Bsf 750x430

ବିଏସଏଫରେ ଯୋଡ଼ିହେବ ୧୬ ନୂଆ ବାଟାଲିଅନ, ସୃଷ୍ଟି ହେବ ୧୭ ହଜାର ପଦବୀ

ସୀମା ସୁରକ୍ଷା ବଳ (ବିଏସଏଫ)ରେ ଯୋଡ଼ି ହେବ ୧୬ ନୂଆ ବାଟାଲିଅନ। ଏଥିପାଇଁ ସୃଷ୍ଟି ହେବ ୧୭ ହଜାର ନୂଆ ପଦବୀ। ପାକିସ୍ତାନ ଏବଂ ବାଂଲାଦେଶ ପଟୁ ଭାରତ ପ୍ରତି ଅଧିକ ବିପଦ ସୃଷ୍ଟି ହେଉଥିବାରୁ ବିଏସଏଫ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହିତ ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳରେ ୨ଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଛି। ଏହି ଦୁଇଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ଅଧୀନରେ ୧୬ ବାଟାଲିଅନ ରହିବେ, […]

ସଂପୂର୍ଣ୍ଣ ପଢନ୍ତୁ
Law Minister 748x430

ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ କହିଲେ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର। ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ପୃଥ୍ବୀରାଜ। […]

ସଂପୂର୍ଣ୍ଣ ପଢନ୍ତୁ
Mp

ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ରୁଷ

ପହଲଗାଓଁ ଆକ୍ରମଣ ପରେ ବିଭିନ୍ନ ରାଷ୍ଟ୍ର ଭାରତକୁ ମାପିଚୁପି ନିଜର ସମର୍ଥନ ଜଣାଉଛନ୍ତି। କିନ୍ତୁ ଏହି ସମୟରେ ଭାରତର ପ୍ରକୃତ ବନ୍ଧୁ ରୁଷ ଖୋଲାଖୋଲି ସମର୍ଥନ ଜଣାଇଛି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରୁଷ ଘୋଷଣା କରିଛି। ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣକୁ ସେ ଦୃଢ଼ ଭାବେ ନିନ୍ଦା କରିବା ସହିତ ଏହା […]

ସଂପୂର୍ଣ୍ଣ ପଢନ୍ତୁ
Spuj

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ। ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା। ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ। ହଜାରେ ଆବେଦନରୁ ୩ଶହ ରାଜସ୍ୱ ଗାଁ ହୋଇ ସାରିଲାଣି। ମୋଡାଲିଟି […]

ସଂପୂର୍ଣ୍ଣ ପଢନ୍ତୁ
Paw

ଡାକ୍ତରଖାନାରେ ପବନଦୀପ, ଅବସ୍ଥା ଗୁରୁତର

ଅମରୋହା: ଦୁର୍ଘଟଣାର ଶିକାର ହେଲେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ ବିଜେତା ଗାୟକ ପବନଦୀପ ରାଜନ୍‌। ଉତ୍ତରାଖଣ୍ଡରୁ ନୋଏଡ଼ା ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ପବନଦୀପ। ତାଙ୍କ କାର୍‌ ନିୟନ୍ତ୍ରଣ ହରାଇ ଗଜରୌଲାରେ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କ୍ୟାଣ୍ଟରକୁ ପଛ ପଟରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ଚାଳକ ରାହୁଲ ସିଂହ ଏବଂ ସାଥୀ ଅଜୟ ମେହେରା ମଧ୍ୟ ଆହତ ହୋଇଛନ୍ତି। ଆହତ […]

ସଂପୂର୍ଣ୍ଣ ପଢନ୍ତୁ
Sankabhaban

୬ ଜିଲ୍ଲା ପାଇଁ ବିଜେଡିର ନୂଆ ସଭାପତି ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ ପୂଜାରୀ ଯଥାକ୍ରମେ ଭୁବନେଶ୍ୱର ଏବଂ ସମ୍ବଲପୁରର ସାଂଗଠନିକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସରୋଜ କୁମାର ମେହେରଙ୍କୁ ବଲାଙ୍ଗୀରର ସାଂଗଠନିକ ଜିଲ୍ଲା ସଭାପତି […]

ସଂପୂର୍ଣ୍ଣ ପଢନ୍ତୁ
Ratha Work 1

ରଥ ନିର୍ମାଣ କାର୍ଯ୍ୟ: ଶାଳ ପୂଜା ପରେ ପଡିଲା ଅରକଣ୍ଟା, ୨୮ ତୁମ୍ବ ଗୋଲେଇ ଶେଷ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ରବିବାର ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି । ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି । କରତି ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ତାଳଧ୍ଵଜ […]

ସଂପୂର୍ଣ୍ଣ ପଢନ୍ତୁ
Mamata Banerjee At West Bengals

ଧାମ ବିବାଦ : ଫଳକ ହଟାଇଲେ, ହେଲେ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ ମମତା

ଭୁବନେଶ୍ଵର: ଧାମ ବିବାଦରେ ମୁହଁ ଖୋଲିଲେ, ହେଲେ ଭୁଲ ମାନିବେ କ’ଣ, ଓଲଟା ବିତଣ୍ଡା ଯୁକ୍ତି କଲେ। ଖାଲି ଯୁକ୍ତି କଲେନି, ମୂଳ ପୀଠ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ। ଦୀଘାର ‘ଜଗନ୍ନାଥ ଧାମ’ ବିବାଦ ଉପରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରୀ, ଦୀଘା ମନ୍ଦିରର ଗୁରୁତ୍ୱକୁ ସମାନ କରି, ଦୀଘା ମନ୍ଦିରକୁ ‘ଧାମ’ ବୋଲି କହିବା ଉପରେ ଉଠିଥିବା ଆପତ୍ତି ନେଇ ବିଜେପି ଉପରେ ବର୍ଷିଛନ୍ତି। ଏନେଇ ଦିଦି କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Mahakaleswar

ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଉଜ୍ଜୈନରେ ସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ୱାରରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଇଛି । ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ୩ଟି ଗାଡି ସହ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ମନ୍ଦିର ପରିସରରେ ସିସିଟିଭି କଣ୍ଟ୍ରୋଲ୍‌ ରୁମ୍‌ର ଉପରେ ରଖାଯାଇଥିବା ବ୍ୟାରେଟରୀରୁ ନିଆଁ ଲାଗିଛି । […]

ସଂପୂର୍ଣ୍ଣ ପଢନ୍ତୁ
Image 2025 05 05t153416.474

ରଥଯାତ୍ରା ୨୦୨୫: ସାହି ଅଞ୍ଚଳ ପରିଦର୍ଶନ ସହ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ କଥା ହେଲେ ଏସପି

ପୁରୀ: ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସପି ବିନିତ ଅଗ୍ରୱାଲ ଆଜି ନରେନ୍ଦ୍ର କୋଣ ଛକ, ବିଶ୍ୱେଶ୍ୱରୀ ମନ୍ଦିର, ଚୁଡ଼ଙ୍ଗ ସାହି, ୟଙ୍ଗ ଷ୍ଟାର କ୍ଲବ ଓ ହାଡଗୁଡିଆ ସାହି ଆଦି ସ୍ଥାନ ଦର୍ଶନ କରିଛନ୍ତି । ଏହି ଦର୍ଶନ ସମୟରେ ସ୍ଥାନୀୟ ନିବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି । ମୁଖ୍ୟ ଅଭିଯୋଗଗୁଡ଼ିକ ମଧ୍ୟରେ ରହିଛି, […]

ସଂପୂର୍ଣ୍ଣ ପଢନ୍ତୁ