9f282c60 7d5e 4d28 9440 A71e1a504df9

ନୂତନ ବୃଷଭ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ରାଜ୍ୟ
Spread the love

କଟକ ସଦର :  କଟକ ସଦର ନିର୍ବାଚନ ମଣ୍ଡଳୀ ୪୨ ମୌଜା ଅନ୍ତର୍ଗତ ବନ୍ତୁଣିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବନ୍ତେଶ୍ଵର ମହାଦେବଙ୍କ ପୁରାତନ ଭଗ୍ନ ବୃଷଭ ବିଗ୍ରହ ବିସର୍ଜନ ଓ ନୂତନ ବୃଷଭ ବିଗ୍ରହର ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ବ୍ୟାପି ପଣ୍ଡିତ ଆଦିତ୍ୟ ନାରାୟଣ ଦାଶ ଓ ତାଙ୍କ ସହକର୍ମୀଙ୍କ ସହଯୋଗରେ ଆଡମ୍ବର ସହିତ ସମ୍ପାଦନ ହୋଇଯାଇଅଛି |

ଗ୍ରାମ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାପତି – କିଶୋର ଚନ୍ଦ୍ର ସେନାପତି,ଉପ ସଭାପତି – ପୁଷ୍ପରଞ୍ଜନ ବିଶ୍ଵାଳ, ସମ୍ପାଦକ – ଅମିତାଭ ବିଶ୍ଵାଳ, କୋଷାଧ୍ୟକ୍ଷ – କୃଷ୍ଣ ଚନ୍ଦ୍ର ସେଠୀ, ଅଧିକାରୀ – ରବୀନ୍ଦ୍ର ନାଥ ସେନାପତି, ନବନିର୍ବାଚିତ ମହନ୍ତ – ସଦାଶିବ ବିଶ୍ଵାଳ, ଉପଦେଷ୍ଟା – ବଂଶୀଧର ସେନାପତି,କେଳୁ ଚରଣ ବେହେରା, ରାଜ କିଶୋର ଭୋଇ,ଗୋବର୍ଦ୍ଧନ ମଲ୍ଲିକ ଓ ଗ୍ରାମ କମିଟିର ସଦସ୍ୟ – ପର୍ଶୁରାମ ନାୟକ, ସତ୍ୟ ନାରାୟଣ ଦାଶ,ପ୍ରକାଶ ଚନ୍ଦ୍ର ବେହେରା,ପ୍ରସନ୍ନ କୁମାର ଦାଶ,ଅଶୋକ କୁମାର ଦାଶ,ଅରକ୍ଷିତ ଦାସ,ରବିନାରାୟଣ ବିଶ୍ଵାଳ,ସତ୍ୟବ୍ରତ ବେହେରା,କବିରାଜ ବାରିକ,ରମେଶ ଭୋଇ,ନିରଞ୍ଜନ ମଲ୍ଲିକ,ରାକେଶ ବେହେରା,ଅଭିଜିତ ସେଠୀ,ବିଶ୍ଵନାଥ ବିଶ୍ଵାଳ, ଅମୂଲ୍ୟ କୁମାର ସେନାପତି,ନରେନ୍ଦ୍ର କୁମାର ଦାସଙ୍କ ସହ ଗ୍ରାମର ଉଦୀୟମାନ ଯୁବକ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ |

ଗ୍ରାମର ଆଜୀବନ ଅତିଥି ଆଧ୍ୟାତ୍ମିକ ଗୁରୁ ଅଶୋକ କୁମାର ଜେନା(ବୁଲୁ ବାବା) ଅଂଶ ଗ୍ରହଣ କରିଥିଲେ | ଏହି ଅବସରରେ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ତରଫରୁ ନାମ ସଙ୍କୀର୍ତ୍ତନ ହେବା ସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା |

Leave a Reply

Your email address will not be published. Required fields are marked *