଥିଲେ। ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୁଲିସର ଏକାଧିକ ଟିମ୍ ସହରର ବିଭିନ୍ନ ରେଳ ଷ୍ଟେସନରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *