ତିର୍ତ୍ତୋଲରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ରାଜ୍ୟ
Spread the love

ଝଙ୍କଡ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ ଭାରତୀୟ ଜନତା ପାର୍ଟି ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ ସଙ୍ଗଠନକୁ କିପରି ଅଧିକ ସୁଦୃଢ କରାଯିବ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଅତିଥି ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା ନାୟକ ଯୋଗଦେଇ ଦଳୀୟ ସଂଗଠନ କୁ ସୁଦୃଢ଼ କରିବା ଦିଗରେ ଆଲୋକପାତ କରିଥିଲେ l ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଯୋଗଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୋହନ ଚରଣ ମାଝୀ ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ l ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା -ଏରସମା ନିର୍ବାଚନମଣ୍ଡଳୀ ର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ରାଜ କିଶୋର ବେହେରା, ରାଜ୍ୟ ସମ୍ପାଦିକା ସ୍ମିତା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲା ପ୍ରଭାରୀ ସୁବାସ ଜେନା, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ମହାନ୍ତି ସର୍ଜନ ସିଂ, ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ଦାଶ, ଜିଲା ଉପସଭାପତି ତପନ ତ୍ରିପାଠୀଙ୍କ ସମେତ ର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଜିଲ୍ଲାରେ ଦଳୀୟ ସଂଗଠନ କୁ ସୁଦୃଢ଼ କରିବା ଓ ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲା ସାଧାରଣ ସମ୍ପାଦକ ଗଣେଶ ମହାନ୍ତି ପୂର୍ବ କାର୍ଯ୍ୟକାରିଣୀ ର ବିବରଣୀ ପାଠ ସହ ଦଳୀୟ ସଂଗଠନ ଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ l ମଣ୍ଡଳ ସଭାପତି ତ୍ରିନାଥ ବାରିକ ସ୍ବାଗତ ଭାଷଣ ଓ ଜିଲା ସମ୍ପାଦକ ତଥା ଆଇ ଟି ସେଲ୍ ସଂଯୋଜକ ରୂପକ ଖୁଣ୍ଟିଆ ଅତିଥି ପରିଚୟ ଦେଇଥିଲେ l

Leave a Reply

Your email address will not be published. Required fields are marked *