Sadananda Date 750x430

ପହଲଗାଓଁରେ ଏନଆଇଏ ଡିଜି, ଆକ୍ରମଣର ୨ ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ

ଶ୍ରୀନଗର : ପହଲଗାଓଁ ଆକ୍ରମଣର ୯ ଦିନ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମହାନିର୍ଦେଶକ(ଡିଜି) ସଦାନନ୍ଦ ହୋତେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯହା ସବୁ ତଦନ୍ତ କରିଛନ୍ତି, ତାହାର ଅଗ୍ରଗତି ଯାଞ୍ଚ କରିବା ସହିତ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଏନଆଇଏ ଟିମ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଅନ୍ୟପଟେ ଆତଙ୍କବାଦୀମାନେ ଆକ୍ରମଣର ଦୁଇ ଦିନ ପୂର୍ବରୁ ଘଟଣାସ୍ଥଳକୁ ଆସି ରେକି କରିଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ
2

ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡ଼ା: କୁମ୍ଭୀରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ଋତୁ ଯୋଗୁ ମେ’୧ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ ମାସ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଏନେଇ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା। ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦର ଉଦ୍ଦେଶ୍ୟ ହେଉଛି ସରୀସୃପଙ୍କ ବସା ବାନ୍ଧିବା ଏବଂ ପ୍ରଜନନ ଋତୁ ସମୟରେ ସେମାନଙ୍କ ପ୍ରତି ହେଉଥିବା ବାଧାକୁ ରୋକିବା। ଏହି ସମୟରେ ମାଈ କୁମ୍ଭୀରମାନେ ବିଶେଷ ଭାବରେ […]

ସଂପୂର୍ଣ୍ଣ ପଢନ୍ତୁ
1

ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଶ୍ରମିକ ବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କର ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଷ୍ଟ୍ର ଗଠନରେ ଅମୂଲ୍ୟ ଅବଦାନ ଦେଉଥିବା ମୋର ଶ୍ରମିକ […]

ସଂପୂର୍ଣ୍ଣ ପଢନ୍ତୁ
Cm Majhi

ପ୍ରଭାସିନୀ ଓ ଦେବୀଙ୍କୁ ହୋମ୍‌ଗାର୍ଡ ଚାକିରି ସହ ୧୦ଲକ୍ଷ ଲେଖାଏ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକରେ କାର୍ଯ୍ୟରତ ୨ ପୋଲିସ କର୍ମଚାରୀ ଜଗବନ୍ଧୁ ମାହାଲି ଏବଂ ଲୋକନାଥ ଶବର ଗତ ୨୨ ତାରିଖରେ ପିସିଆର୍‌ ଭ୍ୟାନ୍‌ରେ ଯିବା ସମୟରେ ଦୁର୍ଘଟଣା ଘଟି ପ୍ରାଣ ହରାଇଥିଲେ। ଡ୍ୟୁଟିରେ ଥିବା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇଛନ୍ତି। ଜଗବନ୍ଧୁଙ୍କ ସ୍ତ୍ରୀ ପ୍ରଭାସିନୀ ବେହେରା ଓ ଲୋକନାଥଙ୍କ ସ୍ତ୍ରୀ ଦେବୀ ଶବରଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦୁଃଖ ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ

ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ‘ସହଯୋଗ’

ଭୁବନେଶ୍ୱର,୧ା୫: ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’। ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ଟି ଯୋଜନା ସାମିଲ କରାଯାଇଛି। ଆବାସ, ରାଶନ କାର୍ଡ, ଆୟୁଷ୍ମାନ ଭଳି ୧୩ ଯୋଜନା ସାମିଲ ହୋଇଛି। ଆଜିଠୁ ୨ ମାସ ଡୋର୍‌ ଟୁ ଡୋର୍‌ ବୁଲି ସର୍ଭେ କରିବେ ଫ୍ରଣ୍ଟଲାଇନ ଓ୍ବାର୍କର। ତେବେ […]

ସଂପୂର୍ଣ୍ଣ ପଢନ୍ତୁ
112593623

ଜାତିଭିତ୍ତିକ ଜନଗଣନା ଘୋଷଣା ପରେ ରାଜ୍ୟରେ କଂଗ୍ରସ ଓ ବିଜେଡି ଉଭୟ ଶ୍ରେୟ ନେବା ଲାଗି ଦାବି କରୁଛନ୍ତି

ଭୁବନେଶ୍ବର : ମୋଦି କ୍ୟାବିନେଟରେ ଜାତିଭିତ୍ତିକ ଜନଗଣନାକୁ ନେଇ ଘୋଷଣା ପରେ ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ରାଜ୍ୟ କଂଗ୍ରେସ କହୁଛି ଜାତିଭିତ୍ତିକ ଜନଗଣନା ପାଇଁ ରାହୁଲ ଗାନ୍ଧି ଦୀର୍ଘ ବର୍ଷ ହେବ ଦାବି କରି ଆସୁଥିଲେ । ଲୋକସଭାରେ ସମ୍ବିଧାନକୁ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ସେତେବେଳେ ବିଜେପି ନେତାଏ ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲେ । କିନ୍ତୁ ଏବେ ସତ୍ୟର […]

ସଂପୂର୍ଣ୍ଣ ପଢନ୍ତୁ
20230131132827

କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ

କଟକ : ଭୁବନେଶ୍ଵରରୁ ଆରମ୍ଭ ହେଉଥିବା ମେଟ୍ରୋ​ ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ପୂର୍ବରୁ ଏହି ପ୍ରକଳ୍ପ ଭୁବନେଶ୍ଵରର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି । ତ୍ରିଶୂଳିଆ ପରିବର୍ତ୍ତେ ଏହି ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ
Xph4xxa6ouqmnlaj51l8

ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି: ଖୋଲିଲା ଅଟ୍ଟାରୀ ସୀମା

ପହଲଗାମ୍‌: ଜମ୍ମୁ-କଶ୍ମୀରର ‘ମିନି ସ୍ୱିଜରଲ୍ୟାଣ୍ଡ’ ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି। ଭାରତ ଛାଡିବା ପାଇଁ ସମୟ ସୀମା ପୂର୍ବରୁ ପାକିସ୍ତାନୀ ନାଗରିକମାନେ ଅମୃତସରର ୱାଘା-ଅଟାରୀ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହି ଭୟଙ୍କର ଆକ୍ରମଣ ପରେ ଭାରତ କଡ଼ା ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନୀମାନଙ୍କ ପାଇଁ ଭିସା ସେବା ସ୍ଥଗିତ କରିଥିଲା। ଏହିପରି ଭିସାଧାରୀଙ୍କୁ ରବିବାର ପର୍ଯ୍ୟନ୍ତ ଦେଶ ଛାଡିବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Marco Rubio 750x430

ପାକିସ୍ତାନ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ଦରକାର: ଆମେରିକା

ନୂଆଦିଲ୍ଲୀ : ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ସହିତ ପାକିସ୍ତାନ ବି ଏହାକୁ ନିନ୍ଦା କରିବା ଦରକାର ବୋଲି କହିଛନ୍ତି। ରୁବିଓ ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କ ସହିତ ପୃଥକ ଭାବେ କଥା ହୋଇଛନ୍ତି। ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ଦରକାର ବୋଲି ସେ ଶେହଓ୍ବାଜଙ୍କୁ କହିବା ସହିତ ଆତଙ୍କବାଦ ବିରୋଧରେ ଆମେରିକା ଭାରତକୁ ସହଯୋଗ ଜାରି ରଖିବ […]

ସଂପୂର୍ଣ୍ଣ ପଢନ୍ତୁ

‘ପହଲଗାଓଁ’ ଆବେଦନର ଶୁଣାଣି କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘ପହଲଗାଓଁ’ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପହଲଗାଓଁ ଆକ୍ରମଣ ଘଟଣାରେ ଏକ ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ଗୁରୁବାର କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହିତ ଶୁଣାଣି କରିବାକୁ ମନା କରିଦେଇଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ, ଏହି ଘଟଣାକୁ ନେଇ ସମସ୍ତେ ସମ୍ବେଦନଶୀଳ ହେବା ସହିତ ଦାୟିତ୍ଵବାନ ହେବା […]

ସଂପୂର୍ଣ୍ଣ ପଢନ୍ତୁ