Hc Karn

କେଏସସିଏ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ହାଇକୋର୍ଟ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବିର ବିଜୟ ପରେଡ୍ ସମୟରେ ଦଳାଚକଡା ମାମଲାରେ ଶୁକ୍ରବାର (ଜୁନ୍ ୦୬, ୨୦୨୫) କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ରାଜ୍ୟ କ୍ରିକେଟ୍ ସଂଘର ଅଧିକାରୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି।

ଗତ ଜୁନ୍ ୪ ତାରିଖରେ ଆରସିବିର ବିଜୟ ପରେଡ୍ ସମୟରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ମାମଲା ପଞ୍ଜିକୃତ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ କିରଣ, ସୁମନ୍ତ ଓ ସୁନୀଲଙ୍କୁ ଗିରଫ କରିଛି।

ଏହାପରେ ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସସିଏ) ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କର୍ଣ୍ଣାଟକ ହାଇକୋର୍ଟ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଡ଼ା ଘଟଣାକୁ ନେଇ କର୍ଣ୍ଣାଟକର ଗୃହମନ୍ତ୍ରୀ ପରମେଶ୍ବରା କହିଥିଲେ, ‘ଭିକ୍ଟ୍ରି ପରେଡ ଓ ଷ୍ଡାଡିୟରେ ଉତ୍ସବ ଆମ ପକ୍ଷରୁ ନଥିଲା। ଆମେ କର୍ଣ୍ଣାଟକ କ୍ରିକେଟ ରାଜ୍ୟ ସଂଘକୁ ବି ଆରସିବି ଚାମ୍ପିଅନ ହେବାପରେ ବିଜୟ ଉତ୍ସବ ପାଳନ କରିବା ପାଇଁ କୌଣସି ପ୍ରକାର କାର୍ଯ୍ୟକ୍ରମର ଆୟୋଜନ ପାଇଁ ଅନୁରୋଧ ବି କରି ନଥିଲୁ।

ଏହି କାର୍ଯ୍ୟକ୍ରମକୁ କର୍ଣ୍ଣାଟକ କ୍ରିକେଟ ରାଜ୍ୟ ସଂଘ ହିଁ ଆୟୋଜନ କରିଥିଲା। ଆମକୁ ଲାଗିଲା ସରକାରଙ୍କୁ ଟିମର ସମର୍ଥନ କରିବା ଉଚିତ। କାରଣ ଏହା ବେଙ୍ଗାଲୁରୁ ଟିମ ଥିଲା। ସେଥିପାଇଁ ଆମେ ଏହି ବିଜୟ ଉତ୍ସବର ଅଂଶ ହୋଇଥିଲୁ। ବାସ କଥା ଏତିକି।’

Leave a Reply

Your email address will not be published. Required fields are marked *