Gbhwtavbyaag8s6 679x430 1

ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ୱର: ଚଳିତ ବର୍ଷ ସଅଳ ଆସିଲା ମୌସୁମୀ। ସେହିପରି ଲଘୁଚାପ ଯୋଗୁଁ ଅଦିନିଆ ବର୍ଷା ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ହୋଇପାରେ ଚାଷୀଙ୍କ ବଡ଼ କ୍ଷତି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ମନ୍ତ୍ରୀ ଏକ ବଡ଼ ସୂଚନା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଦିନିଆ ବର୍ଷାରେ ଯଦି କୌଣସି ଚାଷୀଙ୍କ କ୍ଷୟକ୍ଷତି ହୁଏ, ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତ୍ବରିତ ମିଳିବ କ୍ଷତିପୂରଣ।

ମେ’ ୨୭ରୁ ୩୦ ତାରିଖ ମଧ୍ୟରେ ହୋଇଥିବା ଲଘୁଚାପ ବର୍ଷାରେ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ସମୀକ୍ଷା ବୈଠକ ବସିଥିଲା।

ଏହି ବୈଠକରେ ସମ୍ବଲପୁରରୁ ଯୋଡ଼ି ହୋଇଥିଲେ ରାଜସ୍ବ ମନ୍ତ୍ରୀ। ବୈଠକରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଲଘୁଚାପର ଅବସ୍ଥା ଓ ଆଗାମୀ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଚାଷୀ ଓ ବର୍ଷା ପବନରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନିଶ୍ଚିତ କ୍ଷତିପୂରଣ ଦିଆଯିବ। ଜିଲ୍ଲାପାଳମାନେ ଖୁବଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବା ପରେ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *