Earthquake

ଭୂକମ୍ପରେ ଥରିଲା ନେପାଳ, ଝଟକା ଲାଗିବା ପରେ ଭୟରେ ଘରୁ ବାହାରି ଆସିଲେ ଲୋକେ

କାଠମାଣ୍ଡୁ: ଭୂମିକମ୍ପରେ ଥରିଲା ନେପାଳ । ସକାଳେ ସକାଳେ ନେପାଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ବେଳେ ଆଜି ଭାରତୀୟ ସମୟ ସକାଳ ୮ଟା ୨୧ରେ ଏହି ଭୂକମ୍ପର ଝଟକା ନେପାଳକୁ ଲାଗିଛି । ଭୂକମ୍ପରେ କ୍ଷୟକ୍ଷତି ଏଯାଏଁ ଜଣା ପଡିନି । ତେବେ ଏହା ପୂର୍ବରୁ ଜୁନ ୨୯ରେ ବି ନେପାଳକୁ ଭୂକମ୍ପର ଝଟକା ଲାଗିଥିଲା । ବର୍ତ୍ତବାନର ଭୂକମ୍ପ ଠାରୁ ପୂର୍ବର ଭୂକମ୍ପ ଅଧିକ ଥିଲା । […]

ସଂପୂର୍ଣ୍ଣ ପଢନ୍ତୁ
Law Minister Prithiviraj Harichandan Advocates For Gurukul System In Modern Education Amf News

ଆମ ସରକାରରେ ଯିଏ ଦୋଷ କରିବ ଦଣ୍ଡ ନିଶ୍ଚିତ ପାଇବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ବ୍ୟାସନଗର ପୌରପାଳିକାରେ ସପ୍ତାହେ ତଳେ ନିର୍ବାହୀ ଅଧିକାରୀ (ଓଆର୍‌ଏସ୍‌)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ୮ ଘଣ୍ଟା ଧରି ଅଟକ ରଖିଥିଲେ ବିଜେଡି ନେତା। ଆଉ ବ୍ୟାସନଗର ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଆମ ସରକାରରେ ଯିଏ ଦୋଷ କରିବ ଦଣ୍ଡ ନିଶ୍ଚିତ ପାଇବ। ଯିଏ ମଧ୍ୟ ସେ ଭଳି ଅନୈତିକ କାମ କରିଛନ୍ତି ତାଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ। ସରକାରଙ୍କ ତରଫରୁ ସେ କଥା ଆମେ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଉଛୁ। […]

ସଂପୂର୍ଣ୍ଣ ପଢନ୍ତୁ
1 2 1536x929

ଟ୍ରାଫିକ ପୋଲିସ ସାଜିଲେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର,୬ା୭: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ ପୋଲିସ ବେଶରେ ନିଜେ ଉପସ୍ଥିତ ରହି ଦୁଇ ଚକିଆ ଗାଡ଼ି ଚାଳକମାନଙ୍କୁ ହେଲମେଟ ବ୍ୟବହାର କରିବା ପାଇଁ ସଚେତନ କରାଇଛନ୍ତି। ଇନଫୋସିଟି ଅଞ୍ଚଳରେ ଥିବା ମାଗ୍ନେଟିକ୍ସ ସ୍କୋୟାର ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ମହାପାତ୍ର ନିଜେ ରାସ୍ତାରେ ଉପସ୍ଥିତ ରହି ଅମାନିଆ ଗାଡ଼ି ଚାଳକମାନଙ୍କୁ ଅଟକାଇ ସେମାନଙ୍କୁ ହେଲମେଟର […]

ସଂପୂର୍ଣ୍ଣ ପଢନ୍ତୁ
Jaynarayan Mishra 720x430 1

ଜଗନ୍ନାଥଙ୍କ ସପକ୍ଷରେ ଜୟ : ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନ କଣ କରିଥିଲେ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ଷଡଯନ୍ତ୍ର କରିନାହାନ୍ତି | ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି | ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ | […]

ସଂପୂର୍ଣ୍ଣ ପଢନ୍ତୁ
1

ବିପୁଳ ପରିମାଣରେ ମଦ ଜବତ: ପୁଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ଫେରାର

ଭଦ୍ରକ: ଭଦ୍ରକ ସହରରେ ଏବେ ମଦ ଓ ଡ୍ରଗସ ମାଫିଆ ସକ୍ରିୟ ହୋଇଛନ୍ତି। କିଛି ମଦ ବେପାରୀ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବାର ଭଦ୍ରକ ଏସପି ମନୋଜ ରାଉତଙ୍କ ନିକଟରେ ଅଭିଯୋଗ ହୋଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଭଦ୍ରକ ଚରମ୍ପା ଷ୍ଟେସନ ଅଞ୍ଚଳରେ ଜଣେ ଲୋକଙ୍କ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ରହିଥିବାର ଖବର ପାଇ ଭଦ୍ରକ ଟାଉନ ପୁଲିସ ଚଢ଼ଉ କରିଥିଲେ। ଚଢଉ ବେଳେ ୧୦୦ ଲିଟର ଫରେନ୍ […]

ସଂପୂର୍ଣ୍ଣ ପଢନ୍ତୁ
A85b2220 A9d5 4c35 9078 0a2fbfab3244

ତିର୍ତ୍ତୋଲ ନାଉସିରା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସସଟାଇଲ୍ ମିଲ୍, ନିଯୁକ୍ତି ପାଇବେ ୨୫୦୦ ସ୍ଥାନୀୟ ଲୋକ୍ – ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଜଗତସିଂହପୁର/ଝଙ୍କଡ଼ :  ତିର୍ତ୍ତୋଲ ଅଞ୍ଚଳର ସର୍ବବୃହତ୍ତମ ଶିଳ୍ପାନୁଷ୍ଠାନ ନାଉସିରା ସ୍ଥିତ ସାରଳା ସମବାୟ ସୂତାକଳ ଦୀର୍ଘ ୨୬ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ଏଥିରେ କାମ କରୁଥିବା ପ୍ରାୟ ୧୫୦୦ ଶହ ଲୋକ ନିଯୁକ୍ତି ହରାଇ ଦୂର୍ବିଶଃହ ଜୀବନ ଅତିବାହିତ କରୁଥିଲେ। ଏହାର ପୁନଃ ନିର୍ମାଣ ପାଇଁ ଦାବୀ କରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ସୂତାକଳ ଫାଟକ ସମ୍ମୁଖରେ ଆମରଣ ଅନଶନ ଠାରୁ […]

ସଂପୂର୍ଣ୍ଣ ପଢନ୍ତୁ
234b31e5 538e 47ba 9d0e 51dec8081a2c

ସିଂହଦ୍ଵାର ସମ୍ମୁଖରେ ତିନି ରଥ

ପୁରୀ: ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ଶନିବାର ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯିବା ପରେ ରଥରେ ଛେରାପହଁରା କରାଯାଇଥିଲା। ଏହା ପରେ ଅନ୍ୟାନ୍ୟ ନୀତି ସମାପନ କରାଯାଇଥିଲା। ସମସ୍ତ ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷାଧିକ […]

ସଂପୂର୍ଣ୍ଣ ପଢନ୍ତୁ
Naveen Patnaik

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ। ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି। ଜୁନ ୨୨ରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏବେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ। ଡିସଚାର୍ଜ ପରେ ନିୟମିତ ଫିଜିଓଥେରାପି କରିବେ ନବୀନ ପଟ୍ଟନାୟକ। […]

ସଂପୂର୍ଣ୍ଣ ପଢନ୍ତୁ
Mahabahu

ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଲେ ବଳଭଦ୍ର ଓ ଦେବୀ ସୁଭଦ୍ରା, ପୋଡ଼ପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାପ୍ରଭୁ

ପୁରୀ: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜିଉମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ଆଗି ସିଂହଦ୍ବାରକୁ ଆସୁଛନ୍ତି। ସର୍ବ ପ୍ରଥମେ ପ୍ରଭୁ ବଳଭଦ୍ର ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଏହା ପରେ ଭଉଣୀ ସୁଭଦ୍ରା ସିଂହଦ୍ବାର ସାମ୍ନାରେ ପହଞ୍ଚିଛନ୍ତି। ଅଳ୍ପ ସମୟ ମଧ୍ୟରେ ସିଂହଦ୍ବାର ସାମ୍ନାରେ ପହଞ୍ଚିବେ ଜଗତର ନାଥ ଜଗନ୍ନାଥ। ଶ୍ରଦ୍ଧାର ବଡ଼ଦାଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଟାଣିଟାଣ ଆଣୁଛନ୍ତି। ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 05 140821

ବ୍ରାହ୍ମଣୀରେ ବଢୁଛି ଜଳସ୍ତର; ଖୋଲିଲା ମନ୍ଦିରା ଡ୍ୟାମ୍‌ର ୮ ଗେଟ୍‌

ରାଉରକେଲା:ଗତ ସପ୍ତାହେ ଧରି ବ୍ରାହ୍ମଣୀରେ ଜଳସ୍ତର ବଢୁଥିବାରୁ ଶୁକ୍ରବାର ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍‌ରୁ ୮ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୬୭୮.୯୦ ଫୁଟ୍‌ ରହିଛି । ଝାଡ଼ଖଣ୍ଡରେ ଲଗାଣବର୍ଷା କାରଣରୁ ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି। ଡ୍ୟାମ୍‌ ଭିତରକୁ ସେକେଣ୍ଡରେ ୨୮୬୦୭ କ୍ୟୁସେକ୍‌ ଜଳ ଆସୁଛି ଓ ୨୮୫୫୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୬ଟି ଗେଟ୍‌ ୮ ଫୁଟ୍‌ ଲେଖାଏଁ ଖୋଲାଯାଇଛି। ବ୍ରାହ୍ମଣୀର ଜଳସ୍ତର ୧୭୩.୭୦୦ ମିଟର ରହିଛି। ବ୍ରାହ୍ମଣୀର […]

ସଂପୂର୍ଣ୍ଣ ପଢନ୍ତୁ