ଝରା-ପ୍ରଶାନ୍ତଙ୍କ ପ୍ରଥମ ବାର୍ଷିକ ସ୍ମୁତିସଭା ଓ ସ୍ମରଣିକା ଉନ୍ମୋଚନ ଉତ୍ସବ

ଭୁବନେଶ୍ୱର ରାଜ୍ୟ
Spread the love

ମାହାଙ୍ଗା, ୧୨ /୧୨ : ଗାଁ ସ୍ମଶାନରେ ଗୋଟିଏ ଦିନରେ ଜଳିଥିଲା ସେମାନଙ୍କ ପାର୍ଥିବ ଶରୀର l ସାଙ୍ଗହୋଇ ସଂସାରରୁ ବିଦାୟ ନେଇଥିଲେ ଉଭୟ ପତି-ପତ୍ନୀ l ସାହିତ୍ୟାନୁରାଗୀ ଏହି ଦମ୍ପତିଙ୍କୁ ଅଶ୍ରୁଳ ବିଦାୟ ଘଟଣାକୁ ୟା’ ଭିତରେ ବର୍ଷେ ପୁରି ଯାଇଛି l ସେମାନେ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ଲେଖକ,ପ୍ରାଧ୍ୟାପକ, ବିଭିନ୍ନ ସାରସ୍ୱତ ଓ ସାମାଜିକ କାର୍ଯ୍ୟକ୍ରମର ସୂତ୍ରଧର ସ୍ବର୍ଗତ ପ୍ରଶାନ୍ତ ବିଶ୍ୱାଳ ଓ ତାଙ୍କ ସହଧର୍ମିଣୀ ଝରଣା ବିଶ୍ୱାଳ l ଶୁକ୍ରବାର ପୂର୍ବାହ୍ନରେ ଜନ୍ମମାଟି ଅଡ଼ମ ଗା’ରେ ଏହି ସାରସ୍ୱତ ଦମ୍ପତିଙ୍କ ପ୍ରଥମ ବାର୍ଷିକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସଂଗଠନ “ଖୋଲା ଝର୍କା” ଓ “ଝରା-ପ୍ରଶାନ୍ତ ସ୍ମୁତି କମିଟି” ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୁତି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ,ସାହିତ୍ୟିକ ଇଞ୍ଜିନିଅର ବିଷ୍ଣୁ ସାହୁ,ଡକ୍ଟର ବିଜୟନନ୍ଦ ସିଂ,ଇଞ୍ଜିନିଅର ଅଜୟ ରାଉତ, ଇଞ୍ଜିନିଅର ମୁରଲୀଧର ହୋତା, କବି ବିଶ୍ୱେଶ୍ୱର ମହାନ୍ତି, ଶିକ୍ଷାବିତ କୈଳାଶ ଚନ୍ଦ୍ର ବେହେରା, ସାହିତ୍ୟିକ ଚିତ୍ତରଞ୍ଜନ ବେହେରା, ଗାଳ୍ପିକ ଶରତ ସାହୁ, କବି ବିମଳ ପତି, କବି ତୁହିନାଂଶୁ ରଥ,କବି ପିନାକ ସିଂ, ସାହିତ୍ୟିକ ଅଖିଳେଶ ମହାନ୍ତି, ଡକ୍ଟର ଭାବଗ୍ରାହୀ ରାଉତ, ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, କବି ବିଶ୍ଵାମିତ୍ରା ମିଶ୍ର, ଇଞ୍ଜିନିଅର ଗୋପାଳକୃଷ୍ଣ ବେହେରା, ସାହିତ୍ୟିକ ସୁବାସ ଦ୍ୱେବେଦୀ,ଡକ୍ଟର ଗିରିଜା ଶଙ୍କର ମିଶ୍ର, ଡକ୍ଟର ସ୍ମୁତି ପଟ୍ଟନାୟକ, ଅରୁଣି ସାମନ୍ତରାୟ, କବି ପ୍ରଶାନ୍ତ କର, ଗାଳ୍ପିକ ଭବେଶ କର,କବି ଡମ୍ବରୁଧର ପରିଡା, ମୈତ୍ରୀ ଭୂଷଣ ଖୁଣ୍ଟିଆ, ଜୋତ୍ସ୍ନାମୟୀ ବସ୍ତିଆ, ଅମର ନାୟକ, ଅଜୟ ମହାନ୍ତି,ହୃଷିକେଶ ବେହେରା, ରାଜୀବ ଶତପଥୀ,ଅଜୟ ନାୟକ, ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଦିବଂଗତ ପତି ପତ୍ନୀ ଝରା -ପ୍ରଶାନ୍ତ ଜୀବନାଦର୍ଶ ଉପରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚିତ ହୋଇଥିଲା l ଗିରିଶ ବିଶ୍ୱାଳ,ଶାନ୍ତଝରା, ସ୍ୱାଧୀନ,ସୁଶାନ୍ତ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *