ଝଙ୍କଡ଼, 12/12: ତିର୍ତ୍ତୋଲ ବ୍ଲକ, ଜଗନ୍ନାଥପୁର ପଞ୍ଚାୟତ ର ଜଗନ୍ନାଥପୁର ଗ୍ରାମର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ, ତିରଣ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର ଉପସଭାପତି, ଛାତ୍ରବତ୍ସଳ, ପରୋପକାରୀ ତଥା ବିଶିଷ୍ଟ ସମାଜସେବୀ ମଦନମୋହନ ଖଣ୍ଡୁଆଳ (89) ଙ୍କର ଗତ ଶୁକ୍ରବାର ମଧ୍ୟାହ୍ନରେ ନିଜ ବାସଭବନ ରେ ପରଲୋକ ହୋଇଯାଇଛି l ସେ 1989 ମସିହାରେ ବାଲିମେଳା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରି, ପରିଚାଳନାଗତ ଦକ୍ଷତା ପାଇଁ ରାଜ୍ୟ ସରକାର ଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ବେଳେ, 1999 ମସିହାରେ ରାଷ୍ଟ୍ରପତି ଙ୍କ ଠାରୁ ଜାତୀୟ ପୁରସ୍କାର ପାଇଥିଲେ l ତାଙ୍କର ମୃତ୍ୟୁଖବର ପ୍ରଚାରିତ ହେବା ପରେ ବିଭିନ୍ନବର୍ଗ ର ଲୋକ ଶେଷଦର୍ଶନ କରି, ମରଶରୀର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା l ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରେକୃଷ୍ଣ ସେଣ, ସମ୍ପାଦକ ଶରତ କୁମାର ତାରଣିଆ, ପ୍ରାକ୍ତନ ପ୍ରଧାନଶିକ୍ଷକ ଲୋକନାଥ ବଡ଼ପଣ୍ଡା, ବାବାଜୀ ନାୟକ, ବାବାଜୀ ମଲ୍ଲିକ, ରବିନାରାୟଣ ପଣ୍ଡା, ବିଷ୍ଣୁ ଚରଣ ନାୟକ, ନିମାଇଁ ବିଶ୍ୱାଳ, ଆଲୁ୍ମନି ସଭାପତି ଜଗନ୍ନାଥ ଖଣ୍ଡୁଆଳ ଙ୍କ ସମେତ ବହୁ ଜନପ୍ରତିନିଧି, ଶିକ୍ଷାବିତ ଓ ଗ୍ରାମବାସୀ ମାନେ ତାଙ୍କ ଘରକୁ ଯାଇ ଶବl ଧାର ରେ ମାଲ୍ୟାର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଓ ସମବେଦନା ଜ୍ଞ୍ୟାପନ କରିଥିଲେ l ମୃତ୍ୟୁ ସମୟରେ ପୁତ୍ର ସୁଧାଂଶୁ, ଶୁଭ୍ରାଂଶୁ, ଙ୍କ ସମେତ ମଞ୍ଜୁ ରଞ୍ଜୁ ଓ ପରିବାରବର୍ଗ, ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ l ଗ୍ରାମ୍ୟଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମୟରେ ବଡ଼ପୁଅ ହିମାଂଶୁ ମୁଖାଗ୍ନି ଦେଇଥିଲେ l
