Images

ଇଣ୍ଡିଆ ମେଣ୍ଟର ଅନ୍ତ ହେବା ନେଇ କଳ୍ପନାଜଳ୍ପନା: ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ: ଗତବର୍ଷ ଲୋକସଭା ନିର୍ବାଚନରେ ​​ବିଜେପି ଏବଂ ଏନଡିଏର ଆସନ ହ୍ରାସ ପରେ, ମିଳିତ ବିରୋଧୀ ଦଳରେ ଏକ ଭିନ୍ନ ଉତ୍ସାହ ଦେଖାଯାଇଥିଲା। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇ ପାରିଲେ ନାହିଁ କିନ୍ତୁ ବିଶ୍ୱାସ ନିଶ୍ଚିତ ଭାବରେ ଦୃଢ଼ ହୋଇଥିଲା ଯେ, ମୋଦୀ ଅପରାଜେୟ ନୁହଁନ୍ତି। କିନ୍ତୁ ଏହା ପରେ ବିଧାନସଭା ନିର୍ବାଚନର ଫଳାଫଳ ବିରୋଧୀଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା। ବିଜେପି ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ […]

ସଂପୂର୍ଣ୍ଣ ପଢନ୍ତୁ
Download (2)

ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ ବାତିଲ କରିବା ନେଇ ଘୋଷଣା କରିଛି। ଆମେରିକାର ସରକାରୀ ଦକ୍ଷତା ବିଭାଗ ‘X’ ରେ କହିଛି ଯେ ଆମେରିକୀୟ କରଦାତାଙ୍କ ଟଙ୍କା ଖର୍ଚ୍ଚ ହେବାକୁ ଥିବା ସମସ୍ତ ପ୍ରକଳ୍ପକୁ ବାତିଲ କରାଯାଇଛି। ଆମେରିକା ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ
Download (1)

ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା

ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍‌ ଏବଂ ଗୋଡ଼ରେ ବେଡ଼ି ପକାଇ ଅଣାଯାଇଥିବା ଅଭିଯୋଗ ହୋଇଛି। ଜଣେ ଶିଖ୍‌ ଯୁବକଙ୍କୁ ବିନା ପଗଡ଼ିରେ ଅଣାଯାଇଛି। ତେବେ ବିମାନରେ ଥିବା ମହିଳା ଏବଂ ନାବାଳକମାନଙ୍କୁ ମୁକ୍ତ ରଖାଯାଇଥିଲା। ଫେରିଥିବା ୧୧୭ ଯାତ୍ରୀଙ୍କ ମଧ୍ୟରୁ ୬୫ଜଣ ପଞ୍ଜାବର ହୋଇଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ପାଇଁ ୧୮୨ କୋଟି ଖର୍ଚ୍ଚ କରିଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବା କଥା ଗତ ବର୍ଷ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ଖୋଦ ଆମେରିକା ସରକାର ତାହାର ପ୍ରମାଣ ଦେଇଛନ୍ତି । ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଭାରତରେ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ଲାଗି ପ୍ରାୟ ୨୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୧୮୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହାକୁ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ବୋଲି ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ
Elon 300x166

ବାଂଲାଦେଶକୁ ପାଣ୍ଠିଯୋଗାଣ ବନ୍ଦ କଲେ ମସ୍କ୍

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ନେତୃତ୍ବରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଏବେ କାର୍ଯ୍ୟରେ ଲାଗିଛି। ଇତିମଧ୍ୟରେ ଆମେରିକୀୟ ଟିକସଦାତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଅନେକ ବିଦେଶୀ ପ୍ରକଳ୍ପକୁ ବାତିଲ କରିଛି। ଏହି ତାଲିକାରେ ବାଂଲାଦେଶର ଏକ ପ୍ରକଳ୍ପ ରହିଛି। ବିଭାଗ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋଟିପତି ଏଲନ୍ ମସ୍କଙ୍କ ନେତୃତ୍ବାଧୀନ ବିଭାଗ କହିଛି ଯେ ବାଂଲାଦେଶର ରାଜନୈତିକ ଦୃଶ୍ୟପଟକୁ ସୁଦୃଢ଼ କରିବା […]

ସଂପୂର୍ଣ୍ଣ ପଢନ୍ତୁ
Zx

ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ସମ୍ପତ୍ତି

ଚେନ୍ନାଇ,୧୬ା୨: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ଜିନିଷପତ୍ର ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଥିବା ଏହି ହସ୍ତାନ୍ତର ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। କର୍ନାଟକ କର୍ତ୍ତୃପକ୍ଷଙ୍କ ହେପାଜତରେ ଥିବା ଜବତ ସମ୍ପତ୍ତିରେ ୨୭ କିଲୋ ୫୫୮ ଗ୍ରାମ ସୁନା ଅଳଙ୍କାର, ୧,୧୧୬ କିଲୋ ରୁପା ଏବଂ ୧,୫୨୬ ଏକର ଜମି ସହିତ ଜଡିତ କାଗଜପତ୍ର […]

ସଂପୂର୍ଣ୍ଣ ପଢନ୍ତୁ
Lalu 300x166

‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ ସେ ଏକ ଦୁଃଖଦ ଘଟଣା କହିବା ସହ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରେଳବାଇର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହା ରେଳବାଇର ବିଫଳତା। ଏଣୁ ରେଳମନ୍ତ୍ରୀ ଦାୟିତ୍ୱ ନେବା ଉଚିତ ବୋଲି ସେ […]

ସଂପୂର୍ଣ୍ଣ ପଢନ୍ତୁ
1

ରାଜ୍ୟରେ ସ୍କୁଲ ପରୀକ୍ଷାର ପ୍ରଶ୍ନପତ୍ର ବିକ୍ରି ଅଭିଯୋଗ: ଚାରି ଜଣ ୟୁଟ୍ୟୁବର୍, ସରକାରୀ ଶିକ୍ଷକ ଗିରଫ

ଭୁବନେଶ୍ୱର,୧୬।୨: ଅନଲାଇନ୍ ପ୍ଲାଟଫର୍ମରେ ଓଡ଼ିଶାରେ ସ୍କୁଲ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ରାକେଟକୁ ପୋଲିସ ପର୍ଦାଫାଶ କରିଛି। ଏହି ମାମଲାରେ ଚାରି ଜଣ ୟୁଟ୍ୟୁବର୍ ଏବଂ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜ୍ୟୋତିରଞ୍ଜନ ବାରିକ, ସୁଶାନ୍ତ କୁମାର ବିଶି, ସାହିଲ କୁମାର ମିଶ୍ର, ସାଇଶଙ୍କର ପାତ୍ର ଏବଂ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରର ସରକାରୀ ଶିକ୍ଷକ ଘନଶ୍ୟାମ ବେଉରା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ୮ମ […]

ସଂପୂର୍ଣ୍ଣ ପଢନ୍ତୁ
Tf8inwmk2uqnvjquxa60

ଦୁର୍ଗମ ଅଂଚଳରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା: ପଛକୁ ଯିବାକୁ ବାଧ୍ୟ ହେଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ଅସୁର ଥାନା ଅଂଚଳର ପୂଜାରୀକାଂକେର ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି ଅଂଚଳରେ ନକ୍ସଲ ନିଜର ଅଡ୍ଡା ବନାଇବା ସହ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଦୀର୍ଘ ଦିନ ଧରି ଲୋକେ ନକ୍ସଲ କବଜାରେ ରହିଥିବା ବେଳେ ପୁଲିସ ଏବେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିଛି। ନକ୍ସଲଙ୍କ ଲଗାତାର ମାତ ଦେଇ ପୁଲିସ ସଫଳତା ପାଉଥିବା ବେଳେ ଏଠାରେ ନୂତନ ପୁଲିସ କ୍ୟାମ୍ପ ପରେ ନକ୍ସଲ ପଛକୁ […]

ସଂପୂର୍ଣ୍ଣ ପଢନ୍ତୁ

ଯୋଗାଣ ମନ୍ତ୍ରୀ କଲେକ୍ସନ୍‌ରେ ମାତିଛନ୍ତି: ତାରା

ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମନ୍ତ୍ରୀ ସବୁ ଜିଲ୍ଲାରେ ଏଜେଣ୍ଟ୍ ରଖି ଖାଲି କଲେକ୍ସନ୍‌ରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଧାନସଭା ଗୃହରେ ତାରାଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ଶ୍ରୀ ବାହିନୀପତି କହିଲେ, ମଣ୍ଡିରୁ ଧାନ ଠିକ୍ ଭାବେ ସଂଗ୍ରହ ହେଉନାହିଁ। ଚାଷୀ ହଇରାଣ ହେଉଛନ୍ତି। ଯୋଗାଣ ମନ୍ତ୍ରୀ ସବୁଆଡ଼େ ବୁଲି ବୁଲି […]

ସଂପୂର୍ଣ୍ଣ ପଢନ୍ତୁ