20230131132827

କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ

ରାଜ୍ୟ
Share

କଟକ : ଭୁବନେଶ୍ଵରରୁ ଆରମ୍ଭ ହେଉଥିବା ମେଟ୍ରୋ​ ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ପୂର୍ବରୁ ଏହି ପ୍ରକଳ୍ପ ଭୁବନେଶ୍ଵରର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି । ତ୍ରିଶୂଳିଆ ପରିବର୍ତ୍ତେ ଏହି ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯାଗ୍ୟ ଦ୍ବୈତ ନଗରୀ କଟକ- ଭୁବନେଶ୍ବର ମଧ୍ୟରେ ମେଟ୍ରୋ ରେଳ ଚାଲିବା ନେଇ ଉଭୟ ସହରବାସୀ ବହୁଦିନରୁ ଆଶା ବାନ୍ଧି ବସିଛନ୍ତି | ଏହି ରେଳ ଚାଲିଲେ ଦୈନନ୍ଦିନ ଉଭୟ ସହରକୁ ଯିବା ଆସିବା କରୁଥିବା ଲୋକମାନଙ୍କର ବହୁତ ସୁବିଧା ହେବ | ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ନୂଆ ସରକାର ଅଟକାଇ ଦେଇଛନ୍ତି | ନୂଆ ଡିପିଆର ସହିତ ପୁଣି କାମ ଚାଲୁହେବ ବୋଲି ସରକାର ପୂର୍ବରୁ କହି ସାରିଛନ୍ତି |

Leave a Reply

Your email address will not be published. Required fields are marked *