Recent Photo 1751563482

୧ ଲକ୍ଷ ୮୧ ହଜାର ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ କରୁଥିଲେ: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

ରାଜ୍ୟ
Spread the love

ଭୁବନେଶ୍ବର: ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ବ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଚାଷୀ କେହି ଏମିତି କରି ନାହାନ୍ତି। ଏସବୁ ଦଲାଲଙ୍କ କାମ। ବିଜେଡ଼ି ସରକାର ସମୟରୁ ସେମାନେ ଏଭଳି କାମ କରି ଆସୁଥିଲେ ଏବଂ ରାଜସ୍ୱ ଲୁଟ କରୁଥିଲେ । ଯେଉଁମାନେ ସବୁ ଧରା ପଡିଛନ୍ତି ସେମାନେ ସବୁ ବିଜେଡି ସମର୍ଥିତ ଲୋକ ।
ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଥିବା‌ ସରକାରଙ୍କ ରାଜୁତି ସମୟରେ ଚାଷୀଙ୍କ ନାଁରେ ମିଛ ପଞ୍ଜିକରଣ କରି ଜାଲିଆତି କରାଯାଉଥିଲା । ଗତବର୍ଷ ଆମେ ନଜାଣି ପାରିବାରୁ ଏଭଳି କିଛି ନକଲି ଚାଷୀ ପଞ୍ଜିକରଣ କରି ଧାନ ବିକ୍ରି କରିଥିଲେ । ପରେ ଆମେ ବିଭିନ୍ନ ଅଞ୍ଚଳରେ ଦେଖିଲୁ ଯେ, ଧାନ ଯିଏ ଚ‌ାଷ କରିଛି ସେ ବିକିବାକୁ ଟୋକନ ପାଉନି। କିନ୍ତୁ ଧାନ ଯିଏ କରିନି, ଯାହାର ବିଲ ପଡିଆ ପଡିଛି ସେ ଟୋକନ ପାଉଛି । ଏହା ଜାଣିବା ପରେ ଆମେ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲୁ । ତଦନ୍ତ ପରେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ ଧରାପଡିଛନ୍ତି । ଆଗକୁ ଆହୁରି ମଧ୍ୟ କିଛି ଲୋକ ବାହାରିବେ । ଏବେ ଧରାପଡ଼ିଥିବା ନକଲି ଚାଷୀଙ୍କୁ କାରଣ ଦର୍ଶଆ ନୋଟିସ ପଠାଯାଇଛି । କ’ଣ ପାଇଁ ଏମିତି ଚାଷ ନାଁରେ ମିଛ ପଞ୍ଜିକରଣ କରି ସରକାରଙ୍କ ରାଜସ୍ୱ ଲୁଟ କରୁଛନ୍ତି ତା’ର ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ।

Leave a Reply

Your email address will not be published. Required fields are marked *