1200 675 23433998 Thumbnail 16x9 Tiger Aspera 750x430

ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ସୁରକ୍ଷା ଚିନ୍ତା ; ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
Spread the love

ଭୁବନେଶ୍ୱର : ଆଜି ବିଶ୍ବ ବ୍ୟାଘ୍ର ଦିବସ। ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଏମିତି ସୁଯୋଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେମିତି ବା ହାତ ଛଡ଼ା କରିବ। ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାନନ ଛକରେ ବ୍ୟାଘ୍ର ଦିବସ ଧୁମଧାମ୍ ରେ ପାଳନ କରାଯାଇଛି। ପ୍ରାଣୀ ଉଦ୍ୟାନ ଜନ୍ତୁ ବିଭାଗର ଏସିଏଫ ଡ. ରୁଦ୍ର ପ୍ରାସାଦ ରଥ ବ୍ୟାଘ୍ର ଦିବସ ସମ୍ପର୍କରେ ସଚେତନ କରାଇଛନ୍ତି। ପ୍ରାଣୀ ଉଦ୍ୟାନର ମୂଖ୍ୟ ଆକର୍ଷଣ ମହାବଳ ବାଘ ନନ୍ଦନ ଉପରେ ଏକ କ୍ଷୁଦ୍ର ନାଟକ । ଯାହା ନନ୍ଦନକାନନର ଭଲେଣ୍ଟିଅରମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା। ଆଖ ପାଖ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ନେଇ ବାଘ ସମ୍ପର୍କିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବି କରାଯାଇଥିଲା ।
ଏହାସହ ଆଜି ପର୍ଯ୍ୟଟକମାନଙ୍କୁ ବାଘଙ୍କ ଦିନଚର୍ଯ୍ୟା ସମ୍ପର୍କରେ କିପର ମାନେ ବୁଝାଇବା ସହିତ କନଫରେନ୍ସ ଗୃହରେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନ କରାଯାଇଛି। ନନ୍ଦନକାନନ କଳା ଓ ଧଳା ବାଘ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେଣୁ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ପ୍ରଥମ ପସନ୍ଦ ବଘ। ତେବେ ନନ୍ଦନକାନନରେ ଏବେ ୩ ପ୍ରଜାତିର ୨୯ ଟି ବାଘ ବାଘୁଣୀ ଅଛନ୍ତି। ସେଥି ମାଧ୍ୟରୁ ୬ଟି ଧଳା, ୪ଟି କଳା ଓ ୧୯ଟି ସାଧାରଣ ରଙ୍ଗର ରହିଛି।

Leave a Reply

Your email address will not be published. Required fields are marked *