୭ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ପୁଲିସ ୭ ନକ୍ସଲଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ମେଟାଗୁଡା,ଏରନପାଲୀ,ଦୁଲେଡ ଗ୍ରାମ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ସେହି ସମୟରେ ଜଙ୍ଗଲରେ କିଛି ଲୋକ ଯବାନଙ୍କୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଙ୍ଗଲକୁ ଘେରି ସେମାନଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନରେ କାମ […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ସେବା ବେଳେ ଟଳିପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ

ପୁରୀ ୧୫।୧: ମହାପ୍ରଭୁଙ୍କ ସେବା କରୁଥିବା ସମୟରେ ଟଳି ପଡିଲେ ସେବାୟତ । ପୁରୀ ଶ୍ରୀମନ୍ଦିରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ମାଟି ମଣ୍ଡପ ସାହିର ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ। ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟାହ୍ନ ସମୟରେ ମହାପ୍ରଭୁଙ୍କ ଦ୍ବିପ୍ରହର ଧୂପ ପାଇଁ ଜଗନ୍ନାଥ ଗର୍ଭଗୃହରେ ପାଣି ପକାଉ ଥିବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ସେବାୟତ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନେ ଚିକିତ୍ସା ପାଇଁ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ […]

ସଂପୂର୍ଣ୍ଣ ପଢନ୍ତୁ

କର୍ନଫ୍ଲେକ୍ସ ପ୍ୟାକେଟରେ ବ୍ୟାଙ୍କକ୍‌ରୁ ଗଞ୍ଜେଇ ଆଣିଥିଲେ ଯାତ୍ରୀ, ବିମାନବନ୍ଦରରେ ଧରାପଡ଼ିଲେ

ଭୁବନେବର : କର୍ନଫ୍ଲେକ୍ସ ଓ ଚକୋଜ୍‌ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି କରି ବ୍ୟାଙ୍କକରୁ ଭୁବନେଶ୍ଵର ଆଣୁଥିଲେ ଯାତ୍ରୀ। ହେଲେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଗଲେ। ସୀମା ଶୁଳ୍କ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୮ ପ୍ୟାକେଟ ଗଞ୍ଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ଓଜନ ପ୍ରାୟ ୩ କିଲୋ ୯୯୦ ଗ୍ରାମ ହେବ। ସୀମା ଶୁଳ୍ପ ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ୟାଙ୍ଗକକ୍‌ରୁ ଜଣେ ଯାତ୍ରୀ ବିମାନ ଯୋଗେ କିଛି ଗଞ୍ଜେଇ ସାଥୀରେ ନେଇ ଆସୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀନଅରରେ ସରିଲା ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ପୁଷ୍ୟା ନକ୍ଷତ୍ର ତିଥିରେ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି। ସୋମବାର ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ବୁଧବାର ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀନଅରରେ ଇଷ୍ଟଦେବୀ କନକଦୁର୍ଗାଙ୍କ ପାଖରେ ବିଧିବିଧାନ ଅନୁସାରେ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା ନୀତି ପରେ ଗଜପତିଙ୍କ ଅଭିଷେକ ହୋଇଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଜୋତା ବଣ୍ଟା ବିବାଦକୁ ନେଇ ପ୍ରବେଶ ବର୍ମାଙ୍କ ବିରୋଧରେ ଏଫଆଇଆର ପାଇଁ ନିର୍ଦ୍ଦେଶ, ଏସଏଚଓଙ୍କୁ ଚିଠି ଲେଖିଲେ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: ବିଜେପି ନେତା ତଥା ନୂଆଦିଲ୍ଲୀ ସିଟ୍‌ରୁ ପ୍ରାର୍ଥୀ ହୋଇଥିବା ପ୍ରବେଶ ବର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ନିର୍ବାଚନ ଅଧିକାରୀ ଏସଏଚଓଙ୍କୁ ଚିଠି ଲେଖି ବର୍ମାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ନିର୍ବାଚନ ଅଧିକାରୀ କହିଛନ୍ତି ପ୍ରବେଶ ବର୍ମାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ବୁଧବାର ସକାଳେ ଭୋଟରଙ୍କୁ ଜୋତା ବାଣ୍ଟୁଥିଲେ। ଏମିତିରେ ଆପଣ ଏହି ମାମଲାର ଯାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି, ଆରଏସଏସ ଓ ଭାରତ ବିରୋଧରେ କଂଗ୍ରେସ ଲଢ଼େଇ କରୁଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉ ଦେଉ ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି ରାହୁଲ। ଯାହାକୁ ନେଇ ବିଜେପି ରାହୁଲଙ୍କୁ ଘେରିଛି। କଂଗ୍ରେସ କେବଳ ବିଜେପି, ଆରଏସଏସ ବିରୋଧରେ ଲଢ଼ୁନାହିଁ। ଆମେ ବିଜେପି, ଆରଏସଏସ ସହିତ ଭାରତ ବିରୋଧରେ ଲଢ଼େଇ କରୁଛୁ ବୋଲି ରାହୁଲ କହିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଝଡ଼ ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ରୋକ୍‌, ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୂର୍ବତନ ଟ୍ରେନି  ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି। ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟରୁ ଜାମିନ ନ ପାଇବା ପରେ ପୂଜା ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତବର୍ଷ UPSC ଦ୍ୱାରା ପୂଜା ଖେଡକରଙ୍କ ପ୍ରାର୍ଥୀପତ୍ର ବାତିଲ କରାଯାଇଥିଲା। ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଦିବ୍ୟାଙ୍ଗ କୋଟାର ଫେକ୍‌ ତଥ୍ୟ ଦେଇ ଖେଡକର ସିଭିଲ ସର୍ଭିସ ପରୀକ୍ଷା ହାସଲ କରିଥିବା ଅଭିଯୋଗ ହୋଇଛି। ପୂଜା ଖେଡକରଙ୍କ ଜାମିନ ଆବେଦନ ଶୁଣାଣି ବେଳେ ଜଷ୍ଟିସ ଭି ନାଗରଥନା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ବେଞ୍ଚ ଦିଲ୍ଲୀ ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ତାହିର ହୁସେନଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସର ବିରୋଧ, କହିଲା- ନିର୍ବାଚନ ଲଢିବା ନୁହେଁ ମୌଳିକ ଅଧିକାର

ନୂଆଦିଲ୍ଲୀ ୧୫।୧: ଦିଲ୍ଲୀ ପୋଲିସ ଫେବୃଆରୀ ୨୦୨୦ ଦଙ୍ଗା ସମ୍ପର୍କିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା ତାହିର ହୁସେନଙ୍କ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରିଛି। ତାହିର ହୁସେନ ଏଆଇଏମଆଇଏମ ଟିକେଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିବା ପାଇଁ କୋର୍ଟଙ୍କୁ ଅନ୍ତରୀଣ ଜାମିନ ନିମନ୍ତେ ଆବେଦନ କରିଥିଲେ। ତେବେ ପୋଲିସ ‘ନିର୍ବାଚନ ଲଢିବା ମୌଳିକ ଅଧିକାର ତ ନୁହେଁ, ହେଲେ କଷ୍ଟଡି ପାରୋଲର   ଔପଚାରିକତା ପୂରଣ କରି […]

ସଂପୂର୍ଣ୍ଣ ପଢନ୍ତୁ

ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର ’ଭାର୍ଗବାସ୍ତ୍ର’

ନୂଆଦିଲ୍ଲୀ: ସୀମାରେ ଅଶାନ୍ତି ସୃଷ୍ଚି କରିବାରେ ପାକିସ୍ତାନ ବେଶ୍‌ ଧୁରନ୍ଧର । ବିନା କାରଣରେ ଗୁଳିମାଡ଼ କରିବା ସହିକ ଭାରତୀୟ ସେନା ଉପରକୁ ଆକ୍ରମଣ କରୁଥିବା ଅନେକ ସମୟରେ ନଜିର ରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି ମୁହୂର୍ତ୍ତରେ ସଜାଗ ବି ଥାଏ । ପାକିସ୍ତାନକୁ ପାନେ ଦେବା ଲାଗି ବିଏସଏଫ ବି ରଣନୀତି ପ୍ରସ୍ତୁତ କରିଛି ସତ ହେଲେ ପଡୋଶୀର ଆକ୍ରମଣରେ ଅକାରଣରେ ଜୀବନ ଦେଉଛନ୍ତି ଭାରତୀୟ ଯବାନ । ହେଲେ […]

ସଂପୂର୍ଣ୍ଣ ପଢନ୍ତୁ

ୟୁକ୍ରେନର ୧୦୦ଟି ସ୍ଥାନରେ ରୁଷର ପ୍ରଚଣ୍ଡ ଆକ୍ରମଣ

କିବ୍ : ରୁଷ୍ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଉପରେ ଆକ୍ରମଣ କରିଛି ରୁଷ ସେନା । କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ଆକ୍ରମଣ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ଏହା ରୁଷିଆର ସବୁଠାରୁ ବଡ଼ ଆକ୍ରମଣ। ମଙ୍ଗଳବାର ରାତିରେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରିଥିବାରୁ ରୁଷିଆର ଏହି ଆକ୍ରମଣକୁ ୟୁକ୍ରେନର ପ୍ରତିଶୋଧ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ