Mixcollage 03 Aug 2025 03 43 Pm

ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା, ସମସ୍ତେ ସୁରକ୍ଷିତ ଉଦ୍ଧାର

ଭୋଗରାଇ: ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା। ସମସ୍ତଙ୍କୁ ଉଦ୍ଧାର କଲା ପୋଲିସ ।  ଶନିବାର ସକାଳେ ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବିନ୍ଦ୍ର ଗିରି ଏବଂ ଚୌମୁଖ ଗ୍ରାମର ଜଗନ୍ନାଥ ପାଳ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଖୋଜିବା ପାଇଁ ୫ଟି ଟିମ ଗଠନ କରାଯାଇ ସର୍ଚ୍ଚ ଅପେରେସନ ଆରମ୍ଭ କରାଯାଇଥିଲା। ଡ୍ରୋନ ମାଧ୍ୟମରେ ଖୋଜିବା ସହିତ ଲୋକଙ୍କୁ ମଧ୍ୟ ସଚେତନ […]

ସଂପୂର୍ଣ୍ଣ ପଢନ୍ତୁ
Ac

ଶିବ ମନ୍ଦିର ଯିବା ବାଟରେ ବଡ଼ ସଡକ ଦୁର୍ଘଟଣା: ୧୧ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଡ଼ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ଏସୟୁଭି ଗାଡ଼ି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରଦ୍ଧାଳୁ ଆଗ୍ରାର ସେହା ଗାଁର । ସେମାନେ ଗାଡ଼ିରେ ପୃଥ୍ବୀନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଶ୍ରାବଣ ସୋମବାରରେ ପାଣି ଢାଳିବାକୁ ଯାଉଥିଲେ । ହେଲେ […]

ସଂପୂର୍ଣ୍ଣ ପଢନ୍ତୁ
Post

ଆଜି ଭୁବନେଶ୍ବରରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ, ଦିଲ୍ଲୀ ଏମ୍ସରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ଦିଲ୍ଲୀ ଏମ୍ସରେ ଶବ ବ୍ୟବଛେଦ ସରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଭୁବନେଶ୍ବରରେ ମୃତଦେହ ପହଂଚିବା ପରେ ପୀଡିତାଙ୍କ ଗାଁ ବାୟାବର ନୂଆ ଗୋପାଳପୁର ବସ୍ତିକୁ ନିଆଯିବ । ସେଠାରେ ତାଙ୍କୁ କବର ଦିଆଯିବ। ଏଥିପାଇଁ ଗାଁରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୪ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟାରେ […]

ସଂପୂର୍ଣ୍ଣ ପଢନ୍ତୁ
Fdsa

ତାମିଲ ଅଭିନେତା ମାଧନ ବବ୍‌ଙ୍କ ପରଲୋକ

ତାମିଲ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟାଭିନେତା ମାଧନ ବବଙ୍କର ପରଲୋକ ଘଟିଛି। ଶନିବାର ୭୧ ବର୍ଷ ବୟସରେ ଚେନ୍ନଇର ଆଡିୟାରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମାଧନ କିଛି ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିଲେ। ମାଧନ କେବଳ ଜଣେ ଲୋକପ୍ରିୟ ଅଭିନେତା ନ ଥିଲେ, ସେ ଜଣେ ସଙ୍ଗୀତଜ୍ଞ ବି ଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ତାମିଲ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ରହିଆସିଥିଲେ। ୧୯୮୦ ଦଶକରେ ସେ […]

ସଂପୂର୍ଣ୍ଣ ପଢନ୍ତୁ
Rain

ଅଗଷ୍ଟ ୬ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅଗଷ୍ଟ ୬ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସୂଚନା ଦେଇଛି। ତିନି ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅଗଷ୍ଟ ୩: ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, […]

ସଂପୂର୍ଣ୍ଣ ପଢନ୍ତୁ
Bw3hqwjrxskaxyrqlimv

ଏକନାଥ ସିନ୍ଦେ କିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ, ରହସ୍ୟ ଖୋଲିଲେ ଫଡନାଭିସ

ନୂଆଦିଲ୍ଲୀ: ଏକନାଥ ସିନ୍ଦେ କିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାହାର ରହସ୍ୟ ଖୋଲିଛନ୍ତି ଏବେକାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ | ଏକ ସାକ୍ଷାତକାରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ ମୁଁ ସ୍ପଷ୍ଟ ଶବ୍ଦରେ କହିବି। ଏହା ପ୍ରଥମ ଦିନରୁ ହିଁ ସ୍ଥିର ହୋଇଯାଇଥିଲା। ଯେହେତୁ ଏକନାଥ ସିନ୍ଦେ ସାହସର ସହିତ ଏହି ସମସ୍ତ କାମ କରିଥିଲେ, ଏପରି ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ଥିଲା। ତେଣୁ, ପ୍ରଥମ ଦିନରୁ ହିଁ ନିଷ୍ପତ୍ତି ନିଆଯାଇଥିଲା ଯେ […]

ସଂପୂର୍ଣ୍ଣ ପଢନ୍ତୁ
Kv Singdeo

ବଳଙ୍ଗା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।  କହିଛନ୍ତି, ସରକାର ସବୁ ପଦକ୍ଷେପ ନେଇଥିଲେ କିନ୍ତୁ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।  ଏହା ସହ କାହା ଜୀବନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି କେ.ଭି ସିଂହଦେଓ  । ସୂଚନାଯୋଗ୍ୟ : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା ।  ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ […]

ସଂପୂର୍ଣ୍ଣ ପଢନ୍ତୁ
Balw

ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ହଠାତ୍ ମୃତ୍ୟୁ ପରେ ଏବେ ଏହାକୁ ନେଇ ତେଜିଛି ରାଜନୀତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି-କଂଗ୍ରେସ । ବିଜେଡି ସରକାରଙ୍କୁ ନାରୀହନ୍ତା ବୋଲି ସମ୍ବୋଧନ କରିଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ଯାହାର କଡା ଜବାବ ଦେଇଛି ବିଜେପି । ଶବ ଉପରେ ବିରୋଧୀ ରାଜନୀତି କରୁଛନ୍ତି କହି ବର୍ଷିଛି ଶାସକ ଦଳ ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ
306772fd 12ad 4676 Af45 423af357c43a

ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

କଟକ: ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରାଯିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। କଟକ ଜିଲ୍ଲା ବିରିବାଟି ସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ସଂଘର ତୃତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଘର ରାଜ୍ୟ ସଭାପତି ଶ୍ରୀ ସୁଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ଜାଭେଦ […]

ସଂପୂର୍ଣ୍ଣ ପଢନ୍ତୁ
Mp

ମଣିଶଙ୍କର ସବୁବେଳେ ପାକିସ୍ତାନର ପକ୍ଷ ନିଅନ୍ତି : ପ୍ରିୟଙ୍କା ଚତୁର୍ବେଦୀଙ୍କ ଜବାବ

ନୂଆଦିଲ୍ଲୀ : କଂଗ୍ରେସ ନେତା ମଣିଶଙ୍କର ଆୟାର ଅପରେସନ ସିନ୍ଦୂର ଏବଂ ବିଭିନ୍ନ ଦେଶକୁ ଯାଇଥିବା ପ୍ରତିନିଧି ଦଳ ବିଷୟରେ ଶନିବାର କହିଥିଲେ ଯେ ଯେଉଁ ୩୩ଟି ଦେଶକୁ ପ୍ରତିନିଧିମଣ୍ଡଳ ଗସ୍ତ କରିଥିଲେ ସେସବୁ ଦେଶମାନେ ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିନଥିଲେ । ଏହି ବିବୃତ୍ତିର ଜବାବ ଦେଇ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମଣିଶଙ୍କର ସବୁବେଳେ ପାକିସ୍ତାନ ସହ ଶାନ୍ତି ପାଇଁ ଓକିଲାତି କରିଆସିଛନ୍ତି । ସେ ବାରମ୍ବାର […]

ସଂପୂର୍ଣ୍ଣ ପଢନ୍ତୁ