Kumbh

ଶେଷ ହେଲା ମହାକୁମ୍ଭ: ଶିବରାତ୍ରି ପାଇଁ ଦିନକରେ ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ସରିଲା ମହାକୁମ୍ଭ । ଗଙ୍ଗା ନଦୀ କୂଳରେ ଶେଷ ହେଲା ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ମେଳା । ଯେଉଁଠି ଲାଗିଥିଲା ସାଧୁସନ୍ଥ ଓ ଭକ୍ତଙ୍କ ମିଳନ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ ସହ ମହାକୁମ୍ଭର ମଧ୍ୟ ସରିଛି । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଛନ୍ତି । ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Cbse 1 1140x570 1 750x430

ସିବିଏସଇ ୧୦ମ ବୋର୍ଡ ପରୀକ୍ଷାରେ ଓଡ଼ିଆ ସହ ରହିବ ଅନ୍ୟ ଆଞ୍ଚଳିକ ଭାଷା

ନୂଆଦିଲ୍ଲୀ: ୨୦୨୫-୨୬ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆ ଭାଷା ରହିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୁଧବାର ଦିନ ସୂଚନା ଦେଇଛି। ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ସମ୍ପର୍କିତ ଡ୍ରାଫ୍ଟ ମାନଦଣ୍ଡରେ ପଞ୍ଜାବୀ ଅନ୍ତର୍ଭୁକ୍ତ ନଥିବାରୁ ପଞ୍ଜାବ ପକ୍ଷରୁ ଆପତ୍ତି କରାଯାଇଥିଲା। ଯାହା ପରେ ସିବିଏସଇ ଏହି ସ୍ପଷ୍ଟୀକରଣ ଦେଇଛି। ପଞ୍ଜାବର ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବୈନ୍ସ ଦଶମରେ ପଞ୍ଜାବୀ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 27 075719 750

୨୪ ଲକ୍ଷ ଟଙ୍କା ଜାଲିଆତି କରି ଗିରଫ ହେଲେ ହୋଟେଲ ମ୍ୟାନେଜର

ଭୁବନେଶ୍ୱର: ହୋଟେଲର ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳନଗର ପୋଲିସ ଏକ ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସ ପଶ୍ଚିମବଙ୍ଗର ନିଶ୍ଚିନ୍ଦା ଥାନା ସୀମା ଅନ୍ତର୍ଗତ ପଶ୍ଚିମ ସାପୁଇପାରା ନିକଟସ୍ଥ ଅଗ୍ରଦୂତ କ୍ଲବର ଅୟନ ସେନ୍ (୪୧) ଭାବେ ଚିହ୍ନଟ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଅୟନ ସେନ୍ ନଭେମ୍ବର ୧୫, ୨୦୨୩ ଠାରୁ ହୋଟେଲ […]

ସଂପୂର୍ଣ୍ଣ ପଢନ୍ତୁ
Heat

ଗ୍ରୀଷ୍ମ ପ୍ରବାହ: ୨୮ରୁ ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର: ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି। ଶୀତରେ ଛାଡ଼ୁନି ତାତି। ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି। ପଶ୍ଚିମାଝଡ଼ ପ୍ରଭାବରେ ସପ୍ତା‌ହେ ହେଲା ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନଥିଲା। କିନ୍ତୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବାରୁ ଆସନ୍ତା ୨୮ତାରିଖରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 27 103041 750

ବିଦ୍ୟୁତ ତାର ସଂସ୍ପର୍ଶ ଆସି ଗଲା ଦନ୍ତାର ଜୀବନ

ଆଠଗଡ଼: ପୁଣି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗଲା ଦନ୍ତା ଜୀବନ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ଏକ ହାତୀର ମୃତ୍ୟୁ ହୋଇଛି। ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର ପଡ଼ିଆରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ହାତୀର ଶୁଣ୍ଢରେ ବିଦ୍ୟୁତ୍ ତାର ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। କ୍ରସର ପଡ଼ିଆ ଉପରେ ଦେଇ ଯାଇଛି ୩୩ କେଭିର ବିଦ୍ୟୁତ ତାର। ସବୁଠୁ ଆଶ୍ଚର୍ଯ୍ୟର […]

ସଂପୂର୍ଣ୍ଣ ପଢନ୍ତୁ
Akhandalamani

ଆଖଣ୍ଡଳମଣି ପୀଠରେ ଭୋର ୪ଟା ୩୫ରେ ସମୟରେ ଉଠିଲା ମହାଦୀପ

ଭଦ୍ରକ : ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ଭୋର ୪ଟା ୩୫ ମିନିଟ ସମୟରେ ଉଠିଲା ମହାଦୀପ । ମହାଦୀପ ଉଠିବା ବେଳେ ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହାଦୀପ ଉଠିବା ପରେ ବ୍ରତ ଭାଙ୍ଗିଥିଲେ ଶ୍ରଦ୍ଧାଳୁ । ମହାଦୀପ ଉଠିବା ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତ ଉଜାଗର ରହି ବାବାଙ୍କ ପାଖରେ ଦୀପ ଜାଳିଥିଲେ । ଆଖଣ୍ଡଳମଣି ପୀଠରେ ଭୋର ସମୟରେ ମହାଦୀପ ଉଠିବାର ପରମ୍ପରା ରହିଛି । […]

ସଂପୂର୍ଣ୍ଣ ପଢନ୍ତୁ
Mahadipa

ମହାଦୀପ ଉଠିଲା ବେଳେ ଖସି ପଡ଼ିଲେ ମନ୍ଦିର ସେବାୟତ

ମହାଦୀପ ଉଠିଲା ବେଳେ ଘଟିଲା ବଡ଼ ଅଘଟଣ । ଖସି ପଡ଼ିଲେ ମନ୍ଦିର ସେବାୟତ । ହର ହର ମହାଦେବ ଶବ୍ଦରେ ଲିଙ୍ଗରାଜ ମନ୍ଦିର ପରିସର ପ୍ରକମ୍ପିତ ହେଉଥିବା ବେଳେ ଏମିତି ଅଘଟଣ ଘଟିଛି । ସମସ୍ତେ ମହାଦୀପ ଉଠିବାକୁ ଅନେଇ ବସିଥିଲେ । କିନ୍ତୁ ହଠାତ ଯେଉଁ ଅଘଟଣ ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭକ୍ତଙ୍କ ମନରେ ନାନା ଆଶଙ୍କା ଦେଖାଯାଇଛି । ଆଗକୁ କିଛି ବିପଦ ଆସୁନି ତ ? ଏମିତି […]

ସଂପୂର୍ଣ୍ଣ ପଢନ୍ତୁ
Sev

ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମେଡିକାଲରେ ଭେଟିବା ସହ ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି। ଗତକାଲି ମହାଦୀପ ଉଠିବା ବେଳେ ଅଘଟଣ ଘଟିଥିଲା । ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ସେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ । ସେ ଗୁରୁତର […]

ସଂପୂର୍ଣ୍ଣ ପଢନ୍ତୁ
Body 1

ଅଖା ଭିତରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ରାଉରକେଲା:  ଅଖା ଭିତରେ ମୃତଦେହ ।  ରାଉରକେଲାରେ ନଦୀରେ ଭାସୁଥିବା ଅଖା ଭିତରୁ ମୃତଦେହ ଉଦ୍ଧାର ହୋଇଛି । କୋଏଲା ନଦୀ ପାନପୋଷ ଗୋଶାଳା ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ସକାଳୁ ଗୋଶାଳା ନିକଟସ୍ଥ ନଦୀ କୂଳରେ ଜଣେ ବ୍ୟକ୍ତିଙ୍କର ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ବାସିନ୍ଦା ମାନେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ରଘୁନାଥ […]

ସଂପୂର୍ଣ୍ଣ ପଢନ୍ତୁ
Student Death

ଜଙ୍ଗଲ ମଧ୍ୟରୁ ମିଳିଲା ଛାତ୍ରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗତ ୨୪ ତାରିଖ ରାତିର ଘଟଣା । ଅମିତ ନାମକ ଜଣେ ଛାତ୍ର ଘରେ ଖାଇ ପିଇ ସାରିବା ପରେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ଆଉ ଏବେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗାଁ ମୁଣ୍ଡା ସାହି ନିକଟସ୍ଥ ଜଙ୍ଗଲରୁ ଅମିତଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁଙ୍ଗାମାଳ ମୁଣ୍ଡା […]

ସଂପୂର୍ଣ୍ଣ ପଢନ୍ତୁ