କଟକ : କଟକ ସଦର ୪୨ମୌଜା କୂଳସରିଚୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ,ସମାଜସେବୀ,ଉତ୍ତମ ପୁଟବଲ ଖେଳାଳୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ତାଙ୍କ ବାସଭବନ ପରିସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂଜ୍ୟ ଜଗଦିଶ ତ୍ରିପାଠୀ ସଭାପତିତ୍ବ କରିଥିଲେ ।
ପ୍ରଥମେ ତାଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ହେବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଓ ସର୍ବଧର୍ମ ପ୍ରାର୍ଥନାରେ ବେଦ ପାଠ ପଣ୍ଡିତ ଶକ୍ତିଧର ପତି,ଗୀତାପାଠ ଜ୍ୟୋତି ରଞ୍ଜନ ଭୋଳ,ଭାଗବତ ଜଗଦିଶ ତ୍ରିପାଠୀ,ପବିତ୍ର କୋରାନ ମିର୍ଜା ସରାଫତ୍ ବେଗ,ପବିତ୍ର ବାଇବେଲ ଚିତ୍ରସେନ ଦାସ ପାଠ କରିଥିଲେ । ସଭାରେ ହୃଦାନନ୍ଦ ପଟ୍ଟନାୟକ, ଖେଳାଳୀ ଓ କ୍ରୀଡ଼ା ଶିକ୍ଷକ ବିଜୟ ରାଉତରାୟ,ନାଟ୍ୟକାର ସମରେନ୍ଦ୍ର ମହାପାତ୍ର,କନ୍ୟା ସନ୍ଧ୍ୟାରାଣୀ ଜେନା,୪୨ ମୌଜା ଶାନ୍ତି କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର,ପୂର୍ବତନ ସମିତି ସଭ୍ୟ ଚିନ୍ମୟ କୁମାର ଭୋଳ,ସମିତି ସଭ୍ୟ ଦିଲ୍ଲୀପ ବିହାରୀ,ଶାନ୍ତି କମିଟିର ସଭାପତି ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ରାୟ,କବି ଓ କ୍ରୀଡ଼ାବିତ୍ ବିଳାସ ଚନ୍ଦ୍ର ବେହେରା, ମହେଶ୍ଵର ବେହେରା,ପ୍ରଫୁଲ୍ଲ କୁମାର ଦାସ,ଶୁଭ୍ରାଂଶୁ ମହାପାତ୍ର, ତାଙ୍କର ସମସ୍ତ ପୁତ୍ର,କନ୍ୟା ଜାମାତା ଓ ପରିବାରର ସମସ୍ତ ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।
ସନ୍ଥ ଶ୍ରୀ ଶ୍ରୀ ରେକି ମିଶନ ବାବା ଯୋଗଦାନ କରିଥିଲେ । ୪୨ମୌଜା ବିକାଶ ପରିଷଦର ସଂପାଦକ ନାଟ୍ୟକାର ସନ୍ତୋଷ କୁମାର ପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।