ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ, ୩୧/୧୨: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ଦାୟିତ୍ଵ ନେବେ ଅନୁ ଗର୍ଗ

ଭୁବନେଶ୍ୱର, ୩୧/୧୨ : ଅନୁଗର୍ଗ ହେବେ ନୂଆ ମୁଖ୍ୟଶାସନ ସଚିବ । ଆଜି ଅପରାହ୍ନରେ ସେ ଦାୟିତ୍ଵ ନେବା ନେଇ ସୂଚନା ରହିଛି। ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବେ। ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ୧୯୯୧ ବ୍ୟାଚ୍‌ ର ଆଇଏଏସ୍‌ ଅଫିସର ହେଉଛନ୍ତି ଅନୁ ଗର୍ଗ। ବର୍ତ୍ତମାନ୍ ମନୋଜ ଆହୁଜା ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟଭାର ନିର୍ବାହ କରୁଛନ୍ତି । ତାଙ୍କର କାର୍ଯ୍ୟକାଳ ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି

ଭବନେଶ୍ଵର, ୩୦/୧୨: ରାଜ୍ୟ ସରକାର ୧୦ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଏବଂ ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆର. ପ୍ରକାଶଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ବ୍ୟତୀତ ଏସ. ସାଇନି ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ଯ୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମ.ଏସ. ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ

ବରଗଡ଼, ୩୦/୧୨: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସଂପୂର୍ଣ୍ଣ ପଢନ୍ତୁ

ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ

ମସ୍କୋ, ୩୦/୧୨: ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି । ୟୁକ୍ରେନ୍‌ ଏହି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି । ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଏହି ଆକ୍ରମଣ କରାଯାଇଥିଲା । ମାତ୍ର ରୁଷ୍‌ର ସେନା ଏହାକୁ ପ୍ରତିହତ କରିଥିବା କଥା ସେ କହିଛନ୍ତି . ସମସ୍ତ ଡ୍ରୋନ୍‌କୁ ନଷ୍ଟ କରି ଦିଆଯାଇଛି । ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ପରଲୋକରେ ଖାଲିଦା ଜିୟା

ଢାକା, ୩୦/୧୨: ବାଂଲାଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେୁଥିଲେ। ଆଜି ସକାଳ ପ୍ରାୟ ୬ଟାରେ ସେ ମୃତ୍ୟୁବରଣ କରିଛନ୍ତି। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନପିର ପ୍ରମୁଖ ଥିଲେ । ତାଙ୍କ ମୃତ୍ୟୁ ଖବର ବିଏନପି ମିଡିଆ ସେଲର ଅଫିସିଆଲ୍ ଫେସବୁକ୍ ପେଜରେ ଘୋଷଣା କରାଯାଇଥିଲା। ଡାକ୍ତରଙ୍କ କହିବାନୁଯାୟୀ ଖାଲିଦା […]

ସଂପୂର୍ଣ୍ଣ ପଢନ୍ତୁ

କନ୍ନଡ ଅଭିନେତ୍ରୀ ନନ୍ଦିନୀ ସିଏମ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୦/୧୨ : କନ୍ନଡ ଏବଂ ତାମିଲ ଅଭିନେତ୍ରୀ ନନ୍ଦିନୀ ସିଏମ୍ (୨୬) ଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳେ ବେଙ୍ଗାଲୁରୁର କେଙ୍ଗେରିର ମାଇଲାସାଣ୍ଡ୍ରାରେ ତାଙ୍କ ପେଇଂ ଗେଷ୍ଟ ଘରୁ ତାଙ୍କ ମୃତଦେହ ହୋଇଛି। ସେ ଆତ୍ମହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ଘଟଣାଟି ଡିସେମ୍ବର ୨୯ ତାରିଖ ଭୋର ସମୟରେ ଘଟିଥିବା ଅନୁମାନ କରାଯାଉଛି। ସକାଳ ପ୍ରାୟ ୯.୧୫ ସମୟରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନନ୍ଦିନୀ ରବିବାର ରାତିରେ ଜଣେ […]

ସଂପୂର୍ଣ୍ଣ ପଢନ୍ତୁ

ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ ହେଲିକପ୍ଟରର ଉଦ୍ଘାଟନ

ବେଙ୍ଗାଲୁରୁ, ୩୦/୧୨: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ ହେଲିକପ୍ଟରର ର ବିଦ୍ଧିବଦ୍ଧ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଉଦ୍ଘାଟନ ସମୟରେ HAL ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଡିକେ ସୁନୀଲ ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା: ଗୁଳି କରିବା ପରେ ହତ୍ୟାକାରୀ କହିଲା-ମୁଁ ମଜା କରୁଥିଲି

ନୂଆଦିଲ୍ଲୀ, ୩୦/୧୨: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସେ ହେଲେ ବଜେନ୍ଦ୍ର ବିଶ୍ଵାସ(୪୨)। ଏକ କାରଖାନା ଭିତରେ ସୁରକ୍ଷାକର୍ମୀ ଭାବେ ଡ୍ୟୁଟି କରୁଥିବା ସମୟରେ ବଜେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିବା ପରେ ହତ୍ୟାକାରୀ ତାତ୍ସଲ୍ୟ କରି ‘ମୁଁ ମଜାକ କରୁଥିଲି’ ବୋଲି କହିଛି। ଅଭିଯୁକ୍ତ ନୋମାନ ମିୟା(୨୯)କୁ ପୁଲିସ ଗିରଫ କରିଛି। ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କ ପରେ ବଜେନ୍ଦ୍ର ୩ୟ ହିନ୍ଦୁ ଭାବେ ହତ୍ୟାର ଶିକାର ହୋଇଛନ୍ତି।ସୂଚନା ଅନୁସାରେ, […]

ସଂପୂର୍ଣ୍ଣ ପଢନ୍ତୁ

ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର, ୩୦/୧୨: ନୂଆବର୍ଷ ପୂର୍ବରୁ କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ।ଭୁବନେଶ୍ବର ସହରକୁ ନିଶା ଚାଲାଣ ସମୟରେ ଧରିଲା କଷ୍ଟମ ବିଭାଗ । ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଛି । ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଛି । ଜବତ ମାରିଜୁଆନାର ମୂଲ୍ୟ ୪କୋଟି […]

ସଂପୂର୍ଣ୍ଣ ପଢନ୍ତୁ