9986fd52 2416 4b39 A6fd 405227c8c54c

କଳପଡା ବଜାର ବୈଠକରେ ସମାଜସେବୀ ମନୋଜ ନାୟକ

ରାଜ୍ୟ
Spread the love

ବୟାଳିଶମୌଜା : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟ’ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ରବିବାର ସଂଧ୍ୟାରେ କଟକ ସଦର ଅନ୍ତର୍ଗତ କଳପଡା ଵଜାର ଠାରେ ଏକ ଆଲୋଚନା ସହିତ ଚା ଖଟି ବୈଠକରେ ଯୋଗ ଦେଇ ଆଗାମୀ ଦିନରେ ସମାଜର ମଙ୍ଗଳ ପାଇଁ ସଂଗଠନକୁ କିଭଳି ସୁଦୂର ପ୍ରସାରୀ କରାଯାଇ ଲୋକମାନଙ୍କ ସମସ୍ୟାକୁ ସମାଧାନ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ବିଜୟ କୁମାର ନାୟକଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଫେସର ଶ୍ରୀ ନାୟକ କଳପଡା ବଜାରରେ ଥିବା ଅଟୋ ବିଶ୍ରାମସ୍ଥଳୀରେ ଯାତ୍ରୀଙ୍କ ପାଇଁ ୩ ଗୋଟି ୪ ଜଣିଆ ବିଶ୍ରାମ ସିମେଣ୍ଟ ଚେୟାର ବ୍ୟବସ୍ଥା କରିଛନ୍ତି।

Leave a Reply

Your email address will not be published. Required fields are marked *