ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ତିରଣ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଶିକ୍ଷାବିତ୍ ରସାନନ୍ଦ ସାହୁ ଙ୍କୁ, ଶିଳନ୍ଦୀ ଗ୍ରାମରେ ଅନୁଷ୍ଠିତ ରଜ ମହୋତ୍ସବ ର ମହାର୍ଘ୍ୟ ମଞ୍ଚରେ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ସାହୁ ଜଗତସିଂହପୁର ଶିକ୍ଷାଧିକାରୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି । ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାରେ ଉତ୍ସାହିତ କରିବାକୁ ନିଜର ବିଦେହୀ ପତ୍ନୀ ଙ୍କ ନାମରେ “ପ୍ରେମଳତା ମେଧା ପୁରସ୍କାର “ପ୍ରତ୍ୟେକ ବର୍ଷ ପ୍ରଦାନ କରିଥାନ୍ତି ।
ଅଞ୍ଚଳର ଉନ୍ନତି ପାଇଁ ସଦାସର୍ବଦା ଯୁବଗୋଷ୍ଠୀ ଙ୍କୁ ଉତ୍ସାହିତ ମଧ୍ୟ କରିଥାନ୍ତି । ଜଣେ ଆଧ୍ୟାତ୍ମିକ ବାଦୀ ହୋଇଥିବାରୁ ମଠ ମନ୍ଦିର ନିର୍ମାଣ କାର୍ଯ୍ୟରେ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି । ଜଣେ ଯୋଗ୍ୟବ୍ୟକ୍ତିଙ୍କୁ ସମ୍ମାନିତ କରି ଅନୁଷ୍ଠାନ ଧନ୍ୟ ହୋଇଛି ବୋଲି ସଭାପତି ମତ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ହରେକୃଷ୍ଣ ସେଣ ଅଧ୍ୟକ୍ଷତା କରିଥିବା ବେଳେ,ସମ୍ମାନିତ ଅତିଥିଭାବେ ଝଙ୍କଡ ସାହିତ୍ୟ ସଂସଦ ପ୍ରତିଷ୍ଠାତା ସମ୍ପାଦକ ଗୋଲଖ ବିହାରୀ ପଲାଇ,ବାଲିଘର ଫାଉଣ୍ଡେସନ ର ପ୍ରତିଷ୍ଠାତା ସମ୍ପାଦକ କୈଳାସ ସ୍ୱାଇଁ, ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ,ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ହେମନ୍ତ କୁମାର ନାୟକ, ବିଶିଷ୍ଟ ଆଇନୀଜୀଵି ସୁଧୀର କୁମାର ଖୁଣ୍ଟିଆ,କର୍ମଚାରୀ ସଙ୍ଘର ସଭ୍ୟ ବାବାଜୀ ମଲ୍ଲିକ,ନରେନ ଦାସ, ବୈଷ୍ଣବ ନାୟକ,ବିଷ୍ଣୁ ନାୟକ, ରାଧେଶ୍ୟାମ ନାୟକ,ରବିନାରାୟଣ ପଣ୍ଡା,ଲୋକନାଥ ବଡ଼ପଣ୍ଡା,ନିମାଇଁ ବିଶ୍ୱାଳ, ସମାଜସେବୀ କିଶୋର ଦାସ ପ୍ରମୁଖ ଯୋଗଦେଇଥିଲେ । କାଯ୍ୟକ୍ରମ କୁ ସମ୍ପାଦନ କରିଥିଲେ ସଂଘର ସମ୍ପାଦକ ଶରତ କୁମାର ତାରେଣିଆ ।
