ଆରପାରିରେ ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା,୮/୯: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣପଡ଼ିଛି। ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ଡୋଲକିଆ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ରେ ନୂଆପଡ଼ାରୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେଡିରେ ମିଶି ୨୦୧୪, ୨୦୧୯ ଏବଂ ୨୦୨୪ ନିର୍ବାଚନ ଜିତିଥିଲେ। ସେ କ୍ୟାବିନେଟ୍‌ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଆଧାର ପରିଚୟପତ୍ର ନାଗରିକତା ପ୍ରମାଣପତ୍ର ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୮/୯: ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ। ଅଧିକାରୀମାନଙ୍କୁ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବାର ଅଧିକାର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ଉପରେ ଶୁଳ୍କ ଲଗାଇ ଠିକ କରିଛନ୍ତି : ଜେଲେନସ୍କି

କିବ୍,୮/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ କଠୋର ଶୁଳ୍କ ଲାଗୁ କରିଛନ୍ତି। ଏବେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଟ୍ରମ୍ପଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ୟୁରୋପୀୟ ଦେଶ ଏବେ ବି ରୁଷଠାରୁ ତେଲ ଏବଂ ଗ୍ୟାସ କିଣୁଛନ୍ତି, ଯାହା ନ୍ୟାୟସଙ୍ଗତ ନୁହେଁ। ତାଙ୍କ ମତରେ, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ହେବ ୭୫ହଜାର ସ୍ୱାସ୍ଥ୍ୟ ଶିବିର

ନୂଆଦିଲ୍ଲୀ, ୮/୯:: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଆରମ୍ଭ ହେବ ୭୫ହଜାର ସ୍ୱାସ୍ଥ୍ୟ ଶିବିର। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ଏହି ବଡ଼ ଘୋଷଣା କରିଛନ୍ତି। ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସାରା ଭାରତରେ ୭୫,୦୦୦ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହୋଇ ଗାନ୍ଧୀ ଜୟନ୍ତୀରେ ଶେଷ ହେବ। ଏହାର ଲକ୍ଷ୍ୟ ହେଉଛି ମହିଳା ଏବଂ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏବଂ ସାମୁଦାୟିକ […]

ସଂପୂର୍ଣ୍ଣ ପଢନ୍ତୁ

ଓଡିଶା ଅର୍ବାନ ଏକାଡେମୀ ଦ୍ୱାରା ଆୟୋଜିତ ସହରାଞ୍ଚଳରେ ପାର୍କିଂ ନୀତି ଉପରେ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର,୭/୯: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ତତ୍ତ୍ୱାବଧାନରେ ଓଡ଼ିଶା ଅର୍ବାନ ଏକାଡେମୀ, ସହରାଞ୍ଚଳ ଓଡ଼ିଶାରେ ପାର୍କିଂ ନୀତି ଉପରେ ଏକ ପରାମର୍ଶଦାତା କର୍ମଶାଳା ଆୟୋଜନ କରିଥିଲା, ଯେଉଁଥିରେ ରାଜ୍ୟର ପ୍ରମୁଖ ଅଂଶୀଦାରମାନଙ୍କୁ ସହରାଞ୍ଚଳ ପାର୍କିଂର ବର୍ଦ୍ଧିତ ଚ୍ୟାଲେଞ୍ଜର ସ୍ଥାୟୀ ଏବଂ ବ୍ୟବହାରିକ ସମାଧାନ ଉପରେ ବିଚାର ବିମର୍ଶ କରିବା ପାଇଁ ଏକତ୍ର କରାଯାଇଥିଲା। ଗତ ଗୁରୁବାର ଅନୁଷ୍ଠିତ କର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, ମ୍ୟୁନିସିପାଲ କମିଶନର, ଟ୍ରାଫିକ୍ ଏବଂ ପରିବହନ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଗୁରୁ ପୂଜନ ସମିତି ପକ୍ଷରୁ ବାଣୀ କ୍ଷେତ୍ରର ପଣ୍ତିତ ବାସବ ନନ୍ଦ ଙ୍କୁ ସମ୍ବର୍ଦ୍ଧନା

ଝଙ୍କଡ଼, ୭/୯: ଝଙ୍କଡ଼ ସାରଳା ମଣ୍ଡଳ ର ସାରସ୍ୱତ ସାଧକ ତଥା ସଂସ୍କୃତ ପଣ୍ତିତ ବାସବ ନନ୍ଦ ଙ୍କୁ ସାଲେପୁର ସ୍ଥିତ ଶ୍ରୀଗୁରୁ ପୂଜନ ସମିତି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଗରୁ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଵାରୁ , ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ, ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର , ଶାଶ୍ଵତ ସାହିତ୍ୟ ଅନୁଷ୍ଠାନ , ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ଅନୁଷ୍ଠାନ, ଜଗତସିଂହପୁର ଜିଲ୍ଲାର […]

ସଂପୂର୍ଣ୍ଣ ପଢନ୍ତୁ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ୱର, ୭/୯: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଆଜି ପରିଷଦ ମୁଖ୍ୟ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେ ଯେ, ଶିକ୍ଷା ହିଁ ସମୃଦ୍ଧ ଭାରତର ମାନଦଣ୍ଡ ଅଟେ । ଶିକ୍ଷା ବ୍ୟକ୍ତିତ୍ୱର ପରିପ୍ରକାଶ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦୀର୍ଘ ୪୩ […]

ସଂପୂର୍ଣ୍ଣ ପଢନ୍ତୁ

କୋରିଆକୁ ୪-୧ରେ ପରାସ୍ତ କରି ଏସିଆ କପ ଚାମ୍ପିୟନ ହେଲା ଭାରତ

ରାଜଗୀର : ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଭାରତ ହକି ଏସିଆ କପ୍ ଟାଇଟଲ ଜିତିଛି। ଚତୁର୍ଥ ଥର ପାଇଁ ଭାରତ ଏସିଆ କପ୍ ଟ୍ରଫି ଜିତିଛି। ଏହି ବିଜୟ ସହ ଭାରତ ୨୦୨୬ରେ ବେଲଜିୟମ ଓ ନେଦରଲାଣ୍ଡସରେ ହେବାକୁ ଥିବା ବିଶ୍ବକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । ଟିମ୍ ଇଣ୍ଡିଆ ପାଇଁ ସୁଖଜିତ ସିଂହ, ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଏବଂ ଦିଲପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ସିନ୍ନାର Vs ଆଲକାରାଜ: ୟୁଏସ ଓପନରେ ରୋମାଞ୍ଚକର ଫାଇନାଲ

ନୂଆଦିଲ୍ଲୀ,୭/୯: ୟୁଏସ ଓପନ ପୁରୁଷ ସିଙ୍ଗଲସ ଫାଇନାଲରେ ରବିବାର ରୋମାଞ୍ଚକର ମୁକାବିଲାରେ ସ୍ପେନର କାର୍ଲୋସ ଆଲକାରାଜଙ୍କ ଅଗ୍ନିମୟ ଉତ୍ସାହ ଓ ଅପ୍ରତ୍ୟାଶିତ ଶଟ୍ ସାମ୍ନା କରିବ ଇଟାଲୀର ଶାନ୍ତ ଓ ନିର୍ଭୁଲ ଖେଳ ପାଇଁ ପରିଚିତ ଜାନ୍ନିକ ସିନ୍ନର। ଏହା ଚଳିତ ବର୍ଷ ତୃତୀୟ ଗ୍ରାଣ୍ଡ ସ୍ଲାମ ଫାଇନାଲରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ମୁକାବିଲା। ୨୦୨୨ରେ ୟୁଏସ ଓପନ ଜିତି ଚର୍ଚ୍ଚାକୁ ଆସିଥିବା ଆଲକାରାଜ ନୋଭାକ ଜୋକୋଭିଚଙ୍କୁ ଷ୍ଟ୍ରେଟ ସେଟରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି। ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପ କହିଲେ, ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅଚାନକ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଭାରତ ସହ ସଂପର୍କରେ ଉନ୍ନତି ଆଣିବାକୁ ସଙ୍କେତ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି- ‘ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ।’ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତ୍ୟୁତ୍ତର ଦେଇ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ସହଭାଗିତା […]

ସଂପୂର୍ଣ୍ଣ ପଢନ୍ତୁ