Zz

୧ରୁ ସବୁ ପୁରୁଣା ଗାଡ଼ିକୁ ଇନ୍ଧନ ମନା

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ। ଜୀବନ ଅବଧି ଶେଷ (ଇଓଏଲ୍‌) ହୋଇଥିବା ଗାଡି, ଅର୍ଥାତ୍‌ ୧୦ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡିଗୁଡିକୁ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକରେ ଇନ୍ଧନ ଭରିବାକୁ ଅନୁମତି ଦିଆଯିବ ନାହିଁ। ଏହି ବର୍ଗର ପୁରୁଣା ଗାଡିଗୁଡିକ ଯେଉଁ ରାଜ୍ୟରେ ପଞ୍ଜୀକୃତ ହୋଇଥାଉନା କାହିଁକି ସେଗୁଡିକ ଦିଲ୍ଲୀରେ ଇନ୍ଧନ ଭରିପାରିବେ ନାହିଁ। ଏ ସମ୍ପର୍କରେ ଦିଲ୍ଲୀ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ନିର୍ଦେଶନାମା ଜାରି କରିଛନ୍ତି। ସିଏକ୍ୟୁଏମ୍ ଦିଲ୍ଲୀର ସମସ୍ତ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକୁ ଏହି ନିର୍ଦେଶ ଦେଇଛନ୍ତି। ଯାହା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
ଦିଲ୍ଲୀରେ କେବଳ ଦିଲ୍ଲୀ ପଞ୍ଜିକୃତ ପୁରୁଣା ଗାଡିଗୁଡିକୁ ପୂର୍ବରୁ ଇନ୍ଧନ ଭରିବାକୁ ଅନୁମତି ଦିଆଯାଉ ନଥିଲା। ମାତ୍ର ଆଇନରେ ଥିବା ଦୁର୍ବଳତାର ସୁଯୋଗ ନେଇ ଦିଲ୍ଲୀବାସୀ ସେମାନଙ୍କ ପୁରୁଣା ଗାଡିଗୁଡିକୁ ଅନ୍ୟ ରାଜ୍ୟରେ ପଞ୍ଜିକରଣ କରାଇ ନେଉଥିଲେ। କାରଣ ଅନ୍ୟ ରାଜ୍ୟର ପଞ୍ଜିକରଣ ଥିବା ପୁରୁଣା ଯାନବାହନକୁ ଦିଲ୍ଲୀର ପେଟ୍ରୋଲ ଓ ଡିଜେଲ ପମ୍ପରେ ଇନ୍ଧନ ଭରିବାକୁ ସୁଯୋଗ ମିଳୁଥିଲା। ଏବେ ନୂଆ ନିୟମରେ ଅନ୍ୟ ରାଜ୍ୟର ପଞ୍ଜିକୃତ ଯାନବାହନକୁ ଦିଲ୍ଲୀ ପେଟ୍ରୋଲ ପମ୍ପରେ ଇନ୍ଧନ ଭରିବାର ଅନୁମତି ମିଳିବ ନାହିଁ। କାରଣ ଅନ୍ୟ ରାଜ୍ୟର ଯାନବାହନଗୁଡିକ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ପାଇଁ ଦାୟୀ। ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ସହର ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଅନେକ ସମୟରେ ଗମ୍ଭୀରରୁ ଅତିଗମ୍ଭୀର ସ୍ତରକୁ ଚାଲିଯାଉଛି। ପୁରୁଣା ଗାଡିଗୁଡିକୁ ଚିହ୍ନଟ କରିବା ଲାଗି ଦିଲ୍ଲୀର ୫୨୦ ପେଟ୍ରୋଲ ପମ୍ପ ମଧ୍ୟରୁ ୫୦୦ଟିରେ ସ୍ବୟଂଚାଳିତ ନମ୍ବର ପ୍ଲେଟ ଚିହ୍ନଟ (ଏଏନ୍‌ପିଆର) କ୍ୟାମେରା ଲାଗିଛି। ଏହି କ୍ୟାମେର ଗାଡିଟି କେତେ ବର୍ଷର ପୁରୁଣା ତାହା ଜଣାଇପାରିବ। ଯେଉଁ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକରେ ଏହି କ୍ୟାମେରା ଲାଗି ନାହିଁ ସେଗୁଡିକ ଜୁନ୍ ୩୦ ସୁଦ୍ଧା ଲଗାଇବାର ବ୍ୟବସ୍ଥା କରିବେ।

Leave a Reply

Your email address will not be published. Required fields are marked *