Body 1

ଅଖା ଭିତରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ରାଜ୍ୟ
Share

ରାଉରକେଲା:  ଅଖା ଭିତରେ ମୃତଦେହ ।  ରାଉରକେଲାରେ ନଦୀରେ ଭାସୁଥିବା ଅଖା ଭିତରୁ ମୃତଦେହ ଉଦ୍ଧାର ହୋଇଛି । କୋଏଲା ନଦୀ ପାନପୋଷ ଗୋଶାଳା ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁସାରେ ଆଜି ସକାଳୁ ଗୋଶାଳା ନିକଟସ୍ଥ ନଦୀ କୂଳରେ ଜଣେ ବ୍ୟକ୍ତିଙ୍କର ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ବାସିନ୍ଦା ମାନେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ରଘୁନାଥ ପାଲି ଥାନାକୁ ଜଣାଇବା ପରେ ପୋଲିସ୍ ଓ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଖା ଖୋଲିବାରୁ ପୋଲିସ ମୃତଦେହ ଚିହ୍ନଟ କରିଥିଲା । ଏ ସମ୍ପର୍କରେ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରିଥିଲେ ମଧ୍ୟ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ । ଅନ୍ୟପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ରଘୁନାଥ ପାଲି ଥାନା ପୋଲିସ୍।

Leave a Reply

Your email address will not be published. Required fields are marked *