Buda

ମାଘ ସପ୍ତମୀ ପାଇଁ ପୁରୀରେ ଟ୍ରାଫିକ କଟକଣା

ପୁରୀ : ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା […]

ସଂପୂର୍ଣ୍ଣ ପଢନ୍ତୁ
Pm

ଦିଲ୍ଲୀରେ ଉଚ୍ଛେଦ ହେବନି ବସ୍ତି, ଆପ୍ ମିଛ କହୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଥିବାରୁ ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀରେ ବସ୍ତି ଉଚ୍ଛେଦ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ରବିବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ତେବେ ବସ୍ତି ଉଚ୍ଛେଦ କରାଯିବ ନାହିଁ। ନିକଟରେ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍ ବସ୍ତି କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ। ବିଜେପି କ୍ଷମତାକୁ […]

ସଂପୂର୍ଣ୍ଣ ପଢନ୍ତୁ
Medical

ମହୁ ମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

କଳାହାଣ୍ଡି: ମହୁ ମାଛି ଆକ୍ରମଣରେ ୨୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ଜଣାପଡିଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ । ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା । ଆଜି ବସନ୍ତ ପଞ୍ଚମୀ ଅବସରରେ ଆଜି ସରସ୍ଵତୀ ପୂଜା ଚାଲି ଥିବା ସମୟରେ ମହୁ ମାଛି ଛାତ୍ର ଛାତ୍ରୀ ମାନଙ୍କୁ ଆକ୍ରମଣ କରିବା ସହିତ […]

ସଂପୂର୍ଣ୍ଣ ପଢନ୍ତୁ
T20

ଅଣ୍ଡର-୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍‌ ଟ୍ରଫି ଜିତିଲା ଭାରତ

କୁଆଲାଲମ୍ପୁର: ସାତ ମାସ ମଧ୍ୟରେ ଭାରତ ଦ୍ୱିତୀୟ ବିଶ୍ୱକପ ଜିତିଛି। ଭାରତୀୟ ଅଣ୍ଡର -୧୯ ମହିଳା ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇ ଫାଇନାଲରେ ପ୍ରବେଶ କରି ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଇତିହାସ ରଚିଛନ୍ତି। ଭାରତୀୟ ବୋଲରମାନେ ଫାଇନାଲରେ ଚମତ୍କାର ବୋଲିଂ କରିଥିଲେ। ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକା ଦଳକୁ ୨୦ ଓଭରରେ ୮୨ ରନ୍ ସଂଗ୍ରହ କରିବାର ସୁଯୋଗ ଦେଇଥିଲେ। ଏହା ପରେ ଗୋଙ୍ଗାଡି ତ୍ରିସାଙ୍କର ବିସ୍ଫୋରକ ଇନିଂସ […]

ସଂପୂର୍ଣ୍ଣ ପଢନ୍ତୁ
Waer

ଖେଳିବା ବେଳେ ଫୁଟିଗଲା ମୋବାଇଲ ବ୍ୟାଟେରୀ, ଦୁଇ ଶିଶୁ ଗୁରୁତର

ପାଟଣାଗଡ଼ : ଖେଳିବା ବେଳେ ଫୁଟିଗଲା ମୋବାଇଲ ବ୍ୟାଟେରୀ । ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗାଁରେ ଘଟିଛି ଏହି ଅଘଟଣ  । ଦୁଇ ଶିଶୁ ମୋବାଇଲ ବ୍ୟାଟେରୀ ଧରି ଖେଳୁଥବା ବେଳେ ବିସ୍ପୋରଣ ହୋଇଥିଲା ।  ପ୍ରଥମେ ଦୁଇ ଶିଶୁଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।  ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ବଲାଙ୍ଗିର ମେଡିକାଲକୁ ନିଆଯାଇଛି । ପାଟଣାଗଡ଼ ପୋଲିସ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚି […]

ସଂପୂର୍ଣ୍ଣ ପଢନ୍ତୁ
Sanjayraut

କଂଗ୍ରେସରେ ଯୋଗ ଦେଇପାରନ୍ତି ସଞ୍ଜୟ ରାଉତ: ନିତେଶ ରାଣେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଜେପି ବିଧାୟକ ନିତେଶ ରାଣେ ଆଜି ଦାବି କରିଛନ୍ତି ଯେ ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଦିଲ୍ଲୀରେ କଂଗ୍ରେସ ନେତାମାନଙ୍କ ସହ ବୈଠକ କରୁଛନ୍ତି। ସେ କଂଗ୍ରେସରେ ଯୋଗଦେବା ପାଇଁ ତାଙ୍କୁ ଭେଟିଛନ୍ତି। ନିତେଶ ରାଣେ କହିଛନ୍ତି ଯେ ସଞ୍ଜୟ ରାଉତଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ପାଖରେ ତାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ବିଧାୟକ ନାହାନ୍ତି। ନଭେମ୍ବରରେ ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ
Cbi 1 750x430

ବିଶ୍ବବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ ଅଭିଯୋଗ; ୧୦ ଜଣଙ୍କୁ ଗିରଫ କଲା ସିବିଆଇ

ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି । ତାଙ୍କର ପରିଚୟ ବୁଲୁ ମହାରଣା ବୋଲି ଜଣାପଡିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, […]

ସଂପୂର୍ଣ୍ଣ ପଢନ୍ତୁ
Pakistan 1

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ, ୫ ମୃତ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ ହୋଇଛି । ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ଅର୍ଦ୍ଧସୈନିକ ବଳ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଘଟଣାରେ ୪ ଜଣ ଯବାନଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ଅନୁସାରେ କରିଜତ ଲେବି ନାମକ ଅର୍ଦ୍ଧସୈନିକ ବଳର ଯବାନ ଜିଲ୍ଲାର ଦରବାନ ତହସିଲରୁ ଚୋରି ହୋଇଥିବା ଟ୍ରକକୁ ଜବତ କରିବାକୁ ଯାଉଥିଲେ । ଏହି ସମୟରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୪ […]

ସଂପୂର୍ଣ୍ଣ ପଢନ୍ତୁ
Pravat Tripathy Transformed 700x430

ଲୋକଙ୍କ ପାଖରେ ଅଲୋଡ଼ା ହୋଇନି – ପ୍ରଭାତ ତ୍ରିପାଠୀ

ବିଜେଡିର ବରିଷ୍ଠ ନେତା ଆଜି ପ୍ରକାରାନ୍ତରେ ବିଜେଡିକୁ ସମାଲୋଚନା କରିଛନ୍ତି। ଆଜି ଏକ ଉତ୍ସବରେ ଅନେକ ଦଳୀୟ ନେତାଙ୍କ ସହ ଏକାଠି ହେବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ସେ ବୟସ ଦୃଷ୍ଟିରୁ ବିଜେଡିର ସଦସ୍ୟତା ନବୀକରଣ କରିନାହାନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେ ହୁଏତ ଦଳରେ ଅଲୋଡ଼ା ହୋଇପାରନ୍ତି କିନ୍ତୁ ଲୋକମାନଙ୍କ ନିକଟରେ ଅଲୋଡ଼ା ହୋଇନାହାନ୍ତି। ଗତ ନିର୍ବାଚନରେ ଦଳ ପରାସ୍ତ ହେବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
Kumbh

୨୧ ଦିନରେ ବୁଡ଼ ପକାଇଲେଣି ୩୪ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲୁଥିବା ଦିବ୍ୟ ମହାକୁମ୍ଭର ଆଜି ୨୧ ତମ ଦିନ।  ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ୭୨.୩୬ ଲକ୍ଷ ଭକ୍ତ ସଙ୍ଗମରେ ବୁଡ଼ ପକାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୪.୩୩ କୋଟିରୁ ଅଧିକ ଭକ୍ତ ପବିତ୍ର ବୁଡ଼ ପକାଇଛନ୍ତି। ମହାକୁମ୍ଭ ୧୩ ଜାନୁଆରୀରୁ ଆରମ୍ଭ ହୋଇଥିଲା। ସରକାରଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ପ୍ରସ୍ତୁତି ଚରମ ସୀମାରେ ରହିଥିବାରୁ ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ଅନୁଷ୍ଠିତ ହେବ। ବସନ୍ତ ପଞ୍ଚମୀର ଅମୃତ ସ୍ନାନକୁ ଦୃଷ୍ଟିରେ ରଖି […]

ସଂପୂର୍ଣ୍ଣ ପଢନ୍ତୁ