ସାରଳା ମହାଭାରତ ସମାଜର ଦର୍ପଣ

ରାଜ୍ୟ
Spread the love

ଝଙ୍କଡ :  ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ପୂବପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମାନଙ୍କୁ ନେଇ ସାରଳା ସାହିତ୍ୟ ପରିକ୍ରମା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ସାରସ୍ୱତ ସଂଗଠକ ଝୁଲରାମ ଦାସ ଯୋଗଦେଇ ସାରଳା ମହାଭାରତରେ ସାମାଜିକ ଚଳଣି, ସାମାଜିକ ବିଧିବ୍ୟବସ୍ଥା,କୃଷି ଓ କୃଷକ ବିଷୟରେ ଆଲୋକପାତ କରି ସାରଳା ମହାଭାରତ ସମାଜ ର ଦର୍ପଣ ବୋଲି କହିଥିଲେ l

ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ କୃଷି ଅଧିକାରୀ ରବିନ୍ଦ୍ର ନାଥ ସିଂହ ଙ୍କ ପୌରହିତ୍ୟ କରି ସାରଳା ଦାସଙ୍କ ପୁରାଣ ରଚନା ସମାଜରେ ଯୁଗଯୁଗକୁ ସୁଧାର ଆଣିବା ଲାଗି ସଚେତନ ଧର୍ମୀ ଅଟେ ବୋଲି ମତ ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଶିକ୍ଷାବିତ୍ ସମରେନ୍ଦ୍ର ସାହୁ ତାଙ୍କ ବକ୍ତବ୍ୟରେ ସାରଳା ଦାସ ତାଳପତ୍ର ଓ ଲେଖନୀ ମୁନରେ ଓଡ଼ିଆ ଭାଷା କୁ ରୂପରେଖ ଦେଇନଥିଲେ ଆଜି ଆମେ ଅନ୍ୟ ଭାଷାଭାଷୀ ଅଞ୍ଚଳ ରେ ଜୀବନଯାପନ କରିଥାନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପଣ୍ଡା, ସାମ୍ବାଦିକ ଶ୍ରୀକାନ୍ତ ଦାଶ, କବି ପ୍ରଭାତ ପରିଜା ପ୍ରମୁଖ ସାରଳା ସାହିତ୍ୟ ଉପରେ ଆଲୋଚନା କରିଥିଲେ ।

ଏହି କର୍ମଶାଳାରେ ସାମାଜିକ କର୍ମୀ ଅନିଲ ମହାନ୍ତି, ଅକ୍ଷୟ ମହାନ୍ତି, ଦେବବ୍ରତ ବାରିକ, ପିନାଲି ନାଥ , ସମାଜସେବୀ ସୁବ୍ରତ ଦାଶ ଓ ତିରିଶ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସାରଳା ଦାସ ଓ ସାରଳା ସାହିତ୍ୟ ବିଷୟ କୁ ନେଇ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ସବୁଜ ଭକ୍ତ ନାଥ, ଶୁଭଶ୍ରୀ ମଲ୍ଲିକ, ସ୍ନେହା ଲିସା ସାହୁ,ପ୍ରତ୍ୟୁଷା ନାୟକ ବକ୍ତୃତାରେ ସମ୍ମାନିତ ହୋଇଥିଲେ । ଅନୁଷ୍ଠାନର ସଂପାଦକ ଚୌଧୁରୀ ରାଧାମୋହନ ପରିଜା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *