Amarnath Yatra Accident 750x430

ଅମରନାଥ ଯାତ୍ରା ସମୟରେ ଦୁର୍ଘଟଣା, ୩୬ ଯାତ୍ରୀ ଆହତ

ଦେଶବିଦେଶ
Spread the love

ରାମବନର ଚନ୍ଦରକୋଟ ଲାଙ୍ଗରରେ ଅମରନାଥ ଯାତ୍ରାର ପହଲଗାମ କାଫଲାର ଶେଷ ଗାଡ଼ି ନିୟନ୍ତ୍ରଣ ହରାଇ ଫସି ରହିଥିବା ଗାଡ଼ି ସହିତ ଧକ୍କା ହୋଇଛି, ଯାହା ଫଳରେ ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ୩୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ରାମବନରେ ଭର୍ତ୍ତି କରାଯାଇଛି। ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଯାତ୍ରା ଜାରି ରଖିବା ପାଇଁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଦୁର୍ଘଟଣା ପରେ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଏଲଜି ମନୋଜ ସିହ୍ନା ଅମରନାଥ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ଗାଡ଼ି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ସମସ୍ତ ପ୍ରମୁଖ ସ୍ଥାନରେ ସୁରକ୍ଷା ଯାଞ୍ଚ ଏବଂ ଯାତ୍ରା ମାର୍ଗରେ ଖାଦ୍ୟ ଏବଂ ଔଷଧର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *