1200 675 24490797 356 24490797 1

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣା: ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ରାଜ୍ୟ
Spread the love

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ୫ ‌ଅଭିଯୁକ୍ତଙ୍କୁ ଜାମିନ। ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌। ୨୯ ନଂ ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଜାମିନ୍‌ ମିଳିଛି। ପୂର୍ବରୁ ମଧ୍ୟ ୯ ତାରିଖରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ସମାନ ମାମଲାରେ ଜାମିନ୍ ମିଳିସାରିଛି।

ସୂଚନା ଅନୁଯାୟୀ, ଗତ ଜୁନ୍‌ ୩୦ ତାରିଖରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଏମସି ଅଫିସ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କୁ ଅଭିଯୋଗ ପ୍ରକୋଷ୍ଠରୁ ଘୋଷାଡ଼ି ବିଧା, ଗୋଇଠା ମାଡ଼ ମାରବା ସହ ଅପହରଣ ଉଦ୍ୟମ ହୋଇଥିଲା। ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଆରମ୍ଭରୁ ଅଭିଯୋଗ ଉଠିଥିଲା। ଏହାକୁ ନେଇ ବିଜେଡି ଧାରଣାରେ ବସିଥିଲା।

ପୋଲିସ ଏହି ମାମଲାରେ ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲେ। ପରେ ସମାନ ମାମଲାରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜରକୁ ପଠାଯାଇଥିଲା। ଜୁଲାଇ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ଶୁଣାଣି ହୋଇଥିଲା। ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ କୋର୍ଟ। ଜଣେ ଜାମିନ୍‌ଦାର ଓ ୩୦ ହଜାର ଟଙ୍କା ବଦଳରେ ବେଲ୍‌ ମିଳିଥିଲା।

Leave a Reply

Your email address will not be published. Required fields are marked *