ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସିଖବର: ବଢିବ ଦରମା !

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇବା ସମ୍ଭାବନା ରହିଛି। ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଓଡିଶା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ସେ ଏହି ଦାବି ଉପସ୍ଥାପନ କରିଥିବା ଜଣାପଡିଛି।

ସଂପୂର୍ଣ୍ଣ ପଢନ୍ତୁ

ସନାତନ ଧର୍ମର ପ୍ରଚାର ପାଇଁ ସାଇକେଲରେ ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା

ମାଲକାନଗିରି: ସନାତନ ଧର୍ମର ପ୍ରଚାର ପାଇଁ ଏକ ପ୍ରୟାସ କରୁଛନ୍ତି ମାଲକାନଗିରି ସହରର ସମାଜସେବୀ ଦିନେଶ ପଟ୍ଟନାୟକ। ସନାତନ ଧର୍ମର ପ୍ରଚାର ପ୍ରସାର ଏବଂ ହିନ୍ଦୁ ଧର୍ମର ନୀତି ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ମାଲକାନଗିରିରୁ ପ୍ରୟାଗରାଜକୁ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି। ଦୀର୍ଘ ୧୧୦୦ କିଲୋମିଟର ଦୂରତା ୧୨ ଦିନରେ ସମାପ୍ତ କରିବେ ବୋଲି ସେ କହିଛନ୍ତି। ପ୍ରତିଦିନ ସେ ଶହେ କିଲୋମିଟର ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତିନୋଟି ରାଜ୍ୟ ଦେଇ […]

ସଂପୂର୍ଣ୍ଣ ପଢନ୍ତୁ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

ଭୁବନେଶ୍ୱର : ଆଜି ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ ରାଜେଶ ଧର୍ମାନୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ କୋଣାର୍କଚକ୍ରର ସ୍ମାରକ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଧର୍ମାନୀ ବିଶ୍ୱ ଦକ୍ଷତା କେନ୍ଦ୍ର, ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଥିଲେ। ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ଟ୍ରେନିଂ ପ୍ଲେସ୍‌ମେଣ୍ଟରେ ଦେଶବିଦେଶରେ ନିଯୁକ୍ତି ପାଇଥିବା ଜାଣି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ବିଭତ୍ସ ଦୃଶ୍ୟ: ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇଥିଲା । ଏଭଳି ବିଭତ୍ସ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ନବଜାତକର ମୃତଦେହକୁ […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଦ ହେବ କଟକରେ ଥିବା ୨ଟି ମାଇନର କମ୍ପୋଷ୍ଟ ସେଣ୍ଟର, CMCକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ୧୬।୧: ମନଇଚ୍ଛା କମ୍ପୋଷ୍ଟ ସେଣ୍ଟର ତିଆରି କରି ଅକଳରେ ପଡିଛି ସିଏମସି ପ୍ରଶାସନ । କଟକ ସହରରେ ଥିବା ୧୩ଟି ମାଇନର କମ୍ପୋଷ୍ଟ ସେଣ୍ଟର (MCC) ମଧ୍ୟରୁ ୨ଟି ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେଲେଙ୍ଗା ବଜାର ସ୍ଥିତ ରଘୁନାଥଜୀଉ ମନ୍ଦିର ପଛରେ ଥିବା MCC ଏବଂ ସତୀଚଉରା MCC ରେ ଶୁକ୍ରବାର ଠାରୁ ଆଉ ଆବର୍ଜନା ନପକାଇବା ଲାଗି ସିଏମସିକୁ ନିର୍ଦ୍ଦେଶ ହୋଇଛି । ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ପାଇଁ କଟକ ମହାନଗର ନିଗମ ପକ୍ଷରୁ ସହର ଭିତରେ ୧୩ଟି MCC ଗଠନ କରାଯାଇଛି । କିନ୍ତୁ ଅନେକ ସ୍ଥାନରେ MCC ଯୋଗୁଁ ଜନଜୀବନ […]

ସଂପୂର୍ଣ୍ଣ ପଢନ୍ତୁ

୧୮ରେ ଚିଲିକାରେ ହେବ ପକ୍ଷୀ ଗଣନା, ୩ ଦିନ ଡଲଫିନ୍ ଗଣନା

ଟାଙ୍ଗୀ ୧୬।୧: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା । କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା । ଶୁକ୍ରବାର ପକ୍ଷୀ ଗଣନା ପାଇଁ ଟ୍ରେନିଂ କ୍ୟାମ୍ପ ହେବ ଓ ତା’ପର ଦିନ ଅର୍ଥାତ ଶନିବାର ଦିନ ହେବ ପକ୍ଷୀ ଗଣନା । ସମଗ୍ର ଚିଲିକାରେ ହେବ ଏହି ପକ୍ଷୀ ଗଣନା […]

ସଂପୂର୍ଣ୍ଣ ପଢନ୍ତୁ

ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଛତିଶଗଡର କେରଲାପାଲ ଏରିଆ କମିଟିର ସଦସ୍ୟା କାଲୁମୁ ପାଇକି(୨୮) ଆତ୍ମସମର୍ପଣ କରିଛନ୍ତି। କାଲୁମୁ ପାଇକିଙ୍କ ଘର ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ପୁଲବାଗେଡ ଗ୍ରାମରେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଆତ୍ମସମର୍ପଣ କରିଛନ୍ତି। କାଲୁମୁ ପାଇକି ଗତ ୨୦୦୯ ମସିହାରେ କେରଲାପାଲ ଏରିଆ କମିଟିର ମିଲିସିଆ ସଦସ୍ୟା ଭାବେ ଯୋଗ ଦେଇଥିଲେ। ପରେ ସେ ୨୦୧୨ରେ […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମ ବିଜେତାଙ୍କୁ ସମ୍ମାନସୂଚକ ସହାୟତା ଭାବେ ମାସକୁ ମିଳିବ ୩୦ ହଜାର

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନସୂଚକ ସହାୟତା ରାଶି ଘୋଷଣା କରାଯାଇଛି । ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ । ଓଡ଼ିଶା ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଚଳିତ ଜାନୁଆରି ମାସ ୨୫ରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ପୂର୍ବରୁ ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଗୁରୁବାର ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ରାଜ୍ୟ ସଂସ୍କୃତି ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମା ଗିରଫ

ରାୟପୁର: ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମାଙ୍କୁ ଗିରଫ କରାଯାଇଛି । ଦୀର୍ଘ ଦିନର ପଚରାଉଚରା ପରେ ଇଡି କୱାସି ଲଖମାଙ୍କୁ ଗିରଫ କରିଛି ଇଡି। ବୁଧବାର ତାଙ୍କୁ ତୃତୀୟ ଥର ପାଇଁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଡକାଯାଇଥିଲା ଏବଂ ଏହି ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ମଦ ଦୁର୍ନୀତି ପଦାକୁ ଆସିବା ପରେ କବାସୀ ଲଖମା ସେତେବେଳେ କଂଗ୍ରେସ ସରକାରରେ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ । ୨ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ଭାରତୀୟ ନିର୍ବାଚନକୁ ନେଇ ଟିପ୍ପଣୀ କ୍ଷମା ମାଗିଲା ମେଟା, ‘ଅଜାଣତରେ ଭୁଲ୍‌ ହୋଇଥିଲା’

ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜକରବର୍ଗ‌୍‌ ୨୦୨୪ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ମେଟା ଆଜି କ୍ଷମା ମାଗିଛି। ମେଟା ଇଣ୍ଡିଆର ଉପସଭାପତି ଶିବନାଥ ଠୁକରାଲ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, କ୍ଷମତାରେ ଥିବା ଅନେକ ଦଳ ୨୦୨୪ ନିର୍ବାଚନରେ ହାରି ଯାଇଛନ୍ତି ବୋଲି ମାର୍କ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଅନେକ ରାଷ୍ଟ୍ର ପାଇଁ ଠିକ୍‌ କିନ୍ତୁ ଭାରତ କ୍ଷେତ୍ରରେ ଏହା ଠିକ୍‌ ନୁହେଁ। ଅଜାଣତରେ ହୋଇଯାଇଥିବା ଏହି ଭୁଲ୍‌ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ