Image 2025 06 29t171253.744

“ପୂର୍ବ ଅଭିଜ୍ଞତାକୁ ନେଇ କାମ କରିବି”: ଦାୟିତ୍ୱ ନେବା ପରେ କହିଲେ ପୁରୀର ନୂଆ ଏସ୍‌ପି ପିନାକ ମିଶ୍ର

ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ କ୍ରମରେ ପୁରୀର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର। ଦାୟିତ୍ୱ ନେବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, “ମୋର ପୂର୍ବରୁ ଥିବା ଛୋଟ ଅଭିଜ୍ଞତାକୁ କାମରେ ଲଗାଇବି। ମହାପ୍ରଭୁ ମୋତେ ଓ ମୋ ଟିମ୍‌କୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, […]

ସଂପୂର୍ଣ୍ଣ ପଢନ୍ତୁ
Rahul 1

ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହି ଅଘଟଣାକୁ ଏକ ‘ଗମ୍ଭୀର ଚେତାବନୀ’ ଭାବେ ବର୍ଣ୍ଣନା କରି ରାହୁଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଗମ୍ଭୀରତାର […]

ସଂପୂର୍ଣ୍ଣ ପଢନ୍ତୁ
Ked

ଦେବଭୂମିରେ ବର୍ଷା ବିତ୍ପାତ: ଗୋଟିଏ ଦିନ ପାଇଁ ଚାରିଧାମ ଯାତ୍ରା ଉପରେ ରୋକ୍

ବଡ଼କୋଟ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ ଯମୁନୋତ୍ରୀ ଜାତୀୟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ବନ୍ଦ ରହିଛି। ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ଏହି ସୂଚନା ଦେଇଛନ୍ତି। ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି କ୍ରମରେ ହରିଦ୍ୱାର, ଋଷିକେଶ, ଶ୍ରୀନଗର, […]

ସଂପୂର୍ଣ୍ଣ ପଢନ୍ତୁ
Ratha 2

ରଥଯାତ୍ରାର ସମସ୍ତ ପରିଚାଳନା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଡ଼ ପରିଚାଳନାରେ ବିଫଳତା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି। ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ନୂଆ ଏସ୍‌ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ […]

ସଂପୂର୍ଣ୍ଣ ପଢନ୍ତୁ
817fe13b 0bac 41dd 9683 12e96f367345

ସିଦ୍ଧଳ ରଥଯାତ୍ରା ମହୋତ୍ସବରେ ‘ମାୟା ମୁକୁର’ ଲୋକାର୍ପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସିଦ୍ଧଳସ୍ଥିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ୨୦୨୫ ଅବସରରେ ଏକ ଭବ୍ୟ ସମାରୋହରେ ଲେଖକ ରବିନାରାୟଣ ମହାନ୍ତି (ଅଜ୍ଞାନାନନ୍ଦ)ଙ୍କ ଦ୍ୱାରା ରଚିତ ପୁସ୍ତକ ‘ମାୟା ମୁକୁର’ ଲୋକାର୍ପିତ ହୋଇଯାଇଛି। ଏହି ସାହିତ୍ୟିକ କାର୍ଯ୍ୟକ୍ରମଟି ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ବୌଦ୍ଧିକ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ବୈକୁଣ୍ଠନାଥ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଲେଖକ […]

ସଂପୂର୍ଣ୍ଣ ପଢନ୍ତୁ
Image 2025 06 29t163632.151

ଉପରମୁଣ୍ଡରେ ପ୍ରବଳ ବର୍ଷା, ତଳମୁଣ୍ଡରେ ବନ୍ୟା ଭୟ: ବିପଦ ସଙ୍କେତ ଛୁଇଁଲା ଜଳକା

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ଫୁଲିବାରେ ଲାଗିଛି। ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି। ଗତ ଦୁଇ ଦିନ ଧରି ବାଲେଶ୍ୱର ଏବଂ ଏହାର ଉପରମୁଣ୍ଡରେ ଥିବା ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡ଼ା […]

ସଂପୂର୍ଣ୍ଣ ପଢନ୍ତୁ
Sf

ୱାକଫ ଆଇନକୁ ନେଇ ବିବାଦ: ପାଟନାରେ ତେଜସ୍ୱୀଙ୍କ ଗର୍ଜନ, ‘ଏ ଦେଶ ସମସ୍ତଙ୍କର’

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ଏହି ଦେଶ କାହା ବାପାର ନୁହେଁ, ଏହା ଆମ ସମସ୍ତଙ୍କ ହିନ୍ଦୁସ୍ଥାନ।” ପାଟନାର ଗାନ୍ଧୀ ମଇଦାନରେ ‘ଇମାରତ-ଏ-ଶରିଆ’ ପକ୍ଷରୁ ଆୟୋଜିତ ‘ୱାକଫ ବଚାଓ-ଦସ୍ତୁର ବଚାଓ’ ପ୍ରତିବାଦ ସଭାରେ ସେ ଏହି ବୟାନ ଦେଇଛନ୍ତି। ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସମବେତ ହୋଇଥିବା ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଏହି ବିଲ୍ କେବଳ ୱାକଫ […]

ସଂପୂର୍ଣ୍ଣ ପଢନ୍ତୁ
Wer

ପୁରୀ ଦଳାଚକଟା ପ୍ରଭାବ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର, ଏସ୍‌ପି ବିନିତ ଅଗ୍ରୱାଲ ବଦଳି; ଦୁଇ ଅଧିକାରୀ ନିଲମ୍ବିତ

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Naveen 1

ପୁରୀ ଦୁର୍ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ – ‘ଶାନ୍ତିପୂର୍ଣ୍ଣ ରଥଯାତ୍ରା ଆୟୋଜନରେ ସରକାର ଅକ୍ଷମ’

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ରଥଯାତ୍ରା ପରିଚାଳନାରେ ସରକାରଙ୍କ ଚରମ ଉଦାସୀନତା ଓ ପ୍ରଶାସନିକ ବିଫଳତା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ସେ କହିଛନ୍ତି। ନିଜ ସୋସିଆଲ ମିଡିଆ ପୋଷ୍ଟରେ ନବୀନ ଲେଖିଛନ୍ତି, “ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଭିଡ଼ ପରିଚାଳନା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିଲା, ଯାହା କର୍ତ୍ତବ୍ୟରେ ଗୁରୁତର ଅବହେଳାକୁ ଦର୍ଶାଉଛି।” ସେ ଆହୁରି […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 29 021302

ପୁରୀ ଦଳାଚକଟା : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୁଃଖ ପ୍ରକାଶ, ମନ୍ତ୍ରୀ ମାନିଲେ ଅବହେଳା

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଏକ ମର୍ମାହତକାରୀ ଘଟଣା ବୋଲି କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସୁରକ୍ଷା ଅବହେଳାକୁ ‘ଅକ୍ଷମଣୀୟ’ […]

ସଂପୂର୍ଣ୍ଣ ପଢନ୍ତୁ