Biket Hit By Bus

ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
Spread the love

ପୁରୀ: ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ ଜାତୀୟ ରାଜପଥ-୩୧୬ରେ ସୋମବାର ଦିନ ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ସ୍ୱୟମ୍ ଶୁଭମ୍ ସେନାପତି (୨୦ ବର୍ଷ)। ସେ ପୁରୀର ଏସସିଏସ କଲେଜର କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ର ଥିଲେ।

ସୂଚନା ଅନୁଯାୟୀ, ସ୍ୱୟଂ କ୍ଲାସ ସାରି କଲେଜରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ଅଗ୍ନିଶମ ବାହିନୀ ଗାଡ଼ି ତାଙ୍କ ବାଇକ୍ ସହିତ ଧକ୍କା ଦେଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତ ଛାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାବ୍ୟତୀତ ସେ ଏକ ପୋଷ୍ଟ କରିଛନ୍ତି। ପୁରୀଠାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ସ୍ୱୟଂ ଶୁଭମ ସେନାପତିଙ୍କ ପ୍ରାଣହାନି ବିଷୟରେ ଜାଣି ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *