ଜଗତସିଂହପୁର/ଝଙ୍କଡ଼ : ମାତୃଶକ୍ତି ର ଆରାଧନା ଉପାସନା ବିନା ପ୍ରତ୍ୟେକ ବ୍ୟକ୍ତିର ଜୀବନଚର୍ଯ୍ୟା ଅସମ୍ପୂର୍ଣ୍ଣ ଓ ବିଫଳ ହୋଇଥାଏ। ଏହି ମାତୃଶକ୍ତି ର ଆବାହନ ଓ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରାଗଲେ ଆମ ସମାଜର ବୌଦ୍ଧିକ ବିକାଶ ହୋଇ ପାରିବ ବୋଲି ଗତ ବୁଧବାର ଦିନ, ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ଝଙ୍କଡ଼ ସତ୍ ସଙ୍ଗ କେନ୍ଦ୍ରରେ ଆୟୋଜିତ ଶ୍ରୀ ଶ୍ରୀ ବଡ ମାଆ ଙ୍କ 132 ତମ ଜନ୍ମତିଥି ପାଳନ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି ।
ରିତିକ ସାରଦା ପ୍ରସନ୍ନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସତସଙ୍ଗ ରେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମଲ୍ଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ମୁଖ୍ୟପରିଚାଳକ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନିତ୍ୟପୂଜକ ପଣ୍ତିତ ସତୀଶ କୁମାର ନନ୍ଦ ପୂଜାର୍ଚ୍ଚନା କରିବା ପରେ ସମୁହ ପ୍ରାର୍ଥନା ରେ ସତସଙ୍ଗକେନ୍ଦ୍ର ସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା। ଅନ୍ୟତମ ରିତିକ୍ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ ଙ୍କ ସମେତ ବିଷ୍ଣୁ ଚରଣ ସାହୁ, ସତ୍ୟବାନ୍ ତ୍ରିପାଠୀ, ଅଧ୍ୟାପକ ଦୀପକ କୁମାର ସିଂହ, ମୂରଲୀଧର ଦାସ, ରବିନାରାୟଣ କର, ସସ୍ମିତା ତ୍ରିପାଠୀ , ପ୍ରତିମା ଆଚାର୍ଯ୍ୟ , ଅନ୍ନପୂର୍ଣ୍ଣା ମହାରଣା, ଶିଲାରାଣୀ ସାହୁ, ସଂଯୁକ୍ତା ସାହୁ, ପ୍ରଶାନ୍ତ କୁମାର ଲେଙ୍କା, ଅକିଜ୍ୟୋତି ପାଣି ସୁଜାତା ମହାରଣା ଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ମାଆମାନେ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଗୁରୁଭାଇ କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
