Jagdeep Dhankhar 1604141565

ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହାଫଳରେ ଦେଶର ରାଜନୈତିକ ମହଲରେ ହଠାତ୍ ଚର୍ଚ୍ଚା ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।  ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ସେ ଏହି ଇସ୍ତଫା ପ୍ରଦାନ କରିଛନ୍ତି, ଯେଉଁଥିରେ ଜଣେ ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଇସ୍ତଫା ଦେଇପାରିବେ।  ନିଜ ଇସ୍ତଫା […]

ସଂପୂର୍ଣ୍ଣ ପଢନ୍ତୁ
Biket Hit By Bus

ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ ଜାତୀୟ ରାଜପଥ-୩୧୬ରେ ସୋମବାର ଦିନ ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସ୍ୱୟମ୍ ଶୁଭମ୍ ସେନାପତି (୨୦ ବର୍ଷ)। ସେ ପୁରୀର ଏସସିଏସ କଲେଜର କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ର ଥିଲେ। ସୂଚନା ଅନୁଯାୟୀ, ସ୍ୱୟଂ କ୍ଲାସ ସାରି କଲେଜରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ଅଗ୍ନିଶମ ବାହିନୀ ଗାଡ଼ି […]

ସଂପୂର୍ଣ୍ଣ ପଢନ୍ତୁ
Principal

ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା ଅଭିଯୋଗ , ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମାଗିଲେ ନ୍ୟାୟ

ଆଠଗଡ଼: ଶ୍ରୀ ଶ୍ରୀ ଧବଳେଶ୍ଵର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା ଦେବା ଘଟଣା ।  ଗତ ୨୦ରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ନ୍ୟାୟ ମାଗିବା ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା । ଏନେଇ ପରେ ମୁହଁ ଖୋଲିଲେ ସଂପୃକ୍ତ ଅଧ୍ୟାପିକା । ଅଭିଯୋଗ ସତ କହିବା ସହ ଏହା ଗତ କାଲିର ନୁହେଁ ବରଂ ଜାନୁଆରୀ ୨୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ସ୍ପଷ୍ଟ କଲେ ଅଧ୍ୟାପିକା । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି ନ୍ୟାୟ […]

ସଂପୂର୍ଣ୍ଣ ପଢନ୍ତୁ
Supply Minister

କାଚ ଓ ଟିଣ ବୋତଲରେ ମିଳିବ ପେଟ୍ରୋଲ, ଆସନ୍ତାକାଲି ଠାରୁ ପ୍ଲାଷ୍ଟିକ ବୋତଲ ଯାଞ୍ଚ କଡାକଡି

ଭୁବନେଶ୍ୱର : ପ୍ଲାଷ୍ଟିକ ବୋତଲରେ ଆଉ ମିଳିବନି ପେଟ୍ରୋଲ । ଏମିତି ଘୋଷଣା କଲେ ଯୋଗାଣ ମନ୍ତ୍ରୀ । ଏଣିକି କେହି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକି ପାରିବେନି । ବାହାରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ଆସନ୍ତାକାଲି ଠାରୁ ଯାଞ୍ଚ କଡାକଡି ହେବ । ପେଟ୍ରୋଲ ପମ୍ପ୍ ରେ ମଧ୍ୟ ଯାଞ୍ଚ ହେବ । ତେବେ ଅତ୍ୟାବଶକ ସ୍ଥଳେ କାଚ ଓ ଟିଣ ବୋତଲରେ ପେଟ୍ରୋଲ ନେଇ ପାରିବେ । ଆଜି ଏମିତି କିଛି ଘୋଷଣା କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 21 173329 100

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଶପଥ ଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସୋମବାର ଦିନ ଜଷ୍ଟିସ ମାନସ ରଞ୍ଜନ ପାଠକ ଶପଥ ଗ୍ରହଣ କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ, ଜଷ୍ଟିସ ମାନସ ପାଠକଙ୍କୁ ଶପଥ ପାଠ କରାଇଥିଲେ। ଜଷ୍ଟିସ ପାଠକ ପୂର୍ବରୁ ଗୌହାଟି ହାଇକୋର୍ଟର ବିଚାରପତି ଥିଲେ। ସୁପ୍ରିମକୋର୍ଟ ମେ ମାସରେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ। କେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ
Cm6 Scaled

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ରାଜଭବନରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ୍ଷ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ସୌଜନ୍ୟମୂଳକ ଥିଲା ବୋଲି କୁହାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗଲା କିଛି ଦିନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜିର ଭେଟଘାଟ୍ ଏ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି।

ସଂପୂର୍ଣ୍ଣ ପଢନ୍ତୁ
Image 94 1

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ହକି କୋଚଙ୍କୁ ଉଠାଇ ନେଲା ପୋଲିସ

ଯାଜପୁର: ଏବେ ଅଶାନ୍ତ ହୋଇପଡିଛି ଓଡିଶା । ଲଗାତାର କିଛି ଦିନ ହେବ ଚାରିଆଡୁ ଖାଲି ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ନିକଟରେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଘଟଣା ହେଉ କି ସେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ବଳଙ୍ଗାର ଯୁକ୍ତ ଦୁଇ ଛାତ୍ରୀଙ୍କୁ ପୋଡିବା ଘଟଣା । ଏହି ଘଟଣା ମନରୁ ନ ଲିଭୁଣୁ ଆଜି ଯାଜପୁରରେ ପୁଣି ଏକ ଲଜ୍ଜ୍ୟା ଘଟଣା ସାମ୍ନାକୁ ଆସିଛି । […]

ସଂପୂର୍ଣ୍ଣ ପଢନ୍ତୁ
Wre

ଦକ୍ଷିଣ ଷ୍ଟାରଙ୍କୁ ଇଡି ର ସମନ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଦକ୍ଷିଣ ଭାରତର କିଛି ବଡ଼ ବଡ଼ ତାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ସୋମବାର ଦିନ, ଇଡି ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବତୀ, ପ୍ରକାଶ ରାଜ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କ ଭଳି ସେଲିବ୍ରିଟିମାନଙ୍କୁ ସମନ କରିଛି ଏବଂ ସେମାନଙ୍କୁ  ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ ମାମଲାରେ ଏହି କଳାକାରମାନଙ୍କୁ ସମନ କରିଛି। ଇଡି ଏହି ଅଭିନେତାମାନଙ୍କୁ ଜୁଲାଇ ଶେଷ […]

ସଂପୂର୍ଣ୍ଣ ପଢନ୍ତୁ
Mso Facility 750x375 1

ଓଡ଼ିଶାରେ ପ୍ରଥମ ଏମ୍. ଆର୍. ଓ. ସୁବିଧା ସ୍ଥାପନ ହେବ

ଭୁବନେଶ୍ବର: ବିମାନ ଚଳାଚଳ ଭିତ୍ତିଭୂମିକୁ ଏକ ରଣନୈତିକ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନଃସ୍ଥାପନ (ଏମ. ଆର. ଓ.) ସୁବିଧା ପ୍ରତିଷ୍ଠା ପାଇଁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି। ଯାହା ବିମାନ ଚଳାଚଳ ସହ ଜଡ଼ିତ ଆର୍ଥିକ ଇକୋସିଷ୍ଟମ ସୃଷ୍ଟି କରିବାରେ ଏକ ବଡ଼ ପଦକ୍ଷେପ। ସ୍ୱଳ୍ପ ସମୟ ମଧ୍ୟରେ ଏହି ନୀତି ଉଭୟ ବିଶ୍ୱ ତଥା ଘରୋଇ ସ୍ତରରେ ଓଡ଼ିଶାର ବିମାନ ଚଳାଚଳ ପଦଚିହ୍ନକୁ ଉଲ୍ଲେଖନୀୟ ଭାବରେ […]

ସଂପୂର୍ଣ୍ଣ ପଢନ୍ତୁ
Croco

ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର, ଖେଳ ପଡିଆରେ ବୁଲିଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର। କେନ୍ଦ୍ରାପଡାର ବନ୍ୟା ଅଞ୍ଚଳରେ କୁମ୍ଭୀର ଆତଙ୍କ l ଆଜି ପୁଣି ଥରେ କୁମ୍ଭୀର ନଦୀକୂଳରେ ବୁଲୁଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତର ଜେନାପାଟଣା ଗାଁରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ବ୍ରାହ୍ମଣୀ ନଦୀରୁ କୁମ୍ଭୀର ଉଠି ଆସି ଗାଁରେ ଥିବା ଖେଳ ପଡିଆରେ ବୁଲୁଥିବା ନଜରକୁ ଆସିଛି । ଜଳସ୍ତର କମୁଥିବାରୁ କୁମ୍ଭୀରଟି ଯାଇ ନପାରି ଖେଳ ପଡିଆରେ ରହିଯାଇଥିବା ଅନୁମାନ କରାଯାଉଛି।

ସଂପୂର୍ଣ୍ଣ ପଢନ୍ତୁ