A85b2220 A9d5 4c35 9078 0a2fbfab3244

ତିର୍ତ୍ତୋଲ ନାଉସିରା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସସଟାଇଲ୍ ମିଲ୍, ନିଯୁକ୍ତି ପାଇବେ ୨୫୦୦ ସ୍ଥାନୀୟ ଲୋକ୍ – ମନ୍ତ୍ରୀ ସମ୍ପଦ ସ୍ୱାଇଁ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ତିର୍ତ୍ତୋଲ ଅଞ୍ଚଳର ସର୍ବବୃହତ୍ତମ ଶିଳ୍ପାନୁଷ୍ଠାନ ନାଉସିରା ସ୍ଥିତ ସାରଳା ସମବାୟ ସୂତାକଳ ଦୀର୍ଘ ୨୬ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ଏଥିରେ କାମ କରୁଥିବା ପ୍ରାୟ ୧୫୦୦ ଶହ ଲୋକ ନିଯୁକ୍ତି ହରାଇ ଦୂର୍ବିଶଃହ ଜୀବନ ଅତିବାହିତ କରୁଥିଲେ। ଏହାର ପୁନଃ ନିର୍ମାଣ ପାଇଁ ଦାବୀ କରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ସୂତାକଳ ଫାଟକ ସମ୍ମୁଖରେ ଆମରଣ ଅନଶନ ଠାରୁ ଆରମ୍ଭ କରି ସେଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ଆନ୍ଦୋଳନ ଜାରି ରଖିଥିଲେ। ଏଠାରେ ଥିବା ବିସ୍ତୃତ ଭିତ୍ତିଭୂମି ଉପରେ ଅନ୍ୟ ଯେକୌଣସି ଶିଳ୍ପ ପ୍ରତିଷ୍ଠାନ ବା ଏକ ସୁପର ହସ୍ପିଟାଲ କରିବାପାଇଁ ଦୀର୍ଘ ବର୍ଷ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ତରଫରୁ ମଧ୍ୟ ସରକାର ଙ୍କ ନିକଟରେ ଦାବୀ ହୋଇ ଆସୁଥିଲା । ତେବେ ଅପେକ୍ଷା, ପ୍ରତୀକ୍ଷା ଓ ଆଶା ଆଶଙ୍କା ର ଅବସାନ ଘଟାଇ, ଗତ ଶନିବାର ଦିନ ପୂର୍ବାହ୍ନରେ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ , ଏଠାରେ ପହଞ୍ଚି ବିଭିନ୍ନ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ ଯେ , ନିକଟ ଭବିଷ୍ୟତରେ, ସୂତାକଳ ସ୍ଥାନରେ ଓଡିଶା ସରକାର ଙ୍କ ଦ୍ଵାରା ଏକ ଉନ୍ନତ ମାନର ଟେକ୍ସସଟାଇଲ୍ ମିଲ ପ୍ରତିଷ୍ଠା ହେବାକୁ ଯାଉଛି। ଯାହା ଫଳରେ ଏହି କାରଖାନାରେ ପାଖା ପାଖି ଅଢେ଼ଇହଜାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ନିଯୁକ୍ତ ପାଇବେ ।

ଏହି ବିଶାଳ ପ୍ରକଳ୍ପର ଅଗ୍ରଗତି ନିମନ୍ତେ ଇଡକୋର ବିଭାଗୀୟ ପଦାଧିକାରୀ ମାନେ ସହାୟତାର ହାତ ବଢେ଼ଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।  ଧ୍ଵଂସସ୍ତୁପ ରେ ପରିଣତ ହୋଇଥିବା ଏହି ସୂତାକଳ ପରିସର ର ଭିତ୍ତିଭୂମି ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଜେ ସୋନାଲ, ଇଡକୋ ସି ଜି ଏମ୍ ଲ୍ୟାଣ୍ଡ ସରୋଜ କୁମାର ସେଠୀ, ଇଡି ଇଡ୍ କୋ ସୁରେଶ ଚନ୍ଦ୍ର ଦଳେଇ , ପାରାଦୀପ ଡି ଏଚ୍ ଇଡିକେl ହେମନ୍ତନାଥ ସିଂହ ଓ ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀ ମାନଙ୍କୁ ସ୍ଵାଗତ କରିଥିଲେ ବିବେକାନନ୍ଦ ହୋତା, ସୁଧୀର କୁମାର ମଲ୍ଲିକ , ସୁଦୀପ୍ତ ନାଥ , ଦୁଃଶାସନ ସାହୁ, ବାନୋଜ ନାୟକ ଓ ସ୍ଵରାଜ ସାମଲ ଙ୍କ ସମେତ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ।

Leave a Reply

Your email address will not be published. Required fields are marked *