୭ ନକ୍ସଲ ଗିରଫ

ରାଜ୍ୟ
Spread the love

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ପୁଲିସ ୭ ନକ୍ସଲଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ମେଟାଗୁଡା,ଏରନପାଲୀ,ଦୁଲେଡ ଗ୍ରାମ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ।
ସେହି ସମୟରେ ଜଙ୍ଗଲରେ କିଛି ଲୋକ ଯବାନଙ୍କୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଙ୍ଗଲକୁ ଘେରି ସେମାନଙ୍କୁ ଗିରଫ କରିଥିଲେ।
ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନରେ କାମ କରୁଥିବା ସ୍ବୀକାର କରିଥିଲେ। ଗିରଫ ନକ୍ସଲମାନେ ହେଲେ ସୋଡି ହିଡମା(୫୫),ମାଡବି ଚନ୍ଦ୍ରୁ(୪୮),ମାଡକମ ଭୀମା(୫୦),ସୋଡି ସମଡା(୨୬),ସୋଡି ବୁଦ୍ଧୁରାମ(୫୫),ସୋଡି କୋସା(୩୪) ଏବଂ ମଡକମ ହିଡମା(୨୨)।
ସେମାନେ ବହୁ ନକ୍ସଲ ହିଂସାରେ ସାମିଲ ଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *