ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି। ଏବେ ସେହି ଦାୟିତ୍ୱ ସହ ତାଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ଏହାସହ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଏହା […]

ସଂପୂର୍ଣ୍ଣ ପଢନ୍ତୁ
Dhar

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ତୀବ୍ର ଜନଆକ୍ରୋଶ ଓ ବିରୋଧ ପ୍ରଦର୍ଶନ ପରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ”କକ୍ରୋଚ୍ ଜନତା ପାର୍ଟି” (ସିଜେପି), ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବି ଓ ଆନ୍ଦୋଳନ ଆଗରେ ନଇଁ ଶେଷରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସିଜେପି ନେତୃତ୍ୱାଧୀନ ଆନ୍ଦୋଳନର ମୁଖ୍ୟ ଦାବି ଥିଲା ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା। ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାପୀଠ଼ରେ ରଥଯାତ୍ରା ପାଲା ମହୋତ୍ସବ ଉଦଯାପିତ

ଝଙ୍କଡ଼  :  ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ରଥଯାତ୍ରା ଉପଲକ୍ଷେ ଆରମ୍ଭ ହୋଇଥିବା ପାଲା କାର୍ଯ୍ୟକ୍ରମ ଗତ ଶନିବାର ରାତିରେ ଉଦଯାପିତ ହୋଇଯାଇଛି, ଜଗତସିଂହପୁର, ସଭାମୂଳ ର ଖ୍ୟାତନାମା ଗାୟକ ଜ୍ଞ୍l ନସିନ୍ଧୁ ସୁବାସ ଚନ୍ଦ୍ର ସେନାପତି ଙ୍କ ସହିତ ବାୟକ ଜୟନ୍ତ କୁମାର ବିଶ୍ୱାଳ ଓ ସହଯୋଗୀ ସଙ୍ଗୀତ ଶୁକଦେବ ଦାସ, ଧ୍ରୁବଚରଣ ବରାଳ, ଅରୁଣ କୁମାର ଦାସ ଓ ରବୀନ୍ଦ୍ର ବାରିକ, ମା ସାରଳା ଙ୍କ ସିଂହଦ୍ୱାର ସମ୍ମୁଖସ୍ଥ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମହାଭାରତ ସମାଜର ଦର୍ପଣ

ଝଙ୍କଡ :  ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ପୂବପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମାନଙ୍କୁ ନେଇ ସାରଳା ସାହିତ୍ୟ ପରିକ୍ରମା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ସାରସ୍ୱତ ସଂଗଠକ ଝୁଲରାମ ଦାସ ଯୋଗଦେଇ ସାରଳା ମହାଭାରତରେ ସାମାଜିକ ଚଳଣି, ସାମାଜିକ ବିଧିବ୍ୟବସ୍ଥା,କୃଷି ଓ କୃଷକ ବିଷୟରେ ଆଲୋକପାତ କରି ସାରଳା ମହାଭାରତ ସମାଜ ର […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଏକାଡେମୀ ୧୯୯୦ ବ୍ୟାଚ ପକ୍ଷରୁ : ଭଲପାଇବାର ସ୍ମୃତିରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ପଣ୍ଡା

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ, ସାରଦା ଏକାଡେମୀ 1990 ବ୍ୟାଚ ର ପୁରାତନ ବିଦ୍ୟାର୍ଥୀ ମାନଙ୍କ ତରଫରୁ, ସହପାଠିନୀ ତଥା ଏକାଡେମୀ ର ଯଶସ୍ବୀ ଶିକ୍ଷୟିତ୍ରୀ ଅପର୍ଣ୍ଣାପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ, ବିଦ୍ୟାଳୟର ଐତିହ୍ୟପ୍ରାସାଦ ରେ, ଭଲପାଇବା ର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗତ ପଚିଶ ତାରିଖ ଶନିବାର ଦିନ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଆବାହକ ସାମ୍ବାଦିକ ମନୋଜ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ପଣ୍ଡିତ ବାସବ […]

ସଂପୂର୍ଣ୍ଣ ପଢନ୍ତୁ

ଇନଷ୍ଟାଗ୍ରାମରେ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ଯୋଡ଼ି ହେବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସୂଚନା ସହିତ ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ ପୋଷ୍ଟ କରି ସାଧାରଣ ଲୋକଙ୍କ, ବିଶେଷକରି ଯୁବପିଢ଼ିଙ୍କ ସହ ସକ୍ରିୟ ଭାବେ ଯୋଡ଼ି ରହିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମନ୍ତ୍ରୀମାନଙ୍କୁ ପଚାରିଥିଲେ ଯେ କେତେଜଣ ନିୟମିତ ଭାବେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

୨୬ ଦିନ ପରେ ଅନଶନ ଭାଙ୍ଗିଲେ ୱାଙ୍ଗଚୁକ, ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ୍

ନୂଆଦିଲ୍ଲୀ : ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ୨୬ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ଶେଷ କରିଛନ୍ତି ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ । ଗତକାଲି ବିଳମ୍ବିତ ରାତିରେ ସେ ଅନଶନ ଭାଙ୍ଗିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଡ଼. ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ଦୀର୍ଘ ଆଲୋଚନା ଏବଂ ବିଭିନ୍ନ ଦଳର ପ୍ରାୟ ୬୫ ଜଣ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଅନୁମତି ନେବେ ସରକାରୀ ବାବୁ

ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, କେବଳ ରାଜ୍ୟ ବା ବିଦେଶ ଗସ୍ତ ନୁହେଁ, ସଦର ମହକୁମା କିମ୍ବା ହେଡ୍‌କ୍ୱାର୍ଟର୍ସ ଛାଡ଼ି […]

ସଂପୂର୍ଣ୍ଣ ପଢନ୍ତୁ

୫୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ

ଭୁବନେଶ୍ବର:ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଡେରାବିଶ କାଉପଡା ମହିଳା ଆର୍‌ ଆଇ (ରାଜସ୍ୱ ନିରୀକ୍ଷକ) ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର ତଦନ୍ତ ଜାରି ରହିଛି। କାଉପଡ଼ା ରାଜସ୍ୱ ନିରୀକ୍ଷକ ସାଇଦର୍ଶିନୀ ଲେଙ୍କା ଜମି ମିଉଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବ୍ୟକ୍ତି। ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣା, ଦମ୍ପତିକୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣାରେ ଦୁଇ ଜଣକୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୁଲିସ। ଦୁଇ ଗିରଫ ହେଲେ ଦୀପକ ଦାସ ଓ ତାଙ୍କ ଦ୍ଵିତୀୟ ପତ୍ନୀ। ଏହି ଦମ୍ପତି ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟରେ ଚଳାଇଥିଲେ ଗୋଲକ ଧନ୍ଦା। ସୂଚନାଥାଉକି, ଚାକିରି ଯୋଗାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଏକ ଆୟୁର୍ବେଦିକ ସେଣ୍ଟରକୁ ଡକାଯାଇଥିଲା। ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋରଜବରଦସ୍ତ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ